Posted inଜାତୀୟ

ନ୍ୟାୟ ପ୍ରଦାନରେ ଓଡ଼ିଶା ୧୦ମ: ଇଣ୍ଡିଆନ ଜଷ୍ଟିସ୍‌ ରିପୋର୍ଟ-୨୦୨୨

ନୂଆଦିଲ୍ଲୀ୫ା୪(ବ୍ୟୁରୋ): ଦେଶରେ ନ୍ୟାୟ ପ୍ରଦାନ ତାଲିକାରେ ଓଡ଼ିଶା ୧୦ ନମ୍ବର ସ୍ଥାନରେ ରହିଛି। ୧୮ ରାଜ୍ୟକୁ ନେଇ ପ୍ରକାଶିତ ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ(ଆଇଜେଆର୍‌) ୨୦୨୨ରେ ଓଡ଼ିଶା ପୂର୍ବାପେକ୍ଷା ଗୋଟିଏ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୨୦ ରିପୋର୍ଟରେ ଏହା ୧୧ତମ ସ୍ଥାନରେ ଥିଲା। ୨୦୧୯ରେ ଟାଟା ଟ୍ରଷ୍ଟ ପକ୍ଷରୁ ଆରମ୍ଭ କରାଯାଇଥିବା ଆଇଜେଆର୍‌ର ତୃତୀୟ ସଂସ୍କରଣ ନୂଆଦିଲ୍ଲୀଠାରେ ମଙ୍ଗଳବାର ପ୍ରକାଶ ପାଇଛି।

ନ୍ୟାୟ ପ୍ରଦାନରେ ବୃହତ୍‌ ଏବଂ ମଧ୍ୟମ ରାଜ୍ୟ ବର୍ଗରେ କର୍ନାଟକ ପ୍ରଥମ ସ୍ଥାନରେ ରହିଥିବାବେଳେ କ୍ଷୁଦ୍ର ରାଜ୍ୟ ବର୍ଗରେ ସିକିମ୍‌ ସର୍ବାଗ୍ରେ ରହିଛି। ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪ଟି ସ୍ତମ୍ଭ ଯଥା ପୋଲିସ, ବିଚାର ବିଭାଗ, ଜେଲ ଏବଂ ଆଇନ ସହାୟତାକୁ ନେଇ ଆଇଜେଆର୍‌ ଏହି ତାଲିକା ପ୍ରସ୍ତୁତ କରିଥାଏ। ପ୍ରତ୍ୟେକ ସ୍ତମ୍ଭରେ ରହିଥିବା ଅର୍ଥ ବ୍ୟବସ୍ଥା, ମାନବ ସମ୍ବଳ, କାର୍ଯ୍ୟଚାପ, ବିକେନ୍ଦ୍ରୀକରଣ ଏବଂ ଭିତ୍ତିଭୂମିକୁ ଆଧାର କରାଯାଇଥାଏ। ଏଥିସହିତ ମୌଳିକ ସେବା ଯୋଗାଇବାକୁ ରହିଥିବା ନ୍ୟାୟିକ ବ୍ୟବସ୍ଥାରେ ରାଜ୍ୟର ପ୍ରଦର୍ଶନକୁ ମଧ୍ୟ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଥାଏ।

ଓଡ଼ିଶା ପୋଲିସ ବିଭାଗରେ ମହିଳା ଓ ପୁରୁଷ ଅନୁପାତରେ ଏକ ବୃହତ୍‌ ବ୍ୟବଧାନ ରହିଥିବା ରିପୋର୍ଟରେ ସୂଚିତ କରାଯାଇଛି। ୨୦୨୨ ଜାନୁୟାରୀରେ ରାଜ୍ୟରେ ମହିଳା ପୋଲିସଙ୍କ ସଂଖ୍ୟା ମାତ୍ର ୧୦.୫ ପ୍ରତିଶତ ରହିଥିଲା। ସେହିପରି ବିଚାର ବିଭାଗ କଥା ଦେଖିଲେ ତଳ କୋର୍ଟଗୁଡ଼ିକରେ ମହିଳା ବିଚାରପତିଙ୍କ ସଂଖ୍ୟା ମୋଟ ସଂଖ୍ୟାର ୪୪.୪ ପ୍ରତିଶତ ରହିଥିବାବେଳେ ହାଇକୋର୍ଟରେ ୨୦୨୨ ଡିସେମ୍ବର ସୁଦ୍ଧା ମାତ୍ର ୪.୫ ପ୍ରତିଶତ ରହିଥିଲା। ଏପରି କି ସେଥିମଧ୍ୟରୁ ୨୦୨୨ ଜୁଲାଇ ସୁଦ୍ଧା ତଳ କୋର୍ଟଗୁଡ଼ିକରେ ସଂରକ୍ଷିତ ବ୍ୟବସ୍ଥାରେ ଚାକିରି ପାଇଥିବା ମହିଳା ବିଚାରପତିଙ୍କ ସଂଖ୍ୟା ୧୧ ପ୍ରତିଶତ ଥିବା ରିପୋର୍ଟରେ ପ୍ରକାଶ ପାଇଛି।

୨୦୨୨ ଜାନୁୟାରୀ ସୁଦ୍ଧା ଓଡ଼ିଶାରେ ୧,୨୨୭ଜଣ ଲୋକରେ ଜଣେ ମାତ୍ର ପୋଲିସ କର୍ମଚାରୀ ରହିଛନ୍ତି, ଯାହାକି ଅନ୍ତଃରାଷ୍ଟ୍ରୀୟସ୍ତରର ମାନଠାରୁ ବହୁ କମ୍‌ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ୨୦୨୦-୨୧ରେ ପଞ୍ଜାବରେ ଜଣେ ପୋଲିସ ପିଛା ୨,୦୫୫ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଓଡ଼ିଶାରେ ମାତ୍ର ୭୬୩ ଟଙ୍କା ଖର୍ଚ୍ଚ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri