ସ୍ବାଧୀନ ଭାବେ ଲଢ଼ିବେ ଓବିସି ସେଲ୍‌ ଅଧ୍ୟକ୍ଷ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପ୍ରାର୍ଥୀ ଚୟନରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି କଂଗ୍ରେସର ଓବିସି ସେଲ୍‌ ଜିଲା ଅଧ୍ୟକ୍ଷ ପାଣ୍ଡବ କର୍ଣ୍ଣ ଅଭିଯୋଗ କରିଛନ୍ତି। ଦଳ ଯଦି ଏହାର ପୁନର୍ବିଚାର ନ କରେ, ସେ ଆଗାମୀ ନିର୍ବାଚନରେ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ରବିବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କର୍ଣ୍ଣ କହିଛନ୍ତି ।
କର୍ଣ୍ଣ ଆହୁରି କହିଛନ୍ତି, ସେ ୧୯୮୨ରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣୀତ ହୋଇ ଛାତ୍ରାବସ୍ଥାରୁ କଂଗ୍ରେସରେ ସାମିଲ ହୋଇଥିଲେ। ଲରମ୍ଭା କଲେଜ ଛାତ୍ର ସଂସଦ ସଭାପତିଠାରୁ ଆରମ୍ଭ କରି ଜିଲା ପରିଷଦ ସଭ୍ୟ ନିର୍ବାଚିତ ହେବା ସହିତ ଏପର୍ଯ୍ୟନ୍ତ ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ଏବେ କଟାପାଲି ପ୍ରାଥମିକ କୃଷି ସମବାୟ ସମିତି ନିର୍ଦ୍ଦେଶକ ରହିଛନ୍ତି। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସର ବିଭିନ୍ନ ପଦବୀ ସମେତ ଦଳ ଯେତେବେଳେ ତାଙ୍କୁ ଯେଉଁ କାମ ଦେଇଛି, ତାକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି।
ପଛୁଆବର୍ଗର ଜଣେ ଗରିବ ଚାଷୀ ପରିବାରରୁ କଂଗ୍ରେସ ପ୍ରତି ସେ ନିଜ ଜୀବନ ସମର୍ପିତ କରିଥିବା ସତ୍ତ୍ବେ ଦଳ ତାଙ୍କୁ ଅଣଦେଖା କରିଥିବା କର୍ଣ୍ଣ ଅଭିଯୋଗ କରିଛନ୍ତି। ୧୯୯୫ରୁ ସେ ଦଳୀୟ ଟିକେଟ୍‌ ପାଇଁ ଦାବି କରିଆସୁଛନ୍ତି। ମାତ୍ର ଦଳ ତାଙ୍କୁ ବାରମ୍ବାର ଅଣଦେଖା କରିଆସୁଛି ଏବଂ ନିର୍ବାଚନ ସମୟରେ ପ୍ରାର୍ଥୀ ଚୟନରେ ପ୍ରିୟାପ୍ରୀତି ପୋଷଣ ନୀତି ଚାଲିଥିବା କର୍ଣ୍ଣ ଅଭିଯୋଗ କରିଛନ୍ତି। ଏଭଳି ସ୍ଥଳେ ଦଳ ଯଦି ପୁନର୍ବିଚାର ନ କରେ, ସେ ଆଗାମୀ ନିର୍ବାଚନରେ ବରଗଡ଼ ବିଧାନସଭାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବେ ଏବଂ ଦଳମତ ନିର୍ବିଶେଷରେ ଲୋକେ ତାଙ୍କୁ ଅଧିକ ସମର୍ଥନ ଜଣାଇବେ ବୋଲି କର୍ଣ୍ଣ ଆଶାବ୍ୟକ୍ତ କରିଛନ୍ତି। ଖବରଦାତା ସମ୍ମିଳନୀରେ ସମ୍ବିଧାନ ସୁରକ୍ଷା ମଞ୍ଚର ପବିତ୍ର ଦେହେରୀ, କଂଗ୍ରେସ ସେବାଦଳର ପୂର୍ବତନ ଜିଲା ସଭାପତି ଗଣେଶ ରାଉତ, ଜିଲା କଂଗ୍ରେସ ଓବିସି ସେଲ୍‌ ଉପସଭାପତି ପ୍ରମୋଦ ମହାକୁର, କୋଶଲ ଏକାଡ଼େମୀର ନିର୍ଦ୍ଦେଶକ ମାମୀ ମିଶ୍ର, ଅତାବରା ବ୍ଲକ କଂଗ୍ରେସ କମିଟି ସଭାପତି କୁନୁ ମହାପାତ୍ର, ଓଡ଼ିଶା କଲ୍ୟାଣୀ ସ୍ବେଚ୍ଛାସେବୀ ସଙ୍ଗଠନର ନିତେଶ୍ୱରୀ ପ୍ରଧାନ, କରୁଣାକର ସାହୁ, ସାମାଜିକ କର୍ମୀ ବାସମତୀ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri