ଓଡ଼ିଶା ରାଜନୀତି ସରଗରମ

ଭୁବନେଶ୍ବର,୧୦ା୯(ବ୍ୟୁରୋ): ଦୀର୍ଘଦିନ ଧରି ଶାସକ ବିଜେଡି ଏବଂ ବିରୋଧୀ ଭାଜପା ମଧ୍ୟରେ ରାଜନୈତିକ ଆକ୍ଷେପ ଓ ପ୍ରତି ଆକ୍ଷେପ ସେତେଟା ଦେଖିବାକୁ ମିଳୁ ନ ଥିଲା। ହେଲେ କିଛିଦିନ ହେଲା ଉଭୟ ଦଳର ଆଚରଣରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିବା ପରେ ବିଜେଡି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଲାଗି କରାଯାଇଥିବା ଆୟୋଜନ ଦେଖିବା ପରେ ଶାସକ ଦଳ ରାଜନୈତିକ ପାଗଭିଡା ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି। ସେହିପରି ନିକଟରେ ଓଡ଼ିଶା ଭାଜପାର ନୂଆ ପ୍ରଭାରୀ ସୁନୀଲ ବଂଶଲ ରାଜ୍ୟ ଗସ୍ତ ଶେଷ କରି ଯିବାପରେ ୭ କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି। କେନ୍ଦ୍ରର ସଫଳ ଯୋଜନା ସମ୍ପର୍କରେ ସେମାନେ ଲୋକଙ୍କ ପାଖରେ ପହଞ୍ଚିବେ। ତେଣୁ ଭାଜପା ଫୋକସରେ ଏବେ ଓଡ଼ିଶା ଥିବା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି। କିଛିଦିନ ତଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ସୁନୀଲ ବଂଶଲ ଦଳକୁ ମଜଭୁତ କରିବାର ଗୁରୁମନ୍ତ୍ର ଦେଇଥିବା ବେଳେ ୨ ଦିନ ଭିତରେ ୭ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ଶୁକ୍ରବାର ୫ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ଅଶ୍ୱିନୀ ଚୌବେ ଏବଂ ବିଶ୍ୱେଶ୍ୱର ଟୁଡୁ ଆସୁଥିବା ବେଳେ ଶନିବାର କେନ୍ଦ୍ରମନ୍ତ୍ରୀ ନିଶିଥ ପାରମାଣିକ ଏବଂ ଭୂପେନ୍ଦ୍ର ଯାଦବ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଜୁନ ମୁଣ୍ଡା ଭୁବନେଶ୍ୱରରେ ସକାଳେ ପହଞ୍ଚିସାରିଛନ୍ତି। ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ସହ ସଙ୍ଗଠନ କଥା ବୁଝିବେ। ସେହିପରି ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଦଳୀୟ ସଙ୍ଗଠନର ସମୀକ୍ଷା କରିବେ। ଆସନ୍ତା ୨୯ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗସ୍ତ ନେଇ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି। ସେହିପରି କଟକରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦଳୀୟ ସଙ୍ଗଠନର ସମୀକ୍ଷା କରିବେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପୁରୀ ଯିବା କାର୍ଯ୍ୟକ୍ରମ ରହିଛି। ଶନିବାର ନିଶିଥ ପାରମାଣିକ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଅଛି। ସେ କେନ୍ଦ୍ରାପଡ଼ା ଯାଇ ଦଳୀୟ ସଙ୍ଗଠନ କଥା ବୁଝିବେ। ରାଜ୍ୟ ଭାଜପା ମୁଖପାତ୍ର ଠାକୁର ରଞ୍ଜିତ ଦାସ କହିଛନ୍ତି, କେନ୍ଦ୍ରର ବହୁ ମନ୍ତ୍ରୀ଼ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ରରୁ ବିଭିନ୍ନ ଯୋଜନା ମାଧ୍ୟମରେ ଯେଉଁ ଅର୍ଥ ଆସିଛି ତାକୁ ସମୀକ୍ଷା କରିବେ। ଯେଉଁମାନେ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି ତାହାର ସମୀକ୍ଷା ହେବ। ଏକାଥରକେ ୭ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ ନେଇ ରାଜନୀତି ସରଗରମ ରହିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ତା’ର ରଣନୀତି ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହାସହ ସଙ୍ଗଠନକୁ ସୁଦୃଢ କରିବା ନେଇ ଆପ୍ରାଣ ଉଦ୍ୟମ ଚଳାଇଛି।
କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଯଦି ଓଡ଼ିଶାର ବିକାଶ କରିବାକୁ ଆସୁଛନ୍ତି ତେବେ ରାଜ୍ୟବାସୀ ଖୁସି ହେବେ। କିନ୍ତୁ ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଆସିଥିବେ ତେବେ ନିରାଶ ହେବେ। ଏବେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଯେଉଁଭଳି ଅତ୍ୟଧିକ ଆଗ୍ରହ ଦେଖାଉଛନ୍ତି ତାହା ରାଜ୍ୟବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ମନ୍ତ୍ରୀମାନେ ଆସି ଏଠାରେ ସମୟ ଦେଉଛନ୍ତି ନା ଦଳର ସାଙ୍ଗଠନିକ କାର୍ଯ୍ୟ କରୁଛନ୍ତି ବୋଲି ବେହେରା ପ୍ରଶ୍ନ କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ୨୦୨୩ରେ ନିର୍ବାଚନ ହେବା ଭଳି ରାଜନୈତିକ ପାଣିପାଗରୁ ଜଣାପଡୁଛି। ଦରଦାମ୍‌ ବୃଦ୍ଧି କାରଣରୁ ଭାଜପା ଲୋକଙ୍କ ଆସ୍ଥାଭାଜନ ହୋଇପାରିନାହିଁ। କଂଗ୍ରେସ ନିର୍ବାଚନ ଲାଗି ପ୍ରସ୍ତୁତ ଥିବାବେଳେ ଦଳ ୧୦୦ ବିଧାନସଭା ଆସନ ଲାଗି ଟିକେଟ ଫାଇନାଲ କରିସାରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?