ଜଙ୍ଗଲ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଜଙ୍ଗଲ ପରିଚାଳନାରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ମିଳିଛି। ଆଇଏସ୍‌ଏଫ୍‌ଆର୍‌ ରିପୋର୍ଟ-୨୦୧୯ ଅନୁସାରେ ଟେକ୍ନୋଲୋଜି ପ୍ରୟୋଗ ମାଧ୍ୟମରେ ଜଙ୍ଗଲ ଓ ଜଙ୍ଗଲ ପରିଚାଳନାର ବିଭିନ୍ନ ପାରାମିଟରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ଆକଳନ କରାଯାଇଛି। ଏ ନେଇ ରାଜ୍ୟସ୍ତରୀୟ କ୍ଷତିପୂରଣ ବୃକ୍ଷରୋପଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ (କାମ୍ପା) ବୈଠକରେ ଏହି ମତପ୍ରକାଶ ପାଇଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଲଣ୍ଡା ପାହାଡ଼ (ବାଲ୍ଡ ହିଲ୍‌)ରେ ବୃକ୍ଷରୋପଣ ସହିତ ପୁନଃନିର୍ମାଣ କାର୍ଯ୍ୟ କରି ଗ୍ରୀନ୍‌ କଭରେଜ ବୃଦ୍ଧି ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ଜଙ୍ଗଲ ସମ୍ପତ୍ତିର ଡିଜିଟାଲ୍‌ ଡାଟାବେସ୍‌ ପ୍ରସ୍ତୁତ କରିବା, ନିୟମିତ ଅପଡେଟ୍‌ ସହିତ ପବ୍ଲିକ୍‌ ଡୋମେନରେ ଅପ୍‌ଲୋଡ୍‌ କରିବାକୁ କହିଛନ୍ତି। ସ୍ବାସ୍ଥ୍ୟ ଓ ଜରୁରୀକାଳୀନ ସେବା ସହଜରେ ଉପଲବ୍ଧ ହେବା ପାଇଁ ଜଙ୍ଗଲ ରାସ୍ତାକୁ ଗତିଶୀଳ କରିବା ଲାଗି ବିଭାଗକୁ ୩ ବର୍ଷର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ବୃକ୍ଷରୋପଣ ପ୍ରକଳ୍ପରେ ଗ୍ରୀନ୍‌ କଭରର ପୂର୍ବ ଓ ପରର ତୃତୀୟପକ୍ଷ ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦେଇଛନ୍ତି। ପିସିସିଏଫ୍‌ ସନ୍ଦିପ ତ୍ରିପାଠୀ କହିଛନ୍ତି, ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୭ରୁ ୧୯ ମଧ୍ୟରେ ୨୭୪ ବର୍ଗକିମି ଜଙ୍ଗଲ ବୃଦ୍ଧି ହୋଇଛି। ଏହା ବ୍ୟତୀତ ବୃକ୍ଷର ଆବରଣ କ୍ଷେତ୍ର ମଧ୍ୟ ୬୫୫ ବର୍ଗ କିମି ବୃଦ୍ଧି ପାଇଛି। ଜଙ୍ଗଲ ପରିଚାଳନାରେ ଓଡ଼ିଶା ଜାତୀୟ ସ୍ତରରେ ଷଷ୍ଠ ସ୍ଥାନରେ ରହିଛି।ଏହି ଅବସରରେ ୨୦୨୧-୨୨ବର୍ଷ ପାଇଁ ୯୦୩.୩୯ କୋଟି ଟଙ୍କା ଅନୁମୋଦିତ ହୋଇଛି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, କାମ୍ପାର ସିଇଓ ଉମା ନନ୍ଦୁରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଲେ ୧୬୭୩ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୧୨।୮(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୧୬୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୩୮୯ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୭୭,...

ସଫେଇ ନାଁରେ ସରକାରୀ ଅଫିସ୍‌ ପରିସରରୁ ମୂଲ୍ୟବାନ ଗଛ ଚାଲାଣ

ବାଲେଶ୍ୱର ଅଫିସ, ୧୯।୭-ବାଲେଶ୍ୱର ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ନିମ୍ବ, ଆକାଶୀ, ଶାଗୁଆନ, କଦମ୍ବ, ଆମ୍ବ ଭଳି ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ...

ଆଜିଠୁ ଡୋନର ପଞ୍ଜୀକରଣ, ସ୍କ୍ରିନିଂ, କାଉନସେଲିଂ

କଟକ ଅଫିସ,୧୭।୭:ରାଜ୍ୟରେ ସଙ୍କଟାପନ୍ନ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବୁଧବାରଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି। ସଂଗୃହୀତ ହୋଇଥିବା ୮ ୟୁନିଟ୍‌ ପ୍ଲାଜ୍‌ମାରୁ ଗୋଟିଏ ପ୍ୟାକେଟ...

ବରଗଡ଼ରେ ଟୋକନ ସମସ୍ୟା, ଧାନ ବିକ୍ରି କରି ପାରୁନାହାନ୍ତି ଚାଷୀ: ପଦ୍ମପୁର-ନୂଆପଡ଼ା ରାସ୍ତା ଅବରୋଧ କଲେ

ବରଗଡ଼ ଅଫିସ,୫।୩- ବରଗଡ ଜିଲାରେ ଧାନବିକ୍ରିକୁ ନେଇ ଟୋକନ ସମସ୍ୟା ଦୂର ହୋଇନାହିଁ। କେତେକ ଚାଷୀଙ୍କୁ ଟୋକନ ମିଳିଥିବା ସତ୍ତ୍ବେ ଧାନ ବିକ୍ରି କରି ପାରି...

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର, ୫।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ଲୋକସେବା ଭବନଠାରେ ଅନୁଷ୍ଠିତ...

ହିତାଧିକାରୀ ବଛାନିଛାରେ ଗପଲତି ଅଭିଯୋଗ:ଆବାସ ଯୋଜନାରୁ ବଁଚିତ୍‌ ହକ୍‌ଦାର ହିତାଧିକାରୀ

ଲୋଇସିଂହା,୩।୮(ଡି.ଏନ୍‌.ଏ.): ୨୦୨୨ ତକ୍‌ ଦେଶର ସବୁ ମାଟି ଘର ପକାଘରରେ ପରିନତ କରବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଯୋର ଦେଇ କହୁଛନ୍‌। ଇଆଡ଼େ ନିହାତି...

ଯାତ୍ରୀବାହୀ ବସ୍‌ ଉପରେ ଲାଗିଲା ୫ ଲକ୍ଷ ୬୬ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର,୧୪।୧୦: ଭୁବନେଶ୍ୱର,୧୪।୧୦: କୋରାପୁଟରୁ ଭୁବନେଶ୍ୱରକୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଉପରେ ଏକ ମୋଟା ଆକାରର ଜରିମାନା ଲଗାଇଛନ୍ତି ଆର୍‌ଟିଓ ଭୁବନେଶ୍ୱର-୨। ଓଡି୧୦ ଏଫ୦୪୦୯ ନମ୍ବର...

ଶ୍ରୀଲିଙ୍ଗରାଜ ମନ୍ଦିର: ଆରମ୍ଭ ହେବ ନୂଆ ରୋଷଘର କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୧୩ା୧(ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜଙ୍କ ଦୈନଦିନ ନୀତିରେ ଶଙ୍ଖୁଡ଼ି ଭୋଗ, ଅନ୍ନ ଭୋଗ ଲାଗି ହୋଇଥାଏ। ପ୍ରାଚୀନ କାଳରୁ ମନ୍ଦିର ବେଢା ପରିସରରେ ନୃସିଂହ ଦେବ ମନ୍ଦିର...

Advertisement
Archives

Model This Week