ଜାଣନ୍ତୁ ରାଜ୍ୟରେ କେଉଁମାନଙ୍କୁ ମିଳୁଛି Z+ ସୁରକ୍ଷା? କେବଳ ନବୀନଙ୍କୁ ମିଳୁଛି ଏହି ସୁବିଧା

ଭୁବନେଶ୍ୱର,୯।୧୨: ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍‌+ ଶ୍ରଣୀ ସୁରକ୍ଷା ଯୋଗାଇ ଦିଆଯାଉଥିବା ବେଳେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଓ୍ବାଇ+ ସୁରକ୍ଷା ମିଳୁଛି। ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ କୌଣସ ଅଧିକାରୀଙ୍କୁ ଜେଡ୍‌+ କିମ୍ବା ଓ୍ବାଇ+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ସୋମବାର ବିଧାନସଭାରେ ପ୍ରଶ୍ନ କରିଥିଲେ କି ରାଜ୍ୟରେ କେଉଁମାନଙ୍କୁ ଜେଡ୍‌+ ଏବଂ ଓ୍ବାଇ+ ସୁରକ୍ଷା ମିଳୁଛି। ଏପରିକି ଗତ ୧୦ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ତଥା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଅନୁସନ୍ଧାନର ସ୍ଥିତି ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ।

ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଘଟଣାର ତଦନ୍ତ କରୁଥିବା ଅନୁସନ୍ଧାନକାରୀ ସଂସ୍ଥା ଉପରେ ସରକାର ତଥ୍ୟ ସଂଗ୍ରହ କରୁଛନ୍ତି। ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟ ସରକାର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ ଜେଡ୍‌+ ରୁ ଓ୍ବାଇ+ ଶ୍ରେଣୀକୁ ହ୍ରାସ କରିଛନ୍ତି। ରାଜ୍ୟରେ ଏକମାତ୍ର ବ୍ୟକ୍ତି ଵାହବେ ସେ ଏହି ସୁରକ୍ଷା ପାଉଛନ୍ତି। ଏପରିକି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍‌+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର

ଭୁବନେଶ୍ୱର,୧୪।୨: ପୁଣି ମୋ’ ବସ୍‌ ନେଇଛି ଜୀବନ। ଶୁକ୍ରବାର ରାତିରେ ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ସହ ୧୦୦...

ସୁପ୍ରିମକୋର୍ଟରେ ପୂର୍ବତନ CJIଙ୍କ ପୁଅ ଲଢ଼ିବେ ୟୁଟ୍ୟୁବର Ranveer Allahbadiaଙ୍କ କେସ୍‌, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୪।୨: କମେଡିଆନ ସମୟ ରାଇନାଙ୍କ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ବିବାଦୀୟ ବୟାନ ଦେଇଥିବା ରଣବୀର ଆଲ୍ଲାହାବାଦିଆଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ମହାରାଷ୍ଟ୍ରରୁ...

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ, କଲେ ବଡ଼ ଦାବି

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଏମପି ପ୍ରଦୀପ ପୁରୋହିତ ଶୁକ୍ରବାର ରେଳମନ୍ତ୍ରୀ Ashwini Vaishnaw ଙ୍କୁ ଭେଟିଛନ୍ତି। ରେଳମନ୍ତ୍ରୀଙ୍କଠାରେ ସେ ବିଭିନ୍ନ ଦାବି ରଖିବା...

କରଙ୍ଗାଭଟା ଜଙ୍ଗଲରେ ଲାଗିଲା ନିଆଁ

କୋମନା,୧୪ା୨(ସୋବିନ ଛତ୍ରିଆ)- ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ କରଙ୍ଗାଭଟା ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ହଠାତ୍‌ ନିଆଁ ଲାଗିଥିଲା। ଗଛଲତା ପୋଡ଼ିଯାଉଥିବା ଦେଖି ଗାଁ ଲୋକେ...

ଟ୍ରାକ୍ଟରକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌

ଲାଞ୍ଜିଗଡ଼,୧୪ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଯୋଡ଼ାବନ୍ଧ ନିକଟ ବେଦାନ୍ତ ରେଳ ଫାଟକରେ ଏକ ଟ୍ରାକ୍ଟରକୁ ମାଲବାହୀ ଟ୍ରେନ୍‌ ଧକ୍କା ଦେବାରୁ ଟ୍ରାକ୍ଟରରେ...

ବାପା ଆଗରେ ଜଳଭଣ୍ଡାରକୁ ଡେଇଁପଡ଼ିଲେ ପୁଅ

ସୁନାବେଡ଼ା,୧୪ା୨(କୃତ୍ତିବାସ ପ୍ରଧାନ)-ସୁନାବେଡ଼ା ଥାନା ଅଧୀନ ୨୬ନଂ. ଜାତୀୟ ରାଜପଥ ଟିମ୍ବର ବ୍ରିଜ୍‌ ଉପରେ ସ୍କୁଟି ରଖି ବାପାଙ୍କ ଆଗରେ ନଦୀକୁ ଜଣେ ଯୁବକ ଡେଇଁ ପଡ଼ିଛନ୍ତି।...

କର୍ତ୍ତବ୍ୟରେ ଅବହେଳା: ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବନ କଲେ ଏସ୍‌ପି

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବିତ କଲେ ରାଉରକେଲା ଏସ୍‌ପି ନିତେଶ ୱାଧୱାନୀ । ନିଲମ୍ବିତ କନେଷ୍ଟବଳ ଦ୍ବୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri