ଦ୍ରୁତ ଅଭିବୃଦ୍ଧିରେ ଓଡ଼ିଶା

ଭୁବନେଶ୍ୱର,୨୪ା୨(ବ୍ୟୁରୋ): କୋଭିଡ୍‌ ମହାମାରୀ ପରେ ରାଜ୍ୟର ଅଭିବୃଦ୍ଧି ହାର ବଢୁଛି। ଓଡ଼ିଶା ଏବେ ଦେଶର ସବୁଠୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟର ଆର୍ଥିକ ଶୃଙ୍ଖଳା ଓଡ଼ିଶାର ଅର୍ଥନୀତିକୁ ଦୃଢ଼ ସ୍ଥିତିରେ ରଖିଛି। ଜାତୀୟ ହାର ତୁଳନାରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଅଧିକ ରହିଛି। ୧୫ ବର୍ଷ ଧରି ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ହୋଇ ରହିଛି। କୃଷି, ଶିଳ୍ପ, ସେବା କ୍ଷେତ୍ର, ମହିଳା ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗୁଆ ରହିଛି। ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ(ଜିଡିପି) ଓ ଋଣ ବୋଝ ଅନୁପାତ କ୍ରମାଗତ ହ୍ରାସ ପାଇ ୧୪.୭%ରେ ପହଞ୍ଚତ୍ବ। ୨୦୨୨-୨୩ରେ ରାଜ୍ୟର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୮ରୁ ୮.୫ ପ୍ରତିଶତ ରହିବ। ଗୁରୁବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୨-୨୩ରେ ଏହି ଆକଳନ କରିଛନ୍ତି।
୨୦୨୧-୨୨ରେ ରାଜ୍ୟର ସାମଗ୍ରିକ ଘରୋଇ ଅଭିବୃଦ୍ଧି ୧୧.୫ ପ୍ରତିଶତ ଥିଲା। କୋଭିଡ୍‌ ସତ୍ତ୍ୱେ ୨୦୧୩-୧୪ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟର ଅଭିବୃଦ୍ଧି ୭.୯ ପ୍ରତିଶତ ରହିଛି। ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ରାଜ୍ୟ ରାଜସ୍ବ ସଂଗ୍ରହରେ ରେକର୍ଡ ସୃଷ୍ଟି କରିଥିବା ବେଳେ ମୁଣ୍ଡ ପିଛା ଆୟ ବଢିଛି। ରାଜ୍ୟରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୫୦ହଜାର ୬୭୬ ରହିଥିବା ବେଳେ ଜାତୀୟ ସ୍ତରରେ ଏହା ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ରହିଛି। ରାଜ୍ୟରେ ଏହି ମୁଣ୍ଡ ପିଛା ଆୟ ୨୦୧୫-୧୬ରେ ୯୪,୭୯୭ ଟଙ୍କା ରହିଥିଲା। ଗତ ୭ ବର୍ଷରେ ଓଡ଼ିଶା ଏବଂ ଜାତୀୟ ହାର ମଧ୍ୟରେ ମୁଣ୍ଡ ପିଛା ଆୟର ଦୂରତାକୁ ହ୍ରାସ କରିବାରେ ରାଜ୍ୟ ସଫଳ ହୋଇଛି। ଜାତୀୟ ସ୍ତରରେ ୨୦୧୫-୧୬ରେ ମୁଣ୍ଡ ପିଛା ଆୟ ୩୧.୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହାର ଦୂରତା ୧୨ ପ୍ରତିଶକୁ ଖସି ଆସିଛି। ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡ ପିଛା ଆୟ ୧୦.୯ ପ୍ରତିଶତ ବଢ଼ିଛି। ଏହି ସମୟରେ ଜାତୀୟ ସ୍ତର ଅଭିବୃଦ୍ଧି ୯.୪ ପ୍ରତିଶତ ରହିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱସ୍ତରରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ଶକ୍ତି ଓ ଅନ୍ୟାନ୍ୟ ସାମଗ୍ରୀର ଦାମ ବୃଦ୍ଧି ପାଇଛି। ୨୦୨୨-୨୩ରେ ମୁଦ୍ରସ୍ପୀତି ହାର ବୃଦ୍ଧି ପାଇଛି। ରାଜ୍ୟରେ ୨୦୨୧-୨୨ରେ ମୁଦ୍ରାସ୍ପୀତି ୩.୭ ପ୍ରତିଶତ ଥିବାବେଳେ ୨୦୨୨ ଡିସେମ୍ବର ସୁଦ୍ଧା ଏହା ୬.୬୫ ପ୍ରତିଶତ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଜାତୀୟ ସ୍ତରରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୫ ପ୍ରତିଶତ ଆକଳନ କରାଯାଇଥିବା ବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୬ ପ୍ରତିଶତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସେହିପରି ଶିଳ୍ପ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୦୫ ପ୍ରତିଶତ ହୋଇଥିବା ବେଳେ ସେବା କ୍ଷେତ୍ରରେ ୮.୭୯ ପ୍ରତିଶତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ରୋଜଗାର ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ମହିଳାମାନଙ୍କୁ ଆତ୍ମନିଯୁକ୍ତିରେ ଜାତୀୟ ହାରଠୁ ଓଡ଼ିଶା ଅଧିକ ସଫଳତା ପାଇଛି। ମହିଳାଙ୍କ ନିଯୁକ୍ତି ହାର ଜାତୀୟ ସ୍ତରରେ ୩୨.୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ନିଯୁକ୍ତି ହାର ୩୩.୨ ପ୍ରତିଶତ ରହିଛି। ବିତ୍ତୀୟ ପରିଚାଳନାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଆସିଛି। ଗତ ୧୭ ବର୍ଷରେ ନିରନ୍ତର ଭାବେ ବଳକା ରାଜସ୍ବ ଭାବେ ଓଡ଼ିଶା ମାନ୍ୟତା ପାଇଛି। ୨୦୧୯-୨୦ରେ ରାଜ୍ୟ ଘରୋଇ ଉତ୍ପାଦରେ ଅନ୍ୟ ରାଜ୍ୟକୁ ପଛରେ ପକାଇଛି। ହରିୟାଣା, ମହାରାଷ୍ଟ୍ର, ଗୁଜରାଟ, କର୍ନାଟକ, ତାମିଲନାଡୁକୁ ଓଡ଼ିଶା ପଛରେ ପକାଇଛି।
ତେବେ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି କ୍ଷେତ୍ରରେ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ମୁଣ୍ଡ ପିଛା ବ୍ୟୟରେ ବହୁ ପଛରେ ରହିଛି। ଯଦିଓ ଅନ୍ତର୍ଜାତୀୟ ଯୁଦ୍ଧ ପରିସ୍ଥିତି, ଜିଏସ୍‌ଟି କ୍ଷତିପୂରଣ ବନ୍ଦ, ଅସ୍ଥିର ଖଣି ରାଜସ୍ବ, କେନ୍ଦ୍ରୀୟ ଟିକସ ଭାଗୀଦାରି ହ୍ରାସ, ପିପିପି ମୋଡ୍‌ରେ ଭିତ୍ତିଭୂମି ବ୍ୟୟ, ଶକ୍ତି କ୍ଷେତ୍ର ପାଇଁ ଗ୍ୟାରେଣ୍ଟର ଏବଂ ବାରମ୍ବାର ବିପର୍ଯ୍ୟୟ ପରିଚାଳନା ଆଦିର ମୁକାବିଲା ପାଇଁ ସରକାର ଏକାଧିକ ଆର୍ଥିକ ପଦକ୍ଷେପ ନେଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦାବି କରାଯାଇଛି। ୨୦୨୧-୨୨ରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଓ ପ୍ରଦର୍ଶନ ସନ୍ତୋଷଜନକ ରହିଥିବା ବେଳେ ୨୦୨୨-୨୩ରେ ଏହି ଟ୍ରେଣ୍ଡ ଜାରି ରହିବ ବୋଲି ସରକାର ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୨ବର୍ଷରେ ୪୨ ବଙ୍ଗଭାଷୀ ରାଜସ୍ବ ଗାଁ

କେନ୍ଦ୍ରାପଡ଼ା ଅଫିସ,୧୭ା୬: ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗାଁରେ ରୁହନ୍ତି ଆଶାଲତା ଓ ବିଧାନ ରାୟଙ୍କ ପୁଅ ଅମିତ ରାୟ(୨୯)।...

କ୍ୱାରାଣ୍ଟାଇନ ଶେଷ ପରେ ଗାଁରେ ପହଞ୍ଚାଇଲାନି ପ୍ରଶାସନ: ରାତିରେ ଅଧାରାସ୍ତାରେ ଛାଡ଼ିଗଲେ ଡ୍ରାଇଭର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣକରି ଚାଲିଛନ୍ତି। ମାଲକାନଗିରି ଜିଲା ପ୍ରଶାସନ ଏହି ନିୟମକୁ...

ଭିମ୍‌ସାରରେ ପୁଣି ୧୬ କରୋନା ସଂକ୍ରମିତ

ସମ୍ବଲପୁର,୨୫ା୧୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରରେ ବୁଧବାର ଆଉ ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରେ...

ଶୀତଳ ଭଣ୍ଡାର ନାହିଁ, ଆଳୁଚାଷ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୨୧ା୯: ଆଳୁ ଓଡ଼ିଶାର ଏକ ପ୍ରମୁଖ ପରିବା ଭାବେ ଜଣାଶୁଣା। ଅଧିକାଂଶ ପରିବାର ଆଳୁ ଉପରେ ନିର୍ଭରଶୀଳ। କିନ୍ତୁ ଏହାର ଉତ୍ପାଦନ ଓଡ଼ିଶାରେ...

ବିଗିଡ଼ିଲାଣି ତଦନ୍ତ, ବଢ଼ିପାରେ ଅପରାଧ

ତ୍ରିନାଥ ମହାନ୍ତି ଭୁବନେଶ୍ୱର,୨୭ା୫: କରୋନା ମହାମାରୀ ଭଳି ବିପତ୍ତିର ମୁକାବିଲା ପାଇଁ ପୋଲିସ କର୍ମଚାରୀ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି। ଦୁଇମାସରୁ ଊର୍ଦ୍ଧ୍ୱ ହେବ ଆଇନଶୃଙ୍ଖଳା...

ମହାନଦୀ ବିପଦ: ଆଜି ମୁଣ୍ଡଳୀରେ ପ୍ରବାହିତ ହେବ ୧୦.୫୦ ଲକ୍ଷ କ୍ୟୁସେକ ଜଳ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ପଡ଼ୋଶୀ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ଓଡ଼ିଶା ପାଇଁ ବିପଦ ହୋଇ ମାଡ଼ିଆସୁଛି ମହାନଦୀର ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍‌ ଖୋଲାଯାଇଥିବାରୁ ମହାନଦୀ...

ମୟୂରଭଞ୍ଜ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର,୨।୨(ବ୍ୟୁରୋ)-  ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଉତ୍କଳ ମଣ୍ଡପଠାରେ ଚାଲିଥିବା ‘ମୟୂରଭଞ୍ଜ ଉତ୍ସବ-୨୦୨୦’ର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ଛାଉଣି ଛଉନୃତ୍ୟ ପ୍ରତିଷ୍ଠାନର...

ବିଜେପୁର ଉପନିର୍ବାଚନ: ଦଳ ଛାଡ଼ିବାର କୌଣସି ଯୋଜନା ନାହିଁ: ଅଶୋକ

ଭୁବନେଶ୍ୱର,୭ା୧୦:(ବ୍ୟୁରୋ): ୨୦୧୮ ବିଜେପୁର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିବା ନେଇ ବିଭିନ୍ନ ମହଲରେ ଯେଉଁ ଆଲୋଚନା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ...

Advertisement
Archives

Model This Week