ଆର୍ଥିକ ସ୍ଥିତି ଦେଖୁ ନ ଥିବାରୁ ଆପତ୍ତି

ଅନୁଗୋଳ ଅଫିସ, ୩୧ା୫: କରୋନା କାରଣରୁ କିଏ ଚାକିରି ହରାଇଛନ୍ତି ତ ଆଉ କିଏ ମାସ ମାସ ଧରି ବ୍ୟବସାୟରୁ ବଞ୍ଚିତ ରହିଛନ୍ତି। ଖଟିଖିଆ ଦିନମଜୁରିଆଙ୍କ ହାତରେ କାମ ନାହିଁ। ଲୋକଙ୍କ ଆର୍ଥିକ ସ୍ଥିତି ଅତି ଦୁର୍ବଳ ଅବସ୍ଥାରେ। ଏପରି କି କରୋନା ସଂକ୍ରମଣରୁ ସୁସ୍ଥ ହେବା ନିମନ୍ତେ ଔଷଧ କିଣିବାକୁ ଅନେକେ ଟଙ୍କା ମଧ୍ୟ ପାଉନାହାନ୍ତି। ଏପରି ସମୟରେ ପରିବାରରେ କାହାରି ମୃତ୍ୟୁ ହେଲେ ଶୁଦ୍ଧିକ୍ରିୟା ପାଇଁ ଯେତିକି ଅର୍ଥ ଦାବି କରାଯାଉଛି ତାହା ଏବେ ଆତ୍ମୀୟମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ମୃତ୍ୟୁ କରୋନା ଜନିତ ହେଉ ଅବା ବାର୍ଦ୍ଧକ୍ୟ, ପରିବାରର ଆର୍ଥିକ ସ୍ଥିତି ନ ଦେଖି ବିଭିନ୍ନ କ୍ରିୟାକର୍ମ କରିବାକୁ ଅଧିକ ଟଙ୍କା ମଗାଯାଉଥିବାରୁ ତାହାକୁ ନେଇ ଆପତ୍ତି ଉଠାଇଛନ୍ତି ଅନୁଗୋଳ ସହରବାସୀ। ଶ୍ମଶାନରେ ମୃତଦେହ ସଂସ୍କାର ନିମନ୍ତେ ଆବଶ୍ୟକ ସାମଗ୍ରୀଗୁଡ଼ିକର ଦର ଯେପରି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି, ଶୁଦ୍ଧିକ୍ରିୟା କ୍ଷେତ୍ରରେ ଠିକ୍‌ ସେପରି ଦର ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି।
କରୋନା କେବଳ ଲୋକଙ୍କ ରୋଜଗାର ହ୍ରାସ କରିନି, ବହୁ ପରିବାରରୁ ଏକାଧିକ ସଦସ୍ୟଙ୍କୁ ଛଡ଼ାଇ ନେଇଛି। କିଏ ମା-ବାପାଙ୍କୁ ହରାଇଛନ୍ତି ତ ଆଉ କିଏ ରୋଜଗାରିଆ ଝିଅ, ପୁଅଙ୍କୁ ହରାଇ ଆଖିରୁ ଅଶ୍ରୁ ଗଡ଼ାଉଛନ୍ତି। କେଉଁ ପରିବାରରେ ଉଭୟ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଦେଖାଯାଇଛି। ଆତ୍ମୀୟଙ୍କୁ ହରାଇ ଦୁଃଖ ଓ ଶୋକରେ ଡୁବିଥିବା ଏପରି ଲୋକଙ୍କ ନିକଟରୁ ଶୁଦ୍ଧିକ୍ରିୟା ପାଇଁ ପୂର୍ବାପେକ୍ଷା ବହୁ ଅଧିକ ଅର୍ଥ ଦାବି କରାଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି। କିଛିଦିନ ତଳେ ଅନୁଗୋଳ ସହର ରାଜକିଶୋରପଡ଼ାରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। କେବଳ କ୍ରିୟାକର୍ମ ବାବଦରେ ତାଙ୍କ ପରିବାର ନିକଟରୁ ୨୫ ହଜାରରୁ ଅଧିକ ଟଙ୍କା ନିଆଯାଇଥିଲା। ପୂର୍ବରୁ ଏସବୁ କାର୍ଯ୍ୟ ପାଇଁ ୫ ହଜାରରୁ କମ୍‌ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏବେ ୫ ଗୁଣା ଅଧିକ ଅର୍ଥ ଦାବି କରାଯିବା ସମ୍ପୃକ୍ତ ପରିବାର ଲୋକଙ୍କୁ ଆର୍ଥିକ ସଙ୍କଟରେ ପକାଇ ଦେଇଥିଲା। ସେହିପରି ୧୫ ଦିନ ତଳେ ଶିମିଳିପଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। କୋଭିଡ୍‌ରେ ତାଙ୍କ ମୃତ୍ୟୁ ହୋଇ ନ ଥିଲେ ମଧ୍ୟ ପ୍ରାୟ ସମାନ ପରିମାଣର ଅର୍ଥ ଶୁଦ୍ଧିକ୍ରିୟା ପାଇଁ ଦାବି କରାଯାଇଥିଲା। ପାଖରେ ଏତେ ଟଙ୍କା ନ ଥିବାରୁ ପରିବାର ଲୋକଙ୍କୁ ଏଥିପାଇଁ କରଜ କରିବାକୁ ପଡ଼ିଥିଲା। କରୋନା ଯୋଗୁ ଲୋକଙ୍କ ଦୈନନ୍ଦିନ ଜୀବନ ବହୁ କଷ୍ଟରେ ବିତୁଥିବାବେଳେ ଶୁଦ୍ଧିକ୍ରିୟା ପାଇଁ ଏତେ ପରିମାଣର ଅର୍ଥ ଦାବି କରାଯିବା ବୋଝ ଉପରେ ନଳିତା ବିଡ଼ା ପରି ହେଉଥିବା ସହରବାସୀ ପ୍ରକାଶ କରିଛନ୍ତି। ଏ ନେଇ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କିଛି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ବାଧୁଛି କ୍ରିୟାକର୍ମ ବାବଦ ଅର୍ଥ ଦାବି
କରୋନା ସମୟରେ ସବୁଠି ଚଢ଼ା ଦର ନିଆଯାଉଛି। ଏଥିରୁ ବାଦ୍‌ ପଡ଼ିନି ଶୁଦ୍ଧିକ୍ରିୟା ବାବଦ ଖର୍ଚ୍ଚ। ଏଥିପାଇଁ ଯେପରି ଭାବେ ମୋଟା ଅଙ୍କର ଅର୍ଥ ଦାବି କରାଯାଉଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ପୂର୍ବରୁ ଯେଉଁ କାର୍ଯ୍ୟ ମାତ୍ର ୫ ହଜାର ଟଙ୍କାରେ ହୋଇଯାଉଥିଲା, ତାହା ପାଇଁ ଏବେ ୨୫ ହଜାର ଟଙ୍କା ଦେବାକୁ ପଡ଼ୁଛି।
-ସରୋଜ କୁମାର ଜେନା, ଅନୁଗୋଳ

