୧୦ ଦଫା ଦାବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ସମାଧାନ ନ ହେବା ଯାଏ…

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): ରାଜ୍ୟ ସଂଘର ଆହ୍ବାନ କ୍ରମେ ବୁଧବାର କଳାହାଣ୍ଡି ଜିଲାରେ ମଧ୍ୟ ଓଡ଼ିଶା ନର୍ସିଂ ଅଫିସରମାନେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଅବସରରେ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲାର କାର୍ଯ୍ୟରତ ନର୍ସିଂ ଅଫିସରମାନେ ଏକତ୍ରିତ ହୋଇ ଆନ୍ଦୋଳନ କରୁଛନ୍ତି। ଏହାପୂର୍ବରୁ ସେମାନେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।
୧୨.୧୧.୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କର ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଓ ସମସ୍ତ ଆର୍ଥିକ ସୁବିଧା,ଯୋଗ୍ୟ ନର୍ସିଂ ଅଫିସରମାନଙ୍କୁ ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି, ସହକାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ୍‌ କରି ୧୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସମାନଙ୍କର ଏକ ସମୟରେ ଦୁଇଟା ପଦୋନ୍ନତି, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ସରକାରୀ ନର୍ସିଂ ଅଫିସରମାନଙ୍କୁ ସିଏଚ୍‌ଓ ପଦବୀରୁ ଫେରାଇ ଆଣି କ୍ୟାଡର୍‌ ପୋଷ୍ଟରେ ବିଭିନ୍ନ ସରକାରୀ ହସ୍ପିଟାଲରେ ନର୍ସିଂ ସେବା ଯୋଗାଇ ଦେବା ନିମନ୍ତେ ଠୋସ୍‌ ପଦକ୍ଷେପ ଓ ଅନ୍ୟ ରାଜ୍ୟଗୁଡ଼ିକରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖ ଏନ୍‌ଏଚ୍‌ଏମ୍‌ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସିଏଚ୍‌ଓମାନଙ୍କୁ ନିଯୁକ୍ତି, ନିୟମିତ ହୋଇ ନ ଥିବା ଅବଶିଷ୍ଟ ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯିବା, ନର୍ସିଂ ଅଫିସରମାନଙ୍କର ଡ୍ରେସ୍‌ କୋଡ୍‌ ପରିବର୍ତ୍ତନ କରାଯିବା ସହିତ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ୍‌କୋଡ୍‌ର ପରିବର୍ତ୍ତନ କରାଯିବା, ଆଉଟ୍‌ସୋର୍ସିଂ ଏଜେନ୍ସି ମାଧ୍ୟମରେ ହେଉଥିବା ନର୍ସିଂ ଅଫିସରମାନଙ୍କର ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ସହିତ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର, କେବିକେ ଆଦିବାସୀ ସବ୍‌-ପ୍ଲାନ କଠିନ ଅଞ୍ଚଳରେ କାର୍ଯ୍ୟ କରୁଥିବା ନର୍ସିଂ ଅଫିସର, କର୍ମଚାରୀଙ୍କ ପାଇଁ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ରାଶି ପ୍ରଦାନ, ନର୍ସିଂ ଅଫିସରମାନେ ଜରୁରୀକାଳିନ ସେବାରେ ନିୟୋଜିତ ଅଛନ୍ତି ତେଣୁ ସରକାରଙ୍କ ଦ୍ବାରା ସ୍ଥିରୀକୃତ ସମସ୍ତ ସାଧାରଣ ଛୁଟିଦିନ ବଦଳରେ ନର୍ସିଂ ଅଫିସରଙ୍କ କ୍ଷେତ୍ରରେ କ୍ଷତିପୂରଣ ଛୁଟି, ଦରମା ପ୍ରଦାନ ଓ ଏହି ସମ୍ବନ୍ଧରେ ସ୍ଥାୟୀ ନିର୍ଦ୍ଦେଶନାମା ଜାରି କରାଯାଉ ବୋଲି ପ୍ରମୁଖ ଦାବି ଉଲ୍ଲେଖ ରହିଛି।

ଏହି ଆନ୍ଦୋଳନରେ ଜିଲା ସଭାନେତ୍ରୀ ସନ୍ଧ୍ୟା ରତ, ଉପସଭାପତି ତ୍ରିବିକ୍ରମ ପ୍ରଧାନ, ସାଧାରଣ ସମ୍ପାଦକ ବସନ୍ତ କୁମାର, କୋଷାଧ୍ୟକ୍ଷ କ୍ଷୀରସିନ୍ଦୁ ରଣା ପ୍ରମୁଖ ନେତୃତ୍ୱ ନେଉଥିବାବେଳେ କନକ ସେଠୀ, ମେନକା ସ୍ବାଇଁ, ମମତାମୟୀ ଶତପଥୀ, ପ୍ରିୟରଞ୍ଜନ ମାଝୀ, ରେଶମା ସଙ୍ଗୀତା ସାହୁ ପ୍ରମୁଖ ସହଯୋଗ କରୁଛନ୍ତି। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇ ଚାଲିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?