ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର,୨୨। ୧୨(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଶୀତ ଆରମ୍ଭ ହୋଇଛି। ସାରା ଓଡିଶା ଶୀତରେ ଥରୁଛି। ପାରଦ ୫ରୁ ୭ ଡିଗ୍ରୀ ସେଲସିୟସ ତଳକୁ ଖସି ଯାଇଛି। ବଣ ପାହାଡ ଘେରା ଜିଲାଗୁଡିକରେ ଶୀତର ପ୍ରକୋପ ଆହୁରି ଭୟଙ୍କର ହୋଇଛି। ଦେହ ହାତ କୋଲ ମାରି ନେଇ ଯାଉଛି। ସଞ୍ଜ ବୁଡିବା ମାତ୍ରେ ଶୀତ ମାଡି ଆସୁଛି। ସକାଳ ୧୦ଟା ଯାଏ ପ୍ରକୋପ କମୁ ନାହିଁ। ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ପ୍ରବାହିତ ହେଉଛି।

ଏଥିଯୋଗୁ ଆସନ୍ତା ୨୫ ତାରିଖ ଯାଏ ରାଜ୍ୟରେ ପ୍ରଚଣ୍ଡ ଶୀତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ଅନୁଗୋଳ, ଝାରସୁଗୁଡା ଏବଂ ସୁନ୍ଦରଗଡରେ ଶୀତଲହରୀ ବହିବ। ସେହିପିର ଦେବଗଡ, ନୂଆପଡା, ଢେଙ୍କାନାଳ, କୋରାପୁଟ, କନ୍ଧମାmଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କଟକ, କଳାହାଣ୍ଡି ଏବଂ ବରଗଡ ଜିଲାର କେତେକ ସ୍ଥାନରେ ମଧ୍ୟ ଥଣ୍ଡା ପ୍ରବାହ ହେବ। ଏ ନେଇ ପାରିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ରାତ୍ରିରେ ଗୃହପାଳିତ ପ୍ରାଣିଙ୍କୁ ଶୀତ ଦାଉରୁ ରକ୍ଷା କରିବାକୁ ଘରେ ରଖିବାକୁ ପରାମର୍ଶ ଦିଆଯାଇଛି। ରାତ୍ରିରେ ଦୁଇ ଚକିଆ ଯାନରେ ଯାତାୟାତ କରିବାକୁ ବାରଣ କରାଯାଇଛି। ଦାରିଙ୍ଗବାଡ଼ି ଅଞ୍ଚଳରେ ଏବର୍ଷର ପ୍ରଥମ ଥର ପାଇଁ ତୁଷାର ପଡ଼ିଥିବା ଦେଖିବାକୁ ମିଳିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସୋମବାର ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡା ୫.୮, ଦାରିଙ୍ଗୀବାଡି ୬, ଅନୁଗୋଳ ୬.୬, କୋରାପୁଟ ୭, ବାରିପଦା ୭.୬, ଭବାନୀପାଟଣା ୭.୮, ବଲାଙ୍ଗୀର ୮.୮, ବୌଦ୍ଧ ୯, ସୋନପୁର ୯.୪, ସମ୍ବଲପୁର ୧୦.୮, ହୀରାକୁଦ ୧୦.୬, ତାଳଚେର ୧୦.୪, ବାଲେଶ୍ୱର ୧୧.୭, ଚାନ୍ଦବାଲି ୧୧.୨, କଟକ ୧୧, ମାଲକନଗିରି ୧୧ ଏବଂ ନୟାଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନ୍‌ ଓ୍ବାଲ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୁଣା ଭୁବନେଶ୍ୱର, ୧୩।୭(ଡି.ଏନ୍‌.ଏ.):  ଗ୍ରୀନ୍‌ ଓ୍ବାଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି। ଏଥିରେ ଲେଖା ରହିଛି, ଟୁ ଦି ଅନରେବଲ୍‌ ଚିଫ୍‌ ମିନିଷ୍ଟର ଅଫ୍‌ ଓଡ଼ିଶା,...

ସାଇ ମନ୍ଦିରରୁ ରୁପା ଅଳଙ୍କାର ଚୋରି

ପାରଳାଖେମୁଣ୍ଡି,୨।୮(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରେଖେଣ ସାହିସ୍ଥିତ ଶିରିଡ଼ି ସାଇ ମନ୍ଦିରରୁ ସୋମବାର ବିଳମ୍ବିତ ରାତିିରେ ଚୋରି ହୋଇଥିବା ଜଣାପଡିଛି। କେତେକ...

ତଳମୁହାଁ ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫,୯୦୧ ଆକ୍ରାନ୍ତ

ଭୁବନେଶ୍ୱର,୨୭।୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫,୯୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩,୪୧୯ ଚିହ୍ନଟ ହୋଇଥିବାବେଳେ ୨,୪୮୨ ଲୋକାଲ...

ସଂସ୍କୃତିପ୍ରେମୀ ଶ୍ୟାମପ୍ରକାଶ: ୪ ହଜାର ସେଲିବ୍ରିଟିଙ୍କ ସହ ଉଠାଇଛନ୍ତି ଫଟୋ

ପୁରୀ ଅଫିସ,୧୩।୨: କଳା, ସଂସ୍କୃତି ଓ ସାହିତ୍ୟ ସହ ଯୋଡ଼ି ହୋଇ ରହୁଥିବା ପରିଚିତ ବ୍ୟକ୍ତିତ୍ୱ ହେଲେ ଶ୍ୟାମ ପ୍ରକାଶ ସେନାପତି। ପୁରୀ ସହରର ଗଳିକନ୍ଦିରେ...

ରାସ୍ତା ପାଲଟିଛି ଦୁର୍ଗମ: ଖମ୍ବ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲିଆପାଳ ବ୍ଲକ ବଡାଶ ପଞ୍ଚାୟତ ଜଗାଇ ହାକାଣ୍ଡ ପୋଖରୀରୁ ମାଣିକ ସିମୁଳିଆସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ(ବିନ୍ଦୁ ଧର୍ମ)ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ଦୁର୍ଗମ ହୋଇପଡିଛି।...

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ, ୧୬।୧୦: ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଶନିବାର ଆରମ୍ଭ ହେଇଛି। ଆଜିଠାରୁ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ। ଏହି ବେଶରେ...

ନୟାଗଡରେ ଶୁଭାରମ୍ଭ ହେବ ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୟାଗଡ ଜିଲାରେ ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରିବେ । ଭିଡିଓ କନଫରେସିଂ ଜରିଆରେ ଜିଲାବାସୀଙ୍କୁ ଏହି...

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୁତୟନ ହେବେ ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗୁରୁବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିମାନବନ୍ଦରଠାରୁ ରାଜଭବନ ଯାଏ ସୁରକ୍ଷା ବ୍ୟବସ୍ଥାକୁ କଡାକଡି...

Advertisement
Archives

Model This Week