ଓଡ଼ିଶା, ଝାଡ଼ଖଣ୍ଡରେ ହେବ ୪୧ ମେଗାୱାଟ୍‌ ସୋଲାର୍‌ ପ୍ରକଳ୍ପ

ଯାଜପୁର ଅଫିସ,୩୦।୧୦: ଓଡ଼ିଶା ଓ ଝାଡ଼ଖଣ୍ଡରେ ଗ୍ରୀଡ୍‌ ସଂଯୋଗ ଭିିତ୍ତିକ ୪୧ ମେଗାୱାଟ କ୍ଷମତା ବିଶିଷ୍ଟ ସୋଲାର୍‌ ପ୍ରକଳ୍ପ ସ୍ଥାପନ କରିବାକୁ ଟାଟା ଷ୍ଟିଲ୍‌ ଓ ଟାଟା ପାୱାର ମଧ୍ୟରେ ଏକ ୨୫ ବର୍ଷିଆ ଶକ୍ତି କିଣା ବୁଝାମଣା (ପିପିଏ)ରେ ଚୁକ୍ତି ହୋଇଛି। ମିଳିଥିବା ସୂଚନା ଅନୁସାରେ ଏହି ଯୋଜନାରେ ରୁଫ୍‌ଟପ୍‌, ଭାସମାନ ଓ ଭୂମି ସଲଗ୍ନ ସୋଲାର୍‌ ପ୍ୟାନେଲ୍‌ ଆଦି ପ୍ରକଳ୍ପ ରହିବ। ଟାଟା ପାୱାର ପକ୍ଷରୁ ଟାଟା ଷ୍ଟିଲ୍‌ର ଜାମସେଦ୍‌ପୁରରେ ୨୧.୯୭ ମେଗାୱାଟ୍‌ ଓ କଳିଙ୍ଗନଗରରେ ୧୯.୨୨ ମେଗାୱାଟ୍‌ର ଫଟୋଭୋଲ୍‌ଟାଇକ୍‌(ପିଭି) କ୍ଷମତା ବିକଶିତ କରାଯିବ। ଏହାସହ ଜାମସେଦ୍‌ପୁରରେ ଟାଟା ପାୱାର ପକ୍ଷରୁ ୭.୫୭ ମେଗାୱାଟ୍‌ର ରୁଫ୍‌ଟପ୍‌, ୧୦.୮୦ ମେଗାୱାଟ୍‌ର ଭାସମାନ ଓ ୩.୬ ମେଗାୱାଟ୍‌ର ଭୂମି ସଲଗ୍ନ କ୍ଷମତା ବିକଶିତ କରାଯିବ। ଜାମସେଦ୍‌ପୁରର ସୋନାରି ବିମାନ ବନ୍ଦରରେ ଭୂମି ସଲଗ୍ନ ପିଭି ସ୍ଥାପନ କରାଯିବ। କଳିଙ୍ଗନଗରରେ ୯.୧୨ ମେଗାୱାଟ୍‌ର ରୁଫ୍‌ଟପ୍‌ କ୍ଷମତା ଓ ୧୦.୧୦ ମେଗାୱାଟ୍‌ (ଏମ୍‌ଡବ୍ଲ୍ୟୁପି)ର ଭାସମାନ ପିଭି କ୍ଷମତା ରହିବ। ଏହି ୪୧.୧୯ ମେଗାୱାଟ୍‌ ସୋଲାର୍‌ ପ୍ରକଳ୍ପରୁ ପ୍ରଥମ ବର୍ଷ ୬ କୋଟି ୨ ଲକ୍ଷ ୮୦ ହଜାର ୯୫ କିଲୋୱାଟ୍‌ ଆୱାର୍‌ (କେଡବ୍ଲ୍ୟୁଏଚ୍‌) ବିଦ୍ୟୁତ୍‌ ଶକ୍ତି ଉପତ୍ନ୍ନ ହେବ। ୨୫ ବର୍ଷର ଜୀବନ କାଳରେ ଏହି ପ୍ରକଳ୍ପରୁ ୧୪୦ କୋଟି ୯୩ ଲକ୍ଷ ୬୧ ହଜାର ୪୮୮ କିଲୋୱାଟ୍‌ ଆୱାର୍‌ର ବିଦ୍ୟୁତ୍‌ ଶକ୍ତି ଉପତ୍ନ୍ନ ହେବ। ଏହି ପ୍ରକଳ୍ପ ବର୍ଷକୁ ୪୫,୨୧୦ ଟନ୍‌ ଓ ୨୫ ବର୍ଷର ଜୀବନ କାଳ ଭିତରେ ୧୦୫୭୦୨୧ ଟନ୍‌ ଅଙ୍ଗାରକାମ୍ଳ ସଞ୍ଚୟ କରିବ। ଜାମସେଦ୍‌ପୁରରେ ଏକ ୧୫ ମେଗାୱାଟ୍‌ ସୋଲାର୍‌ ପ୍ରକଳ୍ପ ସ୍ଥାପନ କରିବା ଲାଗି ଚଳିତ ବର୍ଷ ମାର୍ଚ୍ଚରେ ଉଭୟ କମ୍ପାନୀ ଘୋଷଣା କରିିଥିଲେ। ଏହି ପ୍ରକଳ୍ପରୁ ବର୍ଷକୁ ୩୨ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri