Odisha Elections 2024
Posted inଜାତୀୟ

ନ୍ୟାୟ ପ୍ରଦାନରେ ଓଡ଼ିଶା ୧୦ମ: ଇଣ୍ଡିଆନ ଜଷ୍ଟିସ୍‌ ରିପୋର୍ଟ-୨୦୨୨

ନୂଆଦିଲ୍ଲୀ୫ା୪(ବ୍ୟୁରୋ): ଦେଶରେ ନ୍ୟାୟ ପ୍ରଦାନ ତାଲିକାରେ ଓଡ଼ିଶା ୧୦ ନମ୍ବର ସ୍ଥାନରେ ରହିଛି। ୧୮ ରାଜ୍ୟକୁ ନେଇ ପ୍ରକାଶିତ ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ(ଆଇଜେଆର୍‌) ୨୦୨୨ରେ ଓଡ଼ିଶା ପୂର୍ବାପେକ୍ଷା ଗୋଟିଏ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୨୦ ରିପୋର୍ଟରେ ଏହା ୧୧ତମ ସ୍ଥାନରେ ଥିଲା। ୨୦୧୯ରେ ଟାଟା ଟ୍ରଷ୍ଟ ପକ୍ଷରୁ ଆରମ୍ଭ କରାଯାଇଥିବା ଆଇଜେଆର୍‌ର ତୃତୀୟ ସଂସ୍କରଣ ନୂଆଦିଲ୍ଲୀଠାରେ ମଙ୍ଗଳବାର ପ୍ରକାଶ ପାଇଛି।

ନ୍ୟାୟ ପ୍ରଦାନରେ ବୃହତ୍‌ ଏବଂ ମଧ୍ୟମ ରାଜ୍ୟ ବର୍ଗରେ କର୍ନାଟକ ପ୍ରଥମ ସ୍ଥାନରେ ରହିଥିବାବେଳେ କ୍ଷୁଦ୍ର ରାଜ୍ୟ ବର୍ଗରେ ସିକିମ୍‌ ସର୍ବାଗ୍ରେ ରହିଛି। ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪ଟି ସ୍ତମ୍ଭ ଯଥା ପୋଲିସ, ବିଚାର ବିଭାଗ, ଜେଲ ଏବଂ ଆଇନ ସହାୟତାକୁ ନେଇ ଆଇଜେଆର୍‌ ଏହି ତାଲିକା ପ୍ରସ୍ତୁତ କରିଥାଏ। ପ୍ରତ୍ୟେକ ସ୍ତମ୍ଭରେ ରହିଥିବା ଅର୍ଥ ବ୍ୟବସ୍ଥା, ମାନବ ସମ୍ବଳ, କାର୍ଯ୍ୟଚାପ, ବିକେନ୍ଦ୍ରୀକରଣ ଏବଂ ଭିତ୍ତିଭୂମିକୁ ଆଧାର କରାଯାଇଥାଏ। ଏଥିସହିତ ମୌଳିକ ସେବା ଯୋଗାଇବାକୁ ରହିଥିବା ନ୍ୟାୟିକ ବ୍ୟବସ୍ଥାରେ ରାଜ୍ୟର ପ୍ରଦର୍ଶନକୁ ମଧ୍ୟ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଥାଏ।

ଓଡ଼ିଶା ପୋଲିସ ବିଭାଗରେ ମହିଳା ଓ ପୁରୁଷ ଅନୁପାତରେ ଏକ ବୃହତ୍‌ ବ୍ୟବଧାନ ରହିଥିବା ରିପୋର୍ଟରେ ସୂଚିତ କରାଯାଇଛି। ୨୦୨୨ ଜାନୁୟାରୀରେ ରାଜ୍ୟରେ ମହିଳା ପୋଲିସଙ୍କ ସଂଖ୍ୟା ମାତ୍ର ୧୦.୫ ପ୍ରତିଶତ ରହିଥିଲା। ସେହିପରି ବିଚାର ବିଭାଗ କଥା ଦେଖିଲେ ତଳ କୋର୍ଟଗୁଡ଼ିକରେ ମହିଳା ବିଚାରପତିଙ୍କ ସଂଖ୍ୟା ମୋଟ ସଂଖ୍ୟାର ୪୪.୪ ପ୍ରତିଶତ ରହିଥିବାବେଳେ ହାଇକୋର୍ଟରେ ୨୦୨୨ ଡିସେମ୍ବର ସୁଦ୍ଧା ମାତ୍ର ୪.୫ ପ୍ରତିଶତ ରହିଥିଲା। ଏପରି କି ସେଥିମଧ୍ୟରୁ ୨୦୨୨ ଜୁଲାଇ ସୁଦ୍ଧା ତଳ କୋର୍ଟଗୁଡ଼ିକରେ ସଂରକ୍ଷିତ ବ୍ୟବସ୍ଥାରେ ଚାକିରି ପାଇଥିବା ମହିଳା ବିଚାରପତିଙ୍କ ସଂଖ୍ୟା ୧୧ ପ୍ରତିଶତ ଥିବା ରିପୋର୍ଟରେ ପ୍ରକାଶ ପାଇଛି।

୨୦୨୨ ଜାନୁୟାରୀ ସୁଦ୍ଧା ଓଡ଼ିଶାରେ ୧,୨୨୭ଜଣ ଲୋକରେ ଜଣେ ମାତ୍ର ପୋଲିସ କର୍ମଚାରୀ ରହିଛନ୍ତି, ଯାହାକି ଅନ୍ତଃରାଷ୍ଟ୍ରୀୟସ୍ତରର ମାନଠାରୁ ବହୁ କମ୍‌ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ୨୦୨୦-୨୧ରେ ପଞ୍ଜାବରେ ଜଣେ ପୋଲିସ ପିଛା ୨,୦୫୫ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଓଡ଼ିଶାରେ ମାତ୍ର ୭୬୩ ଟଙ୍କା ଖର୍ଚ୍ଚ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri