Posted inଫୁରସତ

ହାତଲେଖା ପତ୍ରିକାରୁ ଆରମ୍ଭ…

ଓଡ଼ିଆ ସାମ୍ବାଦିକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛି ‘ପତ୍ରିକା’। ହାତଲେଖା ପତ୍ରିକାରୁ ଆରମ୍ଭ ହୋଇଥିଲା ଏହାର ଯାତ୍ରା। କଟକ ଚୌଦ୍ୱାର ନିକଟସ୍ଥ କୁବିଜର ମଠର ମହନ୍ତ ସାଧୁସୁନ୍ଦର ଦାସ ୧୭୬୯ରେ ‘କୁଜିବର ପତ୍ର’ ନାମରେ ଏକ ହାତଲେଖା ପତ୍ରିକା ଆରମ୍ଭ କରିଥିଲେ। ସେତେବେଳେ ସାଧାରଣ ଲୋକଙ୍କୁ ସାମ୍ପ୍ରତିକ ସାମାଜିକ ଅବସ୍ଥା ଓ ଓଡ଼ିଆ ଭାଷା ସମ୍ପର୍କରେ ଅବଗତ କରିବା ଉଦ୍ଦେଶ୍ୟରେ ଏହା ଆରମ୍ଭ ହୋଇଥିଲା । ସମୟ କ୍ରମେ ଏହା ଏବେ ଡିଜିଟାଲରେ ପହଞ୍ଚିଛି ସତ, ହେଲେ କୁଜିବର ପତ୍ର ତା’ର ସ୍ବର୍ଣ୍ଣିମ ଇତିହାସ ବହନ କରିଚାଲିଛି। କୁଜିବର ପତ୍ର ପରେ ପ୍ରଥମ ଛାପା ପତ୍ରିକା ଭାବେ ୧୮୪୯ରେ ଜ୍ଞାନାରୁଣ ପ୍ରକାଶ ପାଇଥିଲା। ପରେ ୧୮୫୬ରେ ପ୍ରବୋଧ ଚନ୍ଦ୍ରିକା ଏବଂ ୧୮୬୧ ଅରୁଣୋଦୟ ନାମରେ ପତ୍ରିକା ପ୍ରକାଶିତ ହୋଇଥିଲା। ହେଲେ ଏହା ଅଧିକଦିନ ପର୍ଯ୍ୟନ୍ତ ଚାଲିପାରି ନ ଥିଲା। ମାତ୍ର ୩ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ଉକ୍ତ ୩ଟି ପତ୍ରିକାର ପ୍ରକାଶନ ବନ୍ଦ ହୋଇଯାଇଥିଲା। ପରେ ୧୮୭୩ରେ ଉତ୍କଳ ଦର୍ପଣ ନାମରେ ମାସିକ ପତ୍ରିକା ବାଲେଶ୍ୱରରୁ ପ୍ରକାଶିତ ହୋଇଥିଲା। ଓଡ଼ିଆ ଭାଷାରେ ଏହା ପ୍ରଥମ ସାହିତ୍ୟ ମାଗାଜିନ୍‌। ଏହାପରେ ୧୮୭୮ରେ ଉତ୍କଳ ମଧୁପ, ୧୮୮୫ରେ ପ୍ରଦୀପ ପତ୍ରିକା ଖୁବ୍‌ କମ୍‌ ଦିନ ପାଇଁ ବାହାରିଥିଲା। ୧୮୯୭ରେ ପ୍ରକାଶିତ ଉତ୍କଳ ସାହିତ୍ୟ ପତ୍ରିକା ଓଡ଼ିଆ ସାହିତ୍ୟରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଏକାଧିକ ମାଗାଜିନ୍‌ ପ୍ରକାଶ ପାଇବାରେ ଲାଗିଲା। ୧୯୦୬ରେ ମୁକୁର, ୧୯୧୫ରେ ସତ୍ୟବାଦୀ, ୧୯୨୦ରେ ସାହାକାର, ୧୯୩୪ରେ ନବଭାରତ ଆଦି ପତ୍ରିକା ଓଡ଼ିଆ ଭାଷା ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ବେଶ୍‌ ସହାୟକ ହୋଇଥିଲା।

ସେଦିନ ଥିଲା ୧୯୬୬ ମସିହା ଅଗଷ୍ଟ ୪। ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ॥ ଓଡ଼ିଶାର ପ୍ରଥମ ଓଡ଼ିଆ ଖବର କାଗଜଭାବେ ‘ଉତ୍କଳ ଦୀପିକା’ ଆମତ୍ପ୍ରକାଶ କରିଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ। ପ୍ରଥମେ ଏହା ସାପ୍ତାହିକ ଏବଂ ପରବର୍ତ୍ତୀ ସମୟରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା। ଗୌରୀଶଙ୍କର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହି ଖବର କାଗଜ ପ୍ରକାଶ ପାଉଥିଲା। ଉତ୍କଳ ଦୀପିକା ତତ୍କାଳୀନ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବା ସହ ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ବର ଉତ୍ତୋଳନ କରି ସାମାଜିକ ସଂସ୍କାର ପାଇଁ ଏହି ଖବର କାଗଜ ଉଦ୍ୟମ କରିଥିଲା। ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ଖବର କାଗଜ ପ୍ରକାଶନର ଧାରା ସୃଷ୍ଟି କରିଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକ ଦିବସ ଭାବେ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?