ଦ୍ରୁତ ଅଭିବୃଦ୍ଧିରେ ଓଡ଼ିଶା

ଭୁବନେଶ୍ୱର,୨୪ା୨(ବ୍ୟୁରୋ): କୋଭିଡ୍‌ ମହାମାରୀ ପରେ ରାଜ୍ୟର ଅଭିବୃଦ୍ଧି ହାର ବଢୁଛି। ଓଡ଼ିଶା ଏବେ ଦେଶର ସବୁଠୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟର ଆର୍ଥିକ ଶୃଙ୍ଖଳା ଓଡ଼ିଶାର ଅର୍ଥନୀତିକୁ ଦୃଢ଼ ସ୍ଥିତିରେ ରଖିଛି। ଜାତୀୟ ହାର ତୁଳନାରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଅଧିକ ରହିଛି। ୧୫ ବର୍ଷ ଧରି ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ହୋଇ ରହିଛି। କୃଷି, ଶିଳ୍ପ, ସେବା କ୍ଷେତ୍ର, ମହିଳା ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗୁଆ ରହିଛି। ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ(ଜିଡିପି) ଓ ଋଣ ବୋଝ ଅନୁପାତ କ୍ରମାଗତ ହ୍ରାସ ପାଇ ୧୪.୭%ରେ ପହଞ୍ଚତ୍ବ। ୨୦୨୨-୨୩ରେ ରାଜ୍ୟର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୮ରୁ ୮.୫ ପ୍ରତିଶତ ରହିବ। ଗୁରୁବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୨-୨୩ରେ ଏହି ଆକଳନ କରିଛନ୍ତି।
୨୦୨୧-୨୨ରେ ରାଜ୍ୟର ସାମଗ୍ରିକ ଘରୋଇ ଅଭିବୃଦ୍ଧି ୧୧.୫ ପ୍ରତିଶତ ଥିଲା। କୋଭିଡ୍‌ ସତ୍ତ୍ୱେ ୨୦୧୩-୧୪ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟର ଅଭିବୃଦ୍ଧି ୭.୯ ପ୍ରତିଶତ ରହିଛି। ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ରାଜ୍ୟ ରାଜସ୍ବ ସଂଗ୍ରହରେ ରେକର୍ଡ ସୃଷ୍ଟି କରିଥିବା ବେଳେ ମୁଣ୍ଡ ପିଛା ଆୟ ବଢିଛି। ରାଜ୍ୟରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୫୦ହଜାର ୬୭୬ ରହିଥିବା ବେଳେ ଜାତୀୟ ସ୍ତରରେ ଏହା ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ରହିଛି। ରାଜ୍ୟରେ ଏହି ମୁଣ୍ଡ ପିଛା ଆୟ ୨୦୧୫-୧୬ରେ ୯୪,୭୯୭ ଟଙ୍କା ରହିଥିଲା। ଗତ ୭ ବର୍ଷରେ ଓଡ଼ିଶା ଏବଂ ଜାତୀୟ ହାର ମଧ୍ୟରେ ମୁଣ୍ଡ ପିଛା ଆୟର ଦୂରତାକୁ ହ୍ରାସ କରିବାରେ ରାଜ୍ୟ ସଫଳ ହୋଇଛି। ଜାତୀୟ ସ୍ତରରେ ୨୦୧୫-୧୬ରେ ମୁଣ୍ଡ ପିଛା ଆୟ ୩୧.୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହାର ଦୂରତା ୧୨ ପ୍ରତିଶକୁ ଖସି ଆସିଛି। ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡ ପିଛା ଆୟ ୧୦.୯ ପ୍ରତିଶତ ବଢ଼ିଛି। ଏହି ସମୟରେ ଜାତୀୟ ସ୍ତର ଅଭିବୃଦ୍ଧି ୯.୪ ପ୍ରତିଶତ ରହିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱସ୍ତରରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ଶକ୍ତି ଓ ଅନ୍ୟାନ୍ୟ ସାମଗ୍ରୀର ଦାମ ବୃଦ୍ଧି ପାଇଛି। ୨୦୨୨-୨୩ରେ ମୁଦ୍ରସ୍ପୀତି ହାର ବୃଦ୍ଧି ପାଇଛି। ରାଜ୍ୟରେ ୨୦୨୧-୨୨ରେ ମୁଦ୍ରାସ୍ପୀତି ୩.୭ ପ୍ରତିଶତ ଥିବାବେଳେ ୨୦୨୨ ଡିସେମ୍ବର ସୁଦ୍ଧା ଏହା ୬.୬୫ ପ୍ରତିଶତ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଜାତୀୟ ସ୍ତରରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୫ ପ୍ରତିଶତ ଆକଳନ କରାଯାଇଥିବା ବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୬ ପ୍ରତିଶତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସେହିପରି ଶିଳ୍ପ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୦୫ ପ୍ରତିଶତ ହୋଇଥିବା ବେଳେ ସେବା କ୍ଷେତ୍ରରେ ୮.୭୯ ପ୍ରତିଶତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ରୋଜଗାର ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ମହିଳାମାନଙ୍କୁ ଆତ୍ମନିଯୁକ୍ତିରେ ଜାତୀୟ ହାରଠୁ ଓଡ଼ିଶା ଅଧିକ ସଫଳତା ପାଇଛି। ମହିଳାଙ୍କ ନିଯୁକ୍ତି ହାର ଜାତୀୟ ସ୍ତରରେ ୩୨.୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ନିଯୁକ୍ତି ହାର ୩୩.୨ ପ୍ରତିଶତ ରହିଛି। ବିତ୍ତୀୟ ପରିଚାଳନାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଆସିଛି। ଗତ ୧୭ ବର୍ଷରେ ନିରନ୍ତର ଭାବେ ବଳକା ରାଜସ୍ବ ଭାବେ ଓଡ଼ିଶା ମାନ୍ୟତା ପାଇଛି। ୨୦୧୯-୨୦ରେ ରାଜ୍ୟ ଘରୋଇ ଉତ୍ପାଦରେ ଅନ୍ୟ ରାଜ୍ୟକୁ ପଛରେ ପକାଇଛି। ହରିୟାଣା, ମହାରାଷ୍ଟ୍ର, ଗୁଜରାଟ, କର୍ନାଟକ, ତାମିଲନାଡୁକୁ ଓଡ଼ିଶା ପଛରେ ପକାଇଛି।
ତେବେ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି କ୍ଷେତ୍ରରେ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ମୁଣ୍ଡ ପିଛା ବ୍ୟୟରେ ବହୁ ପଛରେ ରହିଛି। ଯଦିଓ ଅନ୍ତର୍ଜାତୀୟ ଯୁଦ୍ଧ ପରିସ୍ଥିତି, ଜିଏସ୍‌ଟି କ୍ଷତିପୂରଣ ବନ୍ଦ, ଅସ୍ଥିର ଖଣି ରାଜସ୍ବ, କେନ୍ଦ୍ରୀୟ ଟିକସ ଭାଗୀଦାରି ହ୍ରାସ, ପିପିପି ମୋଡ୍‌ରେ ଭିତ୍ତିଭୂମି ବ୍ୟୟ, ଶକ୍ତି କ୍ଷେତ୍ର ପାଇଁ ଗ୍ୟାରେଣ୍ଟର ଏବଂ ବାରମ୍ବାର ବିପର୍ଯ୍ୟୟ ପରିଚାଳନା ଆଦିର ମୁକାବିଲା ପାଇଁ ସରକାର ଏକାଧିକ ଆର୍ଥିକ ପଦକ୍ଷେପ ନେଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦାବି କରାଯାଇଛି। ୨୦୨୧-୨୨ରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଓ ପ୍ରଦର୍ଶନ ସନ୍ତୋଷଜନକ ରହିଥିବା ବେଳେ ୨୦୨୨-୨୩ରେ ଏହି ଟ୍ରେଣ୍ଡ ଜାରି ରହିବ ବୋଲି ସରକାର ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?