ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ, ସରକାରୀ କ୍ୱାର୍ଟର ଦେଇଥିଲେ ଭଡ଼ା

ଭୁବନେଶ୍ୱର,୮।୧୦: ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ରମେଶ ଜଣେ ସରକାରୀ ଅଧିକାରୀ ହୋଇଥିବାବେଳେ ସରକାରୀ ନିୟମକୁ ଉଲଙ୍ଘନ କରିଥିଲେ। ସେ ୨୦୨୧ ମସିହା ଜୁନରୁ ମାର୍କେଟ୍‌ ବିଲ୍ଡିଂ ପଛପାର୍ଶ୍ୱରେ ଥିବା ସରକାରୀ କ୍ୱାର୍ଟର (ନଂ.ଆଇଭି-ଏ ୪୬/୧)କୁ ୩ ଜଣଙ୍କୁ ଭଡ଼ାରେ ଲଗାଇଥିଲେ। ଭଡ଼ା ବାବଦକୁ ସେମାନଙ୍କଠାରୁ ରମେଶ ପ୍ରତି ମାସ ୧୨ ହଜାର ଟଙ୍କା ଫୋନପେ ଜରିଆରେ ନେଉଥିଲେ।

ଭିଜିଲାନ୍ସ ଟିମ୍‌ ରମେଶଙ୍କୁ ତାଙ୍କ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ରମେଶ ୧୫ଦିନ ହେବ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ୪ବର୍ଷ ପରିବହନ ବିଭାଗରେ ଥିଲେ। ଏଥିସହ ପୂର୍ବରୁ ରମେଶ ଗୃହ ବିଭାଗ, ଯୋଜନା ଓ ସଂଯୋଜନା ବିଭାଗ ଆଦିରେ କାମ କରିଥିଲେ।

ମଙ୍ଗଳବାର ରମେଶ ଚନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଆଠଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ସର୍ଚ୍ଚ ବେଳେ ଏହା ଜଣାପଡିଛି ଯେ ସେ ଭୁବନେଶ୍ୱରର ମାର୍କେଟ ବିଲଡିଂ ନିକଟରେ ଥିବା ତାଙ୍କ ସରକାରୀ କ୍ୱାର୍ଟର୍ସ (IV A 46/1) କୁ ମାସିକ 12,000 ଟଙ୍କା ଭଡ଼ାରେ ଦେଇଛନ୍ତି।

ଭିଜିଲାନ୍ସର ସୁଚନା ଅନୁଯାୟୀ, ରମେଶଙ୍କ ଭୁବନେଶ୍ୱର ଗୋଠପାଟଣା ମୌଜାସ୍ଥିତ ପ୍ଲଟ୍‌ ନଂ. ୧୯୭୯/୩୯୭୧ରେ ୪ ହଜାର ୫୦୦ ବର୍ଗଫୁଟରେ ଗୋଟିଏ ୩ ମହଲା କୋଠା ଠାବ ହୋଇଛି। ସେହିପରି କଳିଙ୍ଗବିହାର ପ୍ଲଟ୍‌ ନଂ. କେ-୪ରେ ୨୧୦୦ ବର୍ଗଫୁଟରେ ଗୋଟିଏ ଦୁଇ ମହଲା କୋଠା ଓ ଖୋର୍ଦ୍ଧା ନିରାକାରପୁରରେ ଗୋଟିଏ କୋଠା ଠାବ ହୋଇଛି। ଏଥିସହ ୫ ବହୂମୂଲ୍ୟ ପ୍ଲଟ୍‌ ଠାବ ହୋଇଥିବାବେଳେ ତାହା ମଧ୍ୟରୁ ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୪ ଓ ପୁରୀ ଜିଲା କଣାସରେ ଗୋଟିଏ ରହିଛି। ପ୍ଲଟ୍‌ ଓ କୋଠାର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ପ୍ରୟାସ ଜାରି ରଖିଛି। ସେହିପରି ୫.୫୦ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ ୪ ଚକିଆ ଯାନ ଓ ୩ଟି ଦୁଇ ଚକିଆ ଯାନ ଏବଂ ୯ ଲକ୍ଷର ସୁନା, ଘରୋଇ ସାମଗ୍ରୀ, ନଗଦ ଟଙ୍କା ମଧ୍ୟ ଠାବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?