ଉତ୍ତମ ସମାରିଟାନ ନାମ ସୁପାରିସ କରିବ ପୋଲିସ

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିଚାଲିଛି। ଦୁର୍ଘଟଣାଗ୍ରସ୍ତଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇବାରେ ବିଳମ୍ବ ହେଉଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଦୁର୍ଘଟଣାରେ ଆହତଙ୍କୁ ସହାୟତା କରିବା ଲାଗି ଆଗେଇ ଆସୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ୨୦୧୮ରେ ଉତ୍ତମ ସମାରିଟାନ ନୀତି କାର୍ଯ୍ୟକାରୀ କରିଛନ୍ତି। ଉକ୍ତ ନୀତିର ଧାରା ୨୧ ଅନୁଯାୟୀ, ହସ୍ପିଟାଲ କର୍ତ୍ତୃପକ୍ଷ, ଦୁର୍ଘଟଣାଗ୍ରସ୍ତ ରୋଗୀ ଗ୍ରହଣ କରୁଥିବା ସର୍ଜନ ସ୍ଥାନୀୟ ଆରଟିଓମାନଙ୍କୁ ପୁରସ୍କାର ପାଇଁ ନାମ ସୁପାରିସ କରିବାକୁ ଅନୁମତି ଦିଆଯାଇଥିଲା। ଅଧିକାଂଶ କ୍ଷେତ୍ରରେ ଡାକ୍ତରମାନେ ବ୍ୟସ୍ତ କାର୍ଯ୍ୟସୂଚୀ ହେତୁ ଉତ୍ତମ ସମାରିଟାନଙ୍କ ନାମ ସୁପାରିସ କରିବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଚିକିତ୍ସା କରୁଥିବା ଡାକ୍ତର (ଆସିଷ୍ଟାଣ୍ଟ ସର୍ଜନ)ଙ୍କ ବ୍ୟତୀତ ପୋଲିସ ଅଧିକାରୀ ଯଥା ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସମ୍ପୃକ୍ତ ଥାନାର ଆଇଓ, ଇଓ କିମ୍ବା ଆଇଆଇସି ସମାରିଟାନଙ୍କ ନାମ ସୁପାରିସ କରିପାରିବେ। ଏହାଦ୍ୱାରା ଅଧିକ ସଂଖ୍ୟକ ସମାରିଟାନମାନଙ୍କୁ ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇପାରିବ। ଏସ୍‌ଟିଏର ଏହି ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ଉକ୍ତ ନୀତିର-୨୧ ଧାରାକୁ ସଂଶୋଧନ କରାଯାଇଛି।
ସଡ଼କ ଦୁର୍ଘଟଣାର ପ୍ରଥମ ଏକଘଣ୍ଟା ହେଉଛି ‘ଗୋଲ୍‌ଡେନ୍‌ ଆଓ୍ବାର’। ଏହି ସମୟରେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଗଲେ ସଡ଼କ ଦୁର୍ଘଟଣାର ମୃତ୍ୟୁ ୫୦%କୁ ହ୍ରାସ କରାଯାଇପାରିବ। ଏହି ନୀତି ଅନୁଯାୟୀ, ଉତ୍ତମ ସମାରିଟାନ ବା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ପୁରସ୍କାର ଦେବା ବ୍ୟବସ୍ଥା ରହିଛି। ଉତ୍ତମ ସମାରିଟାନଙ୍କୁ ପୁରସ୍କୃତ କରିବା ପାଇଁ ଆର୍ଥିକ ସହାୟତା ସୁପାରିସ କରାଯାଏ। ଜଣେ ବ୍ୟକ୍ତି କିମ୍ବା ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ନଗଦ ପୁରସ୍କାର ପ୍ରୋତ୍ସାହନ ରାଶି ଭାବେ ଦିଆଯିବା ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri