ଶିଳାନ୍ୟାସକୁ ୨ବର୍ଷ ବିତିଲା: ଅନିଶ୍ଚିତତାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

ପୁରୀ ଅଫିସ,୧୮।୧୦: ସତ୍ୟବାଦୀର ବକୁଳବନରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭାଗ୍ୟ ଫିଟୁ ନାହିଁ। ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୂରଣ ହୋଇପାରୁ ନାହିଁ। ଫଳରେ ସ୍ବାଭିମାନୀ ଓଡ଼ିଆଙ୍କ ମନ ଆଶା ଆଶଙ୍କାରେ ଛନ୍ଦି ହୋଇଯାଇଛି। କାରଣ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯେଉଁ ଶିଳାନ୍ୟାସ ହୋଇଥିଲା ତାହାକୁ ଇତିମଧ୍ୟରେ ୨ ବର୍ଷ ବିତିଗଲାଣି। ହେଲେ ଏଯାଏ ଇଟାଖଣ୍ଡିଏ ପଡ଼ିିପାରିଲା ନାହିଁ। କେବେ ପଞ୍ଚସଖାଙ୍କ କର୍ମପୀଠରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଗଢି ଉଠିବ ତାହାକୁ ସତ୍ୟବାଦୀ ଚାହିଁରହିଛି।
ଓଡ଼ିଆ ଭାଷା ସାହିତ୍ୟକୁ ଅଧିକ ରୁଦ୍ଧିମନ୍ତ କରିବା ଲକ୍ଷ୍ୟରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ୨୦୧୮ ଗୋପବନ୍ଧୁଙ୍କ ଜୟନ୍ତୀ ଅର୍ଥାତ ଅକ୍ଟୋବର ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ବକୁଳବନରେ ବିଶ୍ୱବିଦ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖିଥିଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ ତାହାକୁ ଆହୁରି ଆଗକୁ ନେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେତେବେଳେ କୁହାଯାଇଥିଲା। ତେବେ ଦୁଇ ବର୍ଷ ପରେ ବି କାମ ହୋଇନାହିଁ।
ବିଶ୍ୱବିଦ୍ୟାଳୟ ନିର୍ମାଣ ଲାଗି ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ମୌଜାର ୨୮ ଏକର ୭୪ ଡେସିମିଲ ଜମି ଚିହ୍ନଟ ହୋଇଥିଲା। ଜମିର ମାଲିକ ସତ୍ୟବାଦୀ ଗୋପୀନାଥ ଦେବ ହୋଇଥିବାରୁ ରାଜ୍ୟ ସରକାର ଏହି ଜମି କିଣିବାକୁ ଦେବୋତ୍ତର କମିଶନରଙ୍କୁ ଆବେଦନ କରିଥିଲେ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା-୧୯ ମୁତାବକ ଜମି କିଣିବା ଲାଗି ଆବେଦନ ହୋଇଥିଲା। ମାତ୍ର ସାକ୍ଷୀଗୋପାଳଙ୍କ ଗୁପ୍ତ ବୃନ୍ଦାବନ ଲୀଳାକ୍ଷେତ୍ର ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେନାପଟା ଲାଗି ନୀତି ସହିତ ଜଡ଼ିତ ବକୁଳବନକୁ ସଂରକ୍ଷିତ ରଖିବା ଲାଗି ସତ୍ୟବାଦୀର ଜନସାଧାରଣ ଜିଲାପାଳ ବଲଓ୍ବନ୍ତ ସିଂଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧ କ୍ରମେ ବକୁଳବନକୁ ବାଦ୍‌ ଦିଆଯାଇ ଖାତା ନଂ. ୧୦୦ରେ ରହିଥିବା ବାକି ୯ ଏକର ୬୦ ଡେସିମିଲ ଜମିରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଥିଲା। ଏହାପରେ ସରକାର ବଜାର ଦରରେ ଜମି କିିଣିବାକୁ ଆବେଦନ କରିଥିଲେ। ରାଜ୍ୟ ଦେବୋତ୍ତର କମିଶନରଙ୍କ ଅନୁମତିପତ୍ରକୁ ଆଇନ ବିଭାଗର ସ୍ବୀକୃତି ମିଳିବା ପରେ ଗତବର୍ଷ ଅକ୍ଟୋବର ୧୦ରେ ସତ୍ୟବାଦୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାଯାଇ ଥିଲା। ଇତିମଧ୍ୟରେ ବିଶ୍ୱବିଦ୍ୟାଳୟ ଲାଗି ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି(ଓଏସ୍‌ଡି) ସ୍ବତନ୍ତ୍ର ଅଧିକାରୀ ଜୟନ୍ତ ନାରାୟଣ ଷଡ଼ଙ୍ଗୀ ନିଯୁକ୍ତି ହୋଇଥିଲେ ବି ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ତେଣୁ ଓଡ଼ିଆ ଭାଷା, ସଂସ୍କୃତିପ୍ରେମୀ ଆଶା ଆଶଙ୍କାରେ ରହିଛନ୍ତି।
ଅବସରପ୍ରାପ୍ତ ଶିକ୍ଷକ ତଥା ସତ୍ୟବାଦୀ ବନ ବିଦ୍ୟାଳୟର ପୂର୍ବତନ ଛାତ୍ର ବନମାଳୀ ବେହେରା କହିଛନ୍ତି, ଗୋପବନ୍ଧୁଙ୍କ ଆଦର୍ଶର ବନ ବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲା। ପୁଣି ଏହି ପବିତ୍ର ମାଟିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଓଡ଼ିଆ ଭାଷା, ସାହିତ୍ୟର ଉତ୍ତରୋତ୍ତର ଗବେଷଣା କରାଯିବ ବୋଲି ଆଶା ରଖିଥିଲୁ। ମାତ୍ର ଅହେତୁକ ବିଳମ୍ବ ଯୋଗୁ ଏହାର ବାସ୍ତବତାକୁ ନେଇ ଏବେ ମନରେ ପ୍ରଶ୍ନ ଉଠୁଛି। କାରଣ, ଜମି କିଣାସରିଥିଲେ ବି ଏଯାବତ କୋଠା ନିର୍ମାଣ ଆରମ୍ଭ ହୋଇପାରି ନାହିଁ। ତୁରନ୍ତ ସରକାର ପଦକ୍ଷେପ ନେଲେ ଏହା ପଞ୍ଚସଖାଙ୍କ ପ୍ରତି ସବୁଠୁ ବଡ଼ ଉପହାର ହେବ। ଅନ୍ୟପକ୍ଷରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ବିଶ୍ୱବିଦ୍ୟାଳୟ ପାଇଁ ଜମି କିଣିବା ନେଇ ଯେଉଁ ସମସ୍ୟା ଥିଲା ତାହାକୁ ପ୍ରଶାସନ ପକ୍ଷରୁ ସମାଧାନ କରାଯାଇ ଜମି କିଣା ସରିଛି। ପ୍ରଶାସନ ପାଖରେ ବିଶ୍ୱବିଦ୍ୟାଳୟ ନିର୍ମାଣ ନେଇ କୌଣସି କାମ ଅଟକି ନାହିଁ।
ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏକପ୍ରକାର ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଉଥିବାବେଳେ ଗତ ୬ତାରିଖରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଶାଶ୍ୱତ ମିଶ୍ରଙ୍କ ଚିଠି ଆଶା ଦେଖାଇଛି। ସଚିବ ମିଶ୍ର ପୂର୍ତ୍ତ ବିଭାଗ କମିଶନର ତଥା ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ହୋଇଛି, ଓଡ଼ିଆ ବିଶ୍ୱବିଦ୍ୟାଳୟ ଆର୍କିଟେକ୍‌ଚରାଲ ପ୍ଲାନ୍‌ ଓ ଡିଜାଇନ ପାଇଁ ଗତବର୍ଷ ଅକ୍ଟୋବର ୧୪ରେ ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ)ଙ୍କୁ ଅନୁରୋଧ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ସେମାନେ ପ୍ଲାନ ଓ ଡିଜାଇନ ପାଇନାହାନ୍ତି। ତେଣୁ ବ୍ୟକ୍ତିଗତ ଭାବେ ଏଥିପ୍ରତି ଦୃଷ୍ଟି ଦେବାକୁ ପୂର୍ତ୍ତ ସଚିବଙ୍କୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri