ଜାପାନରେ ଗାଡ଼ି ଚଳାଇବେ ଓଡ଼ିଶା ଡ୍ରାଇଭର; ସାରା ଦେଶରେ ପ୍ରଥମ

ଭୁବନେଶ୍ୱର,୧୦ା୭: ଓଡ଼ିଶାର ଚାଳକଙ୍କ ପାଇଁ ବିଦେଶ ନିଯୁକ୍ତିର ସଫଳତା। ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ଜଣେ ମହିଳାଙ୍କୁ ସମେତ ଓଡିଶାର ୩୦ ଜଣ ଚାଳକ। ଯାହା ସାରା ଦେଶରେ ପ୍ରଥମ। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ମନ୍ତ୍ରୀ ଜେନା କହିଛନ୍ତି ଯେ ଉତ୍ତମ ବ୍ୟବହାର, ଜିରୋ କାଜୁଆଲିଟି ଓ ନିରାପତ୍ତା ଯାନଚାଳକମାନଙ୍କର ଆଦର୍ଶ ହେବା ଉଚିତ । ସେମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଜାପାନ ଯିବା ପୂର୍ବରୁ ଏହି ଯାନଚାଳକମାନେ ବେଙ୍ଗାଲୁରୁରେ ଜାପାନୀ ଭାଷା, ସଂସ୍କୃତି ଏବଂ ନିୟମାବଳୀ ଉପରେ ତାଲିମ ନେବେ । ସେମାନଙ୍କ ପାଇଁ ପାସପୋର୍ଟ ଏବଂ ଭିସାର ମଧ୍ୟ ବ୍ୟବସ୍ଥା କରାଯିବ । ଏହି ପ୍ରକ୍ରିୟା ପାଇଁ ଯାନଚାଳକ ପିଛା ୨.୩ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି । ମନ୍ତ୍ରୀ ଜେନା ନୂତନ ଯାନଚାଳକମାନଙ୍କୁ ବିଦେଶରେ ଓଡ଼ିଶାର ପରିଚୟ ଓ ଗୌରବକୁ ଅକ୍ଷୁଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀମାନଙ୍କରେ ଯାନଚାଳକ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯାଇଛି । ଯାନଚାଳକମାନଙ୍କ ପାଇଁ ଏଭଳି ଅଭିନବ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ପ୍ରଥମ ପର୍ଯ୍ୟାୟରେ ଜାପାନରେ କାମ କରିବାର ସୁଯୋଗ ପାଇବା ପାଇଁ ଓଡିଶାର ୩୦ ଜଣ ଯାନଚାଳକଙ୍କୁ ଚୟନ କରାଯାଇଛି ।

ଜାପାନର ପ୍ରତିନିଧି ତଥା ନାଭିସ୍‌ଏଚ୍‌ଆର୍‌ ଦ୍ୱାରା ଆୟୋଜିତ ଏକ ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭାରୀଯାନ ତାଲିମ କେନ୍ଦ୍ରରୁ ୧୮୦ ଜଣ ଯାନଚାଳକ ଭାଗ ନେଇଥିଲେ। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରାଜ୍ୟର ଚାରୋଟି ସ୍ଥାନରେ ଭାରୀଯାନ ତାଲିମ କେନ୍ଦ୍ର କାର୍ଯ୍ୟ କରୁଛି । ସରକାରୀ-ଘରୋଇ ଭାଗୀଦାରି ମାଧ୍ୟମରେ ପରିଚାଳିତ ଏହି କେନ୍ଦ୍ରଗୁଡିକ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ମାଗଣା ତାଲିମ, ରହିବା, ଭୋଜନ ସହ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତିରେ ସହାୟତା ଯୋଗାଇଥାଆନ୍ତି । ଏହା ବ୍ୟତୀତ ସଫଳ ପ୍ରଶିକ୍ଷାର୍ଥୀମାନେ ୩୦ ଦିନର ତାଲିମ ସମାପ୍ତ କରିବା ପରେ ୩୦୦୦ ଟଙ୍କାର ଷ୍ଟାଇପେଣ୍ଡ ପାଇଥାଆନ୍ତି । ଏହି କେନ୍ଦ୍ରଗୁଡ଼ିକରେ ଆଧୁନିକ ତାଲିମ ସୁବିଧା, ପ୍ରଶିକ୍ଷକ, ଡ୍ରାଇଭିଂ ଟ୍ରାକ୍‌, ଏସି ଶ୍ରେଣୀଗୃହ ଏବଂ ହଷ୍ଟେଲ ସୁବିଧା ରହିଛି । ପ୍ରଶିକ୍ଷାର୍ଥୀମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗ, ବ୍ୟାୟାମ ସହ
ଲାଇବ୍ରେରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଏଠାରେ ମଧ୍ୟ ପୂର୍ବରୁ ଲାଇସେନ୍ସପ୍ରାପ୍ତ ଯାନଚାଳକମାନଙ୍କୁ ମଧ୍ୟ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତିନି ଦିନିଆ ରିଫ୍ରେସର ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?