ପଶ୍ଚିମବଙ୍ଗର ନକଲି ଡାକ୍ତରଙ୍କ ଓଡ଼ିଶା ମୁହାଁ,କୁୱାକ ଡାକ୍ତର କରୁଛନ୍ତି ମେଜର ଅପରେଶନ

ଭୋଗରାଇ,୬।୧୧( ପ୍ରଦୀପ ଦାସ ): ରାଜ୍ୟରେ ସରକାରୀ ଚିକିତ୍ସାଳୟ ଗୁଡିକରେ ଦୈନନ୍ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହେଲେ ଚିକିତ୍ସା କେନ୍ଦ୍ରରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପଦବୀ ପୂରଣ ହେଉ ନ ଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି । ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ ରୋଗୀମାନେ ନକଲି କିମ୍ବା କୁୱାକ ଡାକ୍ତରଙ୍କ ଶୋଷଣର ଶିକାର ହେଉଥିବାର ଅଭିଯୋଗ ହୋଇଆସୁଛି । ପୋଡ଼ଶୀ ରାଜ୍ୟ ପଶ୍ଚିମବଙ୍ଗରେ ନକଲି ଡାକ୍ତରଙ୍କ  ଚି଼ହ୍ନଟ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ବେଆଇନ ନର୍ସିଂ ହୋମରେ ଚଢ଼ାଉ ହେଉଥିବାବେଳେ ଏହି ନକଲି ଡାକ୍ତର ମାନେ ଓଡ଼ିଶାକୁ ଆଶି ନର୍ସିଂ ହୋମ ଓ ଚେମ୍ବର ସମ୍ମୁଖରେ ବିଶେଷଜ୍ଞ ଡାକ୍ତର ବୋଲି ସାଇନବୋର୍ଡ ଟାଙ୍ଗି ଚିକିତ୍ସା କରୁଛନ୍ତି । କୁୱାକ ଡାକ୍ତରମାନେ ମେଜର ଅପରେଶନ କରି ରୋଗୀଙ୍କୁ ମୃତ୍ୟୁ ମୁଖକୁ ପଠାଇ ଦେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ବାଲେଶ୍ୱରଜିଲା ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ବ୍ଲକରେ ଏଭଳି ନକଲି ଡାକ୍ତର  ଓ କେତେକ ବେଆଇନ ନର୍ସିଂ ହୋମରେ ରୋଗୀଙ୍କୁ ଚିକତ୍ସା କରାଯାଇ ଗରିବ ରୋଗୀଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି।
ଭୋଗରାଇ ବ୍ଲକ ଦେହୁଡଦା ପଞ୍ଚାୟତ ଆନନ୍ଦାବଜ଼ାର ସ୍ଥିତ ଆସ୍ଥା ନର୍ସିଂ ହୋମରେ ଦୀର୍ଘଦିନଧରି  ଅଭିଜ୍ଞ ଡାକ୍ତର ନଥାଇ ରୋଗୀ ସେବା ଚାଲିଆସୁଛି।  ଉକ୍ତ ନର୍ସିଂ ହୋମରେ  ଅଲଟ୍ରାସାଉଣ୍ଡ ମେଶିନ ରହିଥିଲେ ମଧ୍ୟ ଅଭିଜ୍ଞ ଡାକ୍ତର ନଥିବାରୁ ରୋଗୀଙ୍କ ରିପୋର୍ଟ ଭୁଲ ପ୍ରମାଣିତ ହେଉଛି । ଯାହା କି ରୋଗୀମାନେ ଅଧିକ  ଅର୍ଥ ଖର୍ଚ୍ଚ କରି ଅଲଟ୍ରାସାଉଣ୍ଡ କରୁଥିଲେ ମଧ୍ୟ ସଠିକ ରିପୋର୍ଟ ହେଉ ନ ଥିବା ଅଭିଯୋଗ ହୋଇ ଆସୁଛି । ଏଥି ନିମନ୍ତେ ମଙ୍ଗଳବାର ଜିଲା ଜନସୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜିବ ପ୍ରଧାନ, ଡିପିଏମ ଅନୀଲ ମହାନ୍ତି, ଆଇନ ପରାମର୍ଶ ଦାତା ମାନସ ସାମନ୍ତ, ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା.କମଳାକାନ୍ତ ଜେନା,ବିପିଏମ କବିପ୍ରସାଦ ସାହୁ  ନର୍ସିଂ ହୋମରେ ଅଚାନକ ଚଢ଼ାଉ କରି ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ କରିବା ସହିତ ନର୍ସିଂ ହୋମରେ ଥିବା ଅଲଟ୍ରାସାଉଣ୍ଡ ମେଶିିନକୁ ସିଲ୍‌ କରିଥିଲେ। ସୂଚନା ଅନୁଯାୟୀ ଉକ୍ତ ନର୍ସିଂ ହୋମର ମାଲିକ ଡାକ୍ତର ବିରଞ୍ଚି ନାରାୟଣ ନନ୍ଦ ପଶ୍ଚିମବଙ୍ଗର ଜଣେ କୁୱାକ  ଡାକ୍ତର l୨ 0 ୧ ୮ ମସିହାରେ ଭୋଗରାଇ ବ୍ଲକ ନେଗୁଆଁ ଛକ ଅନତି ଦୂରରେ ଏକ ବେଆଇନ ନର୍ସିଂ ହୋମ ଖୋଲି ମହିଳା ରୋଗୀଙ୍କ ପ୍ରତି ସଙ୍ଗୀନ ଅଭିଯୋଗ ହୋଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?