ଜଙ୍ଗଲ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଜଙ୍ଗଲ ପରିଚାଳନାରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ମିଳିଛି। ଆଇଏସ୍‌ଏଫ୍‌ଆର୍‌ ରିପୋର୍ଟ-୨୦୧୯ ଅନୁସାରେ ଟେକ୍ନୋଲୋଜି ପ୍ରୟୋଗ ମାଧ୍ୟମରେ ଜଙ୍ଗଲ ଓ ଜଙ୍ଗଲ ପରିଚାଳନାର ବିଭିନ୍ନ ପାରାମିଟରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ଆକଳନ କରାଯାଇଛି। ଏ ନେଇ ରାଜ୍ୟସ୍ତରୀୟ କ୍ଷତିପୂରଣ ବୃକ୍ଷରୋପଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ (କାମ୍ପା) ବୈଠକରେ ଏହି ମତପ୍ରକାଶ ପାଇଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଲଣ୍ଡା ପାହାଡ଼ (ବାଲ୍ଡ ହିଲ୍‌)ରେ ବୃକ୍ଷରୋପଣ ସହିତ ପୁନଃନିର୍ମାଣ କାର୍ଯ୍ୟ କରି ଗ୍ରୀନ୍‌ କଭରେଜ ବୃଦ୍ଧି ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ଜଙ୍ଗଲ ସମ୍ପତ୍ତିର ଡିଜିଟାଲ୍‌ ଡାଟାବେସ୍‌ ପ୍ରସ୍ତୁତ କରିବା, ନିୟମିତ ଅପଡେଟ୍‌ ସହିତ ପବ୍ଲିକ୍‌ ଡୋମେନରେ ଅପ୍‌ଲୋଡ୍‌ କରିବାକୁ କହିଛନ୍ତି। ସ୍ବାସ୍ଥ୍ୟ ଓ ଜରୁରୀକାଳୀନ ସେବା ସହଜରେ ଉପଲବ୍ଧ ହେବା ପାଇଁ ଜଙ୍ଗଲ ରାସ୍ତାକୁ ଗତିଶୀଳ କରିବା ଲାଗି ବିଭାଗକୁ ୩ ବର୍ଷର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ବୃକ୍ଷରୋପଣ ପ୍ରକଳ୍ପରେ ଗ୍ରୀନ୍‌ କଭରର ପୂର୍ବ ଓ ପରର ତୃତୀୟପକ୍ଷ ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦେଇଛନ୍ତି। ପିସିସିଏଫ୍‌ ସନ୍ଦିପ ତ୍ରିପାଠୀ କହିଛନ୍ତି, ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୭ରୁ ୧୯ ମଧ୍ୟରେ ୨୭୪ ବର୍ଗକିମି ଜଙ୍ଗଲ ବୃଦ୍ଧି ହୋଇଛି। ଏହା ବ୍ୟତୀତ ବୃକ୍ଷର ଆବରଣ କ୍ଷେତ୍ର ମଧ୍ୟ ୬୫୫ ବର୍ଗ କିମି ବୃଦ୍ଧି ପାଇଛି। ଜଙ୍ଗଲ ପରିଚାଳନାରେ ଓଡ଼ିଶା ଜାତୀୟ ସ୍ତରରେ ଷଷ୍ଠ ସ୍ଥାନରେ ରହିଛି।ଏହି ଅବସରରେ ୨୦୨୧-୨୨ବର୍ଷ ପାଇଁ ୯୦୩.୩୯ କୋଟି ଟଙ୍କା ଅନୁମୋଦିତ ହୋଇଛି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, କାମ୍ପାର ସିଇଓ ଉମା ନନ୍ଦୁରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Ketan Murder Case: କେତନଙ୍କ ମୁଣ୍ଡରେ କେଶ ନ ଥିଲା ସେଥିପାଇଁ ସିୟା ତାଙ୍କୁ ହତ୍ୟା କଲେ!

ପୁଣେ,୨୬।୬: ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଲୋହାଗଡ ଫୋର୍ଟରେ ହତ୍ୟା ମାମଲାରେ ନୂତନ ତଥ୍ୟ ଆସିବାରେ ଲାଗିଛି। ହତ୍ୟାର ଅଭିଯୁକ୍ତ ଭାବି ପତ୍ନୀ ସିୟା ଗୋଏଲ ଏବେ…

ବହି ତ୍ରୁଟି ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୬: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର…

ଆମେରିକା- ଇରାନ ମଧ୍ୟରେ ପୁଣି ହେବ ଯୁଦ୍ଧ? ହର୍ମୁଜରେ ୧୦ ଲକ୍ଷ ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ଇରାନ

ତେହରାନ,୨୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଶାନ୍ତି ଚୁକ୍ତିନାମା ବିଷୟରେ ଆଲୋଚନା ହେଉଥିଲେ ମଧ୍ୟ, ଉଭୟ ଦେଶ ପରସ୍ପର ଉପରେ…

ଭାରତକୁ ନେଇ ଏମିତି କହିଲେ ମେଲୋନି ସଭିଏଁ ଚକିତ, କହିଲେ ‘ଦିଲ୍ଲୀରେ ନିର୍ବାଚନ ଲଢିଥିଲେ…’

ରୋମ/ନୂଆଦିଲ୍ଲୀ,୨୬।୬: ଏକ ନୂତନ ପୁସ୍ତକରେ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ 2023 ଭାରତ ଗସ୍ତର ଏକ ଆକର୍ଷଣୀୟ କାହାଣୀ ବାଣ୍ଟିଛନ୍ତି, ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି…

ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର…

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର! ଏବେ ମିଳିବ ମୁଣ୍ଡପିଛା ମିଳିବ…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) ଅଧୀନରେ ମିଳୁଥିବା ପରିବାର ପିଛା ମାସିକ ୩୫ କିଲୋଗ୍ରାମର ଖାଦ୍ୟଶସ୍ୟ ଅଧିକାରକୁ ବଦଳାଇ, ଏହାକୁ ପ୍ରତି ବ୍ୟକ୍ତି…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି: ଚାରିଆଡ଼େ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ଦିଗରେ ତାଙ୍କର…

ନିଜ କାର୍ଯ୍ୟକୁ ଫେରିଲେ ସରପଞ୍ଚ ଚାମେଲୀ ଓଝା, ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି…

ମହାକାଳପଡ଼ା, ୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ରୋକାଯିବା ଓ କରାଯାଇଥିବା କାମର ବିଲ୍‌ ପ୍ରଦାନ କରାଯାଉ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri