Posted inଖେଳ

‘ପାକିସ୍ତାନ କ୍ରିକେଟକୁ ହତ୍ୟା କରିଛି ନ୍ୟୁଜିଲାଣ୍ଡ’

ରାଓ୍ବଲପିଣ୍ଡି,୧୭।୯: ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ସୁରକ୍ଷାଗତ କାରଣ ଦର୍ଶାଇ ସମ୍ପୂର୍ଣ୍ଣ ଗସ୍ତରୁ ଓହରି ଯାଇଛି ନ୍ୟୁଜିଲାଣ୍ଡ ଦଳ। ଫଳରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରାଇ ଆଣିବା ପାଇଁ ପାକିସ୍ତାନ ଚଲାଇଥିବା ପ୍ରୟାସକୁ ଲାଗିଛି ଶକ୍ତ ଧକ୍କା। ୨୦୦୩ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିଥିବା ନ୍ୟୁଜିଲାଣ୍ଡ ଦଳ ବିନା କୌଣସି ମ୍ୟାଚ୍‌ ଖେଳି ସ୍ବଦେଶ ଫେରିବାକୁ ନିଷ୍ପତ୍ତି ନେଇଛି।

ମ୍ୟାଚ୍‌ ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ନ୍ୟୁଜିଲାଣ୍ଡର ନିଷ୍ପତ୍ତି ଅନେକ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟରଙ୍କୁ ନିରାଶ କରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପେସର ତଥା ରାଓ୍ବଲପିଣ୍ଡି ଏକ୍ସପ୍ରେସ ଭାବେ ଜଣାଶୁଣା ଶୋଏବ ଅଖତର।

“ପାକିସ୍ତାନ କ୍ରିକେଟକୁ ନ୍ୟୁଜିଲାଣ୍ଡ ହତ୍ୟା କରିଛି। ରାଓ୍ବଲପିଣ୍ଡିରୁ ଆସିଛି ଏଭଳି ଦୁଃଖଦ ଖବର“ ବୋଲି ପୂର୍ବତନ ପେସର ଟୁଇଟ୍‌ କରିଛନ୍ତି। ତାଙ୍କ ଭଳି ଟୁଇଟରରେ ନିଜ ମତ ରଖିଛନ୍ତି ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ। ”ସିରିଜ୍‌ ବାତିଲ ହେବାରୁ ଅତ୍ୟନ୍ତ ଦୁଃଖିତ। ଏହି ସିରିଜ୍‌ କୋଟି କୋଟି ପାକିସ୍ତାନ ପ୍ରଶଂସକଙ୍କ ମୁହଁରେ ହସ୍‌ ଫୁଟାଇ ପାରିଥାନ୍ତା। ଆମ ସୁରକ୍ଷା ଏଜେନି୍ସଙ୍କ ଦକ୍ଷତା ଓ ବିଶ୍ୱସନୀୟତା ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି। ସେମାନେ ଆମ ପାଇଁ ଗର୍ବ। ପାକିସ୍ତାନ ଜିନ୍ଦାବାଦ” ବୋଲି ଟୁଇଟ୍‌ କରିଛନ୍ତି ଅଜାମ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋଟାସଙ୍କୁ ହ୍ୟାଟ୍ରିକ୍‌ ପୋଲ ପୋଜିଶନ

ମଣ୍ଟମେଲ୍‌(ସ୍ପେନ୍‌),୧୨ା୫(ଏଏଫ୍‌ପି)-ଚାମ୍ପିୟନଶିପ୍‌ ଲିଡର ଭାଲଟେରି ବୋଟାସ ଶନିବାର ହ୍ୟାଟ୍ରିକ୍‌ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ସ୍ପାନିଶ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ଲାଗି ଏଠାରେ ଶନିବାର ଅନୁଷ୍ଠିତ...

ଅଷ୍ଟ୍ରେଲିଆର ନବାଗତ ପେସରଙ୍କୁ ମିଳିଲା ଆଇପିଏଲ୍‌ କଣ୍ଟ୍ରାକ୍ଟ

ମେଲବୋର୍ନ,୨୦।୮ : ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଅଷ୍ଟ୍ରେଲିଆ ଦଳରେ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଥିବା ପେସର ନାଥନ ଏଲିସଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଛି।...

ଅଗଷ୍ଟ ପହିଲାରେ ବେଲଜିଆନ୍‌ କପ୍‌ ଫାଇନାଲ

ବ୍ରସେଲ୍ସ,୨୮। ୫(ଏପି): କୋଭିଡ-୧୯ କାରଣରୁ ସ୍ଥଗିତ ରହିଥିବା ବେଲଜିଆନ୍‌ କପ୍‌ ଫାଇନାଲ ଅଗଷଟ ୧ ତାରିଖରେ ଆୟୋଜନ ହେବ। ଲିଗ୍‌ର ନୂଆ ସେସନ ଆରମ୍ଭ ହେବାର...

ଗ୍ରାହମ ଥର୍ପେ ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ, ୧୦ା୫: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଓ କୋଚ୍‌ ଗ୍ରାହମ ଥର୍ପେ ଗୁରୁତର ଭାବେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦେଶର ପ୍ରଫେସନାଲ କ୍ରିକେଟର୍ସ...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ରାଞ୍ଚତ୍ଠାରୁ ହାରିଲା ସମ୍ବଲପୁର

ଭୁବନେଶ୍ୱର, ୨୩।୨ (ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟର ଶନିବାର ୨ୟ ଦିବସରେ ବିଭିନ୍ନ ଇଭେଣ୍ଟରେ ଖେଳ ଅନୁଷ୍ଠିତ ହୋଇଯାଇଛି। କିଟ୍‌ କ୍ୟାମ୍ପସ୍‌-୧୩ସ୍ଥିତ ହକି ଷ୍ଟାଡିୟମରେ...

ଆଜିବି କ୍ରିକେଟରୁ ଅବସର ମିଳିରେ ପିତାଙ୍କ ସହ ବିଲରେ କାମ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ଭାରତୀୟ ଦ୍ରୁତ ବୋଲର୍‌ ଉମେଶ ଯାଦବଙ୍କ ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୭, ଅକ୍ଟୋବର ୨୫ରେ ଉତ୍ତର ପ୍ରଦେଶର ଦେଓରିଆରେ ଏକ ଗରିବ ଘରେ...

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ୬ ଉଇକେଟରେ ବିଜୟୀ

ଗାଲେ,୧୮।୮- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ୬ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି...

ଦକ୍ଷିଣ ଆଫ୍ରିକା ମହିଳା ଦଳରେ ୩ ସଦସ୍ୟ କରୋନା ପଜିଟିଭ୍‌

ଜୋହାନ୍ସବର୍ଗ,୨୫।୭(ପି.ଟି.): ଇଂଲଣ୍ଡ ଗସ୍ତ ପାଇଁ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବାକୁ ଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ୩ ଜଣ ସଦସ୍ୟ କରୋନା ପଜିଟିଭ୍‌ ବୋଲି...

Advertisement
Archives

Model This Week