୨୪ ବର୍ଷ ପରେ ଓଡ଼ିଆ ପୁଅର ଅବଦାନକୁ ମିଳିଲା ସ୍ୱୀକୃତି

ଭୁବନେଶ୍ୱର,୨୩।୧୨: ୨୦୦୧ରେ ବିଶ୍ୱ ମଞ୍ଚରେ ଆତଙ୍କବାଦ ବିରୋଧୀ ଯୁଦ୍ଧ (War Against Terrorism) ସମୟରେ, ଭାରତୀୟ ନୌସେନାର ଅନେକ ଯୁଦ୍ଧଜାହାଜ ପର୍ସିଆନ୍‌ ଗଲ୍‌ଫ୍‌ ଅଞ୍ଚଳରେ ମୁତୟନ କରାଯାଇଥିଲା। ସେହିସମୟରେ ଆନ୍ତର୍ଜାତିକ ନୌସେନା ଓ ବାୟୁ ଶକ୍ତି ସହ ଏକ ଅତ୍ୟନ୍ତ ସମ୍ୱେଦନଶୀଳ ପରିବେଶରେ କାର୍ଯ୍ୟ ଥିଲା। ଏହିଅଭିଯାନରେ INS Mysore ଯୁଦ୍ଧଜାହାଜରେ କାର୍ଯ୍ୟରତ ଥିବା ଓଡିଆ ପୁଅ(ଗମ୍ଭାରୀପଦା, କାକଟପୁର ପୁରୀ) ଭାରତୀୟ ନୌସେନାର ପେଟି ଅଫିସର (ରେଡିଓ ସ୍ପେଶାଲ) ବିଦ୍ୟାଧର ନାୟକ ଇଲେକ୍ଟୋ୍ରନିକ୍ସ ଏବଂ ସିଗ୍ନାଲ ଇଣ୍ଟେଲିଜେନ୍ସ ସମ୍ୱନ୍ଧରେ ବିଶେଷ ଦାୟିତ୍ୱ ପାଳନ କରୁଥିଲେ। ସେତିକିବେଳେ ସେ ପ୍ରଥମ ଥର AWACS ସମ୍ୱନ୍ଧରେ ଗୋଇନ୍ଦା ତଥ୍ୟ ଦେଶକୁ ପ୍ରଦାନ କରିଥିଲେ। ଏହା ପାଇଁ ଉଚ୍ଚମାନର ପ୍ରଶିକ୍ଷଣ, ଅଧିକ ସଚେତନତା ଓ ବୈଷୟିକ କୌଶଳର ଆବଶ୍ୟକତା ରହିଥିଲା।

୨୪ବର୍ଷ ପରେ ୨୦୨୪-୨୦୨୫ରେ ସେହିସମୟର ବୃତ୍ତିଗତ ଭୂମିକା ସମ୍ପର୍କରେ ସ୍ପଷ୍ଟତା ଏବଂ ସ୍ୱୀକୃତି ପାଇଁ ସମ୍ୱିଧାନ ସମ୍ମତ ମାର୍ଗରେ ଆବେଦନ କରିଥିଲେ। ବର୍ତ୍ତମାନ ଏହି ବିଷୟଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନୌସେନା ମୁଖ୍ୟାଳୟ ଦ୍ୱାରା ଔପରାରିକ ଭାବେ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ପ୍ରକ୍ରିୟାରେ ଏହା ସ୍ୱୀକୃତି ହୋଇଛି ଯେ, ୨୦୦୧ରେ ଏହି ଅଭିଯାନ ସମୟରେ ବିଦ୍ୟାଧର ସମ୍ମିଳିତ ଥିଲେ। ଯଦିଓ ପୁରସ୍କାର ସମ୍ୱନ୍ଧୀୟ ନିଷ୍ପତ୍ତି ବର୍ତ୍ତମାନ ନୀତି ଅନୁଯାୟୀ ହାଇଛି, ତଥାପି ଘଟଣାର ସତ୍ୟତା ଓ ତାଙ୍କ ଅବଦାନ ସମ୍ପୂର୍ଣ୍ଣ ଭାବେ ସ୍ୱୀକୃତ। ବିଦ୍ୟାଧରଙ୍କ ମତ ଅନୁସାରେ ସେନା ଜୀବନରେ କର୍ତ୍ତବ୍ୟ ପାଳନ କରାଯାଏ ଆଶା ରଖି ନୁହେଁ। ଦେଶ ସବୁବେଳେ ବ୍ୟକ୍ତିଠାରୁ ବଡ଼। ଏହି ସ୍ୱୀକୃତି ଓଡିଆ ଯୁବତୀ ଯୁବକଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?