କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା: ଗାଁରେ ଶେଷକୃତ୍ୟ ସମ୍ପନ୍ନ

ଜି.ଉଦୟଗିରି/ଦାରିଙ୍ଗିବାଡ଼ି,୯ା୩(ଚିନ୍ମୟ କୁମାର ସେଠୀ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ତେରେବାଡ଼ି ଗ୍ରାମର ଖ୍ରୀଷ୍ଟ ସମ୍ପ୍ରଦାୟର ମଡେରେଟର ବିଜୟ ନାୟକଙ୍କ ଏକମାତ୍ର ପୁଅ ବିଭାଷ ନାୟକ(୩୦)ଙ୍କୁ କର୍ନାଟକ ହାମ୍ପିଠାରେ ହତ୍ୟା କରାଯାଇଥିଲା। ରବିବାର ମୃତଦେହ ଗାଁରେ ପହଞ୍ଚିବା ପରେ ଜି.ଉଦୟଗିରି ଗୁଡ୍ରିପଡ଼ିଠାରେ ଖ୍ରୀଷ୍ଟ୍ରୀୟ ରିତିନୀତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷକୃତ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଖ୍ରୀଷ୍ଟଧର୍ମର ପ୍ରଚାରକ, ଫାଦର, ସିଷ୍ଟର ଆଖାପାଖ ଅଞ୍ଚଳରେ ଥିବା ଚର୍ଚ୍ଚର ପାଳକ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଭାଷ ଚେନ୍ନାଇସ୍ଥିତ ମାଡ୍ରାସ୍‌ ଖ୍ରୀଷ୍ଟିଆନ କଲେଜରେ ବିବିଏ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଅନୁଷ୍ଠାନରେ ଏମ୍‌ବିଏ ପଢ଼ା ସାରିବା ପରେ ଦିଲୀସ୍ଥିତ ଏସ୍‌ଟି ଷ୍ଟିଫେନ୍‌ ହସ୍ପିଟାଲରେ ଚାକିରି କରୁଥିଲେ। ସେ କର୍ନାଟକ ହାମ୍ପି ପର୍ଯ୍ୟଟନସ୍ଥଳକୁ ବୁଲିବାକୁ ଯାଇଥିଲେ। ଗୁରୁବାର ରାତି ପ୍ରାୟ ୧୧ଟାରେ ଇସ୍ରାଏଲି ମହିଳା, ୩ ପୁରୁଷ ପର୍ଯ୍ୟଟକଙ୍କ ସହ ହୋମଷ୍ଟେ ଅପରେଟର ବୁଲୁଥିବା ବେଳେ ୩ ଦୁର୍ବୃତ୍ତ ଆସି ସେମାନଙ୍କ ସହ ଯୁକ୍ତିତର୍କ କରି ଗାଳି ଗୁଲଜ କରିଥିଲେ। ପରେ ଦୁର୍ବୃତ୍ତମାନେ ଦୁଇ ମହିଳାଙ୍କୁ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ବିଭାଷଙ୍କ ସମେତ ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ ମାରି ନିକଟସ୍ଥ କେନାଲରେ ଫିଙ୍ଗି ଦେଇଥିଲେ। ୨ ଜଣ ପୁରୁଷ ପର୍ପ୍ୟଟକ ଆହତ ହୋଇଥିବା ବେଳେ ଶନିବାର ବିଭାଷଙ୍କ ମୃତଦେହ ମିଳିଥିଲା।

ବିଭାଷଙ୍କ ମୃତଦେହକୁ କର୍ନାଟକରୁ ଅଣାଯାଇ ଜି.ଉଦୟଗିରି ଠାରେ ସମାଧି ଦିଆଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ଦେବାପାଇଁ ବିଭାଷଙ୍କ ପରିବାର ଲୋକଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri