ଶିଳାନ୍ୟାସକୁ ୨ବର୍ଷ ବିତିଲା: ଅନିଶ୍ଚିତତାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

ପୁରୀ ଅଫିସ,୧୮।୧୦: ସତ୍ୟବାଦୀର ବକୁଳବନରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭାଗ୍ୟ ଫିଟୁ ନାହିଁ। ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୂରଣ ହୋଇପାରୁ ନାହିଁ। ଫଳରେ ସ୍ବାଭିମାନୀ ଓଡ଼ିଆଙ୍କ ମନ ଆଶା ଆଶଙ୍କାରେ ଛନ୍ଦି ହୋଇଯାଇଛି। କାରଣ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯେଉଁ ଶିଳାନ୍ୟାସ ହୋଇଥିଲା ତାହାକୁ ଇତିମଧ୍ୟରେ ୨ ବର୍ଷ ବିତିଗଲାଣି। ହେଲେ ଏଯାଏ ଇଟାଖଣ୍ଡିଏ ପଡ଼ିିପାରିଲା ନାହିଁ। କେବେ ପଞ୍ଚସଖାଙ୍କ କର୍ମପୀଠରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଗଢି ଉଠିବ ତାହାକୁ ସତ୍ୟବାଦୀ ଚାହିଁରହିଛି।
ଓଡ଼ିଆ ଭାଷା ସାହିତ୍ୟକୁ ଅଧିକ ରୁଦ୍ଧିମନ୍ତ କରିବା ଲକ୍ଷ୍ୟରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ୨୦୧୮ ଗୋପବନ୍ଧୁଙ୍କ ଜୟନ୍ତୀ ଅର୍ଥାତ ଅକ୍ଟୋବର ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ବକୁଳବନରେ ବିଶ୍ୱବିଦ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖିଥିଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ ତାହାକୁ ଆହୁରି ଆଗକୁ ନେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେତେବେଳେ କୁହାଯାଇଥିଲା। ତେବେ ଦୁଇ ବର୍ଷ ପରେ ବି କାମ ହୋଇନାହିଁ।
ବିଶ୍ୱବିଦ୍ୟାଳୟ ନିର୍ମାଣ ଲାଗି ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ମୌଜାର ୨୮ ଏକର ୭୪ ଡେସିମିଲ ଜମି ଚିହ୍ନଟ ହୋଇଥିଲା। ଜମିର ମାଲିକ ସତ୍ୟବାଦୀ ଗୋପୀନାଥ ଦେବ ହୋଇଥିବାରୁ ରାଜ୍ୟ ସରକାର ଏହି ଜମି କିଣିବାକୁ ଦେବୋତ୍ତର କମିଶନରଙ୍କୁ ଆବେଦନ କରିଥିଲେ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା-୧୯ ମୁତାବକ ଜମି କିଣିବା ଲାଗି ଆବେଦନ ହୋଇଥିଲା। ମାତ୍ର ସାକ୍ଷୀଗୋପାଳଙ୍କ ଗୁପ୍ତ ବୃନ୍ଦାବନ ଲୀଳାକ୍ଷେତ୍ର ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେନାପଟା ଲାଗି ନୀତି ସହିତ ଜଡ଼ିତ ବକୁଳବନକୁ ସଂରକ୍ଷିତ ରଖିବା ଲାଗି ସତ୍ୟବାଦୀର ଜନସାଧାରଣ ଜିଲାପାଳ ବଲଓ୍ବନ୍ତ ସିଂଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧ କ୍ରମେ ବକୁଳବନକୁ ବାଦ୍‌ ଦିଆଯାଇ ଖାତା ନଂ. ୧୦୦ରେ ରହିଥିବା ବାକି ୯ ଏକର ୬୦ ଡେସିମିଲ ଜମିରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଥିଲା। ଏହାପରେ ସରକାର ବଜାର ଦରରେ ଜମି କିିଣିବାକୁ ଆବେଦନ କରିଥିଲେ। ରାଜ୍ୟ ଦେବୋତ୍ତର କମିଶନରଙ୍କ ଅନୁମତିପତ୍ରକୁ ଆଇନ ବିଭାଗର ସ୍ବୀକୃତି ମିଳିବା ପରେ ଗତବର୍ଷ ଅକ୍ଟୋବର ୧୦ରେ ସତ୍ୟବାଦୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାଯାଇ ଥିଲା। ଇତିମଧ୍ୟରେ ବିଶ୍ୱବିଦ୍ୟାଳୟ ଲାଗି ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି(ଓଏସ୍‌ଡି) ସ୍ବତନ୍ତ୍ର ଅଧିକାରୀ ଜୟନ୍ତ ନାରାୟଣ ଷଡ଼ଙ୍ଗୀ ନିଯୁକ୍ତି ହୋଇଥିଲେ ବି ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ତେଣୁ ଓଡ଼ିଆ ଭାଷା, ସଂସ୍କୃତିପ୍ରେମୀ ଆଶା ଆଶଙ୍କାରେ ରହିଛନ୍ତି।
ଅବସରପ୍ରାପ୍ତ ଶିକ୍ଷକ ତଥା ସତ୍ୟବାଦୀ ବନ ବିଦ୍ୟାଳୟର ପୂର୍ବତନ ଛାତ୍ର ବନମାଳୀ ବେହେରା କହିଛନ୍ତି, ଗୋପବନ୍ଧୁଙ୍କ ଆଦର୍ଶର ବନ ବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲା। ପୁଣି ଏହି ପବିତ୍ର ମାଟିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଓଡ଼ିଆ ଭାଷା, ସାହିତ୍ୟର ଉତ୍ତରୋତ୍ତର ଗବେଷଣା କରାଯିବ ବୋଲି ଆଶା ରଖିଥିଲୁ। ମାତ୍ର ଅହେତୁକ ବିଳମ୍ବ ଯୋଗୁ ଏହାର ବାସ୍ତବତାକୁ ନେଇ ଏବେ ମନରେ ପ୍ରଶ୍ନ ଉଠୁଛି। କାରଣ, ଜମି କିଣାସରିଥିଲେ ବି ଏଯାବତ କୋଠା ନିର୍ମାଣ ଆରମ୍ଭ ହୋଇପାରି ନାହିଁ। ତୁରନ୍ତ ସରକାର ପଦକ୍ଷେପ ନେଲେ ଏହା ପଞ୍ଚସଖାଙ୍କ ପ୍ରତି ସବୁଠୁ ବଡ଼ ଉପହାର ହେବ। ଅନ୍ୟପକ୍ଷରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ବିଶ୍ୱବିଦ୍ୟାଳୟ ପାଇଁ ଜମି କିଣିବା ନେଇ ଯେଉଁ ସମସ୍ୟା ଥିଲା ତାହାକୁ ପ୍ରଶାସନ ପକ୍ଷରୁ ସମାଧାନ କରାଯାଇ ଜମି କିଣା ସରିଛି। ପ୍ରଶାସନ ପାଖରେ ବିଶ୍ୱବିଦ୍ୟାଳୟ ନିର୍ମାଣ ନେଇ କୌଣସି କାମ ଅଟକି ନାହିଁ।
ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏକପ୍ରକାର ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଉଥିବାବେଳେ ଗତ ୬ତାରିଖରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଶାଶ୍ୱତ ମିଶ୍ରଙ୍କ ଚିଠି ଆଶା ଦେଖାଇଛି। ସଚିବ ମିଶ୍ର ପୂର୍ତ୍ତ ବିଭାଗ କମିଶନର ତଥା ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ହୋଇଛି, ଓଡ଼ିଆ ବିଶ୍ୱବିଦ୍ୟାଳୟ ଆର୍କିଟେକ୍‌ଚରାଲ ପ୍ଲାନ୍‌ ଓ ଡିଜାଇନ ପାଇଁ ଗତବର୍ଷ ଅକ୍ଟୋବର ୧୪ରେ ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ)ଙ୍କୁ ଅନୁରୋଧ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ସେମାନେ ପ୍ଲାନ ଓ ଡିଜାଇନ ପାଇନାହାନ୍ତି। ତେଣୁ ବ୍ୟକ୍ତିଗତ ଭାବେ ଏଥିପ୍ରତି ଦୃଷ୍ଟି ଦେବାକୁ ପୂର୍ତ୍ତ ସଚିବଙ୍କୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri