ମଦ୍ୟପାନରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ସର୍ବଭାରତୀୟ ହାର ଅପେକ୍ଷା ଓଡ଼ିଶାରେ ଅଧିକ ହାରରେ ପୁରୁଷମାନେ ମଦ୍ୟପାନ କରନ୍ତି। ସେହିଭଳି ଏହି କ୍ଷେତ୍ରରେ ଓଡ଼ିଶାର ମହିଳାମାନେ ବି ସର୍ବଭାରତୀୟ ହାର ଅପେକ୍ଷା ଆଗରେ ରହିଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ମଦ୍ୟପଙ୍କ ସଂଖ୍ୟା ଅଧିକ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ବା ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୧୫ ବର୍ଷରୁ ଅଧିକ ବୟସର କେତେ ଲୋକ ମଦ୍ୟପାନ କରୁଛନ୍ତି, ସେନେଇ ଘର ଘର ବୁଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ଏଜେନ୍ସି ତଥ୍ୟ ସଂଗ୍ରହ କରିଥିଲା। ୨୦୧୯ରୁ ୨୦୨୧ ମଧ୍ୟରେ ଏହି ସର୍ଭେରେ ଭାରତର ୬,୩୬,୬୯୯ ପରିବାରକୁ ନିଆଯାଇଥିବାବେଳେ ଓଡ଼ିଶାର ୨୬,୪୭୬ ପରିବାରଠାରୁ ତଥ୍ୟ ସଂଗ୍ରହ ହୋଇଥିଲା। ଭାରତରେ ୧୫ ବର୍ଷରୁ ଅଧିକ ବୟସର ୧.୩% ମହିଳା ମଦ୍ୟପାନ କରୁଥିବାବେଳେ ଓଡ଼ିଶାର ୪.୩% ମହିଳା ମଦ୍ୟପାନ କରୁଛନ୍ତି। ଓଡ଼ିଶାର ସହରାଞ୍ଚଳରେ ୧.୪% ଓ ଗ୍ରାମାଞ୍ଚଳର ୪.୯% ମହିଳା ମଦ୍ୟପାନ କରୁଛନ୍ତି। ସେହିପରି ଦେଶରେ ୧୮.୮% ଏବଂ ଓଡ଼ିଶାରେ ୨୮.୮ ପ୍ରତିଶତ ମଦ୍ୟପାନ କରୁଛନ୍ତି। ସହରାଞ୍ଚଳରେ ୨୨.୭% ଏବଂ ଗ୍ରାମାଞ୍ଚଳରେ ୩୦.୨% ପୁରୁଷ ମଦ ପିଉଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାବ୍ୟତୀତ ରାଜ୍ୟରେ ମୋଟ ୫୧.୬ ପ୍ରତିଶତ ପୁରୁଷ ଏବଂ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରୁଣ ନିରୂପଣ ଲ୍ୟାବ୍‌ ଲିଙ୍କ୍‌ରେ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ ଅଫିସ,୨୩ା୧: ଭ୍ରୁଣ ନିରୂପଣ କରିଥିବା ଲ୍ୟାବ୍‌ ଲିଙ୍କ୍‌ରେ ଆଉ ଜଣଙ୍କୁ ଗିରଫ କରିଛି  ମଙ୍ଗଳାବାଗ  ପୋଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ମାନସ ରଞ୍ଜନ...

ଶ୍ରେଣୀଗୃହରେ ମଦ ବୋତଲ, ଗଛମୂଳେ ପଢ଼ିଲେ ପିଲା

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସ୍କୁଲ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ। ଅସୁରକ୍ଷିତ ହୋଇପଡୁଛନ୍ତି ଛାତ୍ରୀଛାତ୍ର। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ବରମୁଣ୍ଡା ଉଚ୍ଚ...

ନରସିଂହପୁର ତତ୍କାଳୀନ ରେଞ୍ଜର ନିଲମ୍ବିତ

ଭୁବନେଶ୍ୱର, ୯।୩(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ନରସିଂହପୁର ୱେଷ୍ଟ ରେଞ୍ଜରୁ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ତତ୍କାଳୀନ ରେଞ୍ଜ ଅଫିସର ଅଶୋକ କୁମାର ବେହେରାଙ୍କୁ ମଙ୍ଗଳବାର...

ସେପ୍ଟେମ୍ବରରେ ଉତ୍ତର ରେଳପଥରେ ୪ଟ୍ରେନ ବାତିଲ

ଭୁବନେଶ୍ୱର, ୨୮-୮(ବ୍ୟୁରୋ)-ଉତ୍ତର ରେଳପଥରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁ ୪ଟି ଏକ୍ସପ୍ରେସକୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।...

ପୁଣି ଡରାଇଲାଣି କରୋନା: ରାଜ୍ୟରେ ୭୪୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ୭୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭ ଜଣ ପିଲା...

ମତାନ୍ତର ଭୁଲି ଏକତାସୂତ୍ରରେ ବାନ୍ଧି ହୁଅ: ନିରଞ୍ଜନ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ତୃଣମୂଳସ୍ତରରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦଳର ୩୩ ସାଙ୍ଗଠନିକ ଜିଲାରୁ କ୍ୟାଡର ସୃଷ୍ଟି କରିବା ପାଇଁ କଂଗ୍ରେସ ଭବନଠାରେ ଦୁଇଦିନିଆ ଚୟନ...

ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ: ଗଗନୟାନରେ ମହାକାଶ ଯିବେ ବଲାଙ୍ଗୀରର ନିଖିଲ ରଥ

ବଲାଙ୍ଗୀର ଅଫିସ, ୮।୯: ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ଗଗନୟାନ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ...

ସ୍ବତନ୍ତ୍ର ଜିଲା ଘୋଷଣା ଦାବି ଜୋରଧରିଲା: କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି,୨୫ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜିକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବିରେ ଶନିବାର ଜିଲା ସଂଘର୍ଷ ସମିତି ପକ୍ଷରୁ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଫଳରେ ସମସ୍ତ...

Advertisement
Archives

Model This Week