ମାନବିକତା ମରିଯିବା ପରି ଲାଗୁଛି
ଜଣେ ସଦସ୍ୟଙ୍କ ପ୍ରାଣହାନି ହୋଇଥିବାରୁ ସମ୍ପକ୍ତ ପରିବାରକୁ ସହାନୁଭୂତି ସହ ସବୁଆଡ଼ୁ ସହଯୋଗ ମିଳିବା କଥା। କିନ୍ତୁ ଶୁଦ୍ଧିକ୍ରିୟା ପାଇଁ ଆତ୍ମୀୟଙ୍କଠାରୁ ଯେପରି ମୋଟା ଅଙ୍କର ଅର୍ଥ ଦାବି କରାଯାଉଛି, ସେଥିରୁ ମାନବିକତା ମରିଯିବା ପରି ଲାଗୁଛି। ବିପତ୍ତି ସମୟରେ ଏପରି କରାଯିବା ଆଦୌ ଗ୍ରହଣୀୟ ନୁହେଁ।
-ଉପେନ୍ଦ୍ର ଶର୍ମା, ଅନୁଗୋଳ

ପକେଟ ଦେଖି ଅର୍ଥ ନିଆଯିବା ଦରକାର
ଅନେକ ସମୟରେ ମୃତକଙ୍କ ପରିବାର ଲୋକେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ଟେଷ୍ଟ କରି ନ ଥିବାରୁ ସେମାନଙ୍କୁ ନେଇ କ୍ରିୟାକର୍ମ କରିବାରେ ବିପଦ ଆଶଙ୍କା ରହିଛି। ବିଧି ଅନୁଯାୟୀ ସମସ୍ତ କର୍ମ ଜରୁରୀ ହୋଇଥିବାରୁ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଅଧିକ ଅର୍ଥ ଦାବି କରୁଛନ୍ତି। ତେବେ ପକେଟ ଦେଖି ଅର୍ଥ ନିଆଗଲେ ଆପତ୍ତି ନାହିଁ।
-ପ୍ରହଲ୍ଲାଦ ସାହୁ, ଅନୁଗୋଳ

ପ୍ରଶାସନ ଅବଗତ ଅଛି
ଏପରି ଆପତ୍ତି ସମ୍ପର୍କରେ ପ୍ରଶାସନ ଅବଗତ ରହିଛି। ବିଭିନ୍ନ ସମୟରେ ଲୋକମାନେ ସମାନ ଅଭିଯୋଗ ଆଣୁଛନ୍ତି। ଏ ନେଇ ଜିଲାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ। ଏହାପରେ ଯେଉଁ ନିଷ୍ପତ୍ତି ନିଆଯିବ, ତାହା ସର୍ବସାଧାରଣଙ୍କୁ ଜଣାଇ ଦିଆଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri