Posted inଜାତୀୟ

କମିଶନରଙ୍କ ସ୍ଥାନରେ କରୋନା ଯୋଦ୍ଧା କଲେ ପତାକା ଉତ୍ତୋଳନ

ବାରାଣସୀ,୧୫।୮: ଦେଶ ପାଳନ କରିଛି ୭୪ତମ ସ୍ବାଧିନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସ୍ଥାନରେ ଗର୍ବର ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଉତ୍ତର ପ୍ରଦେଶର ବାରାଣସୀରେ କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ। ବାରାଣସିର କମିଶନର କମ୍ପାଉଣ୍ଡରେ କମିଶନରଙ୍କ ପରିବର୍ତ୍ତେ ଜଣେ ନର୍ସ ପତାକା ଉତ୍ତୋଳନ କରିଛନ୍ତି। କରୋନା ମହାମାରୀ ସମୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ଯେଉଁଭଳି ଭାବେ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କମିଶନର ଏପରି କରିଥିବା ପ୍ରକାଶ। ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ଅନୁରାଧାଙ୍କୁ କମିଶନରଙ୍କ ସରକାରୀ ଗାଡି ସକାଳୁ ଯାଇ ସସମ୍ମାନେ ତାଙ୍କ ଘରୁ କମିଶନରଙ୍କ କମ୍ପାଉଣ୍ଡକୁ ଆଣିଲା। ଏହାପରେ ସେ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କମିଶନର ଏଭଳି କରିଥିବା କୁହାଯାଏ। ଏହାପରେ କମିଶନର ତାଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ଅନୁରାଧା କହିଥିଲେ କରୋନା ସଂକ୍ରମିତଙ୍କ ସେବା କରିବାକୁ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେକରନ୍ତି। ତେବେ କରୋନାକୁ ଡରିଗଲେ ଏହା ଡରାଇବ ବରଂ ସାହସର ସହ ଏହାର ମୁକାବିଲା କଲେ କରୋନା ହାରିବ ବୋଲି ଅନୁରାଧା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ନିବାର’ ପ୍ରଭାବରେ ତାମିଲନାଡୁ-ଆନ୍ଧ୍ରପ୍ରଦେଶରେ ବର୍ଷା: ପୁଡୁଚେରୀରେ ରାତ୍ରକାଳୀନ କର୍ଫ୍ୟୁ ଜାରି

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ଅବପାତରେ ପରିଣତ ହୋଇଛି। ଏହା ବୁଧବାର ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଛୁଇଁବ। ଏହାର...

‘ଭାଇ ପାଇଁ ଜୀବନ ଦେଇପାରିବି’

ନୂଆଦିଲ୍ଲୀ,୧୩।୨: “ମୋ ଭାଇ ପାଇଁ ମୁଁ ଜୀବନ ଦେଇପାରିବି। ସେ ମଧ୍ୟ ମୋ ଲାଗି ଜୀବନ ଦେବେ”। ରାହୁଲ ଗାନ୍ଧୀଙ୍କ ସହ ବିବାଦ ଥିବା ନେଇ...

ବଡ଼ ଘର ବଡ଼ ଗୁମର କଥା: ପଦାରେ ପଡ଼ିଲା ଶାଶୁ-ବୋହୂ କଳି

ପାଟନା,୨୭।୧୨: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରର କଳି ପୁଣି ପଦାକୁ ଆସିଛି। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ...

ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସରକାର କରୁଛନ୍ତି ବାହାନା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୧୨: ହରିୟାଣାରେ ଭାରତ ଯୋଡୋ ଯାତ୍ରା ଚାଲିଥିବାବେଳେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ହରିୟାଣାର ନୁହରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ...

ଅନିଶ୍ଚିତକାଳ ପାଇଁ ମଣିପୁରରେ କର୍ଫ୍ୟୁ

ଇମ୍ଫାଲ,୨୪।୩: ମଣିପୁରରେ ଜଣେ ମହିଳା କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ମଙ୍ଗଳବାର ସେଠାରେ ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ରାଜ୍ୟ ସରକାର କରୋନା...

ହାଇକୋର୍ଟ ଗଲେ ଅଯୋଧ୍ୟା ବାସିନ୍ଦା

ବାରାଣସୀ,୧୦।୧: ୧୯୯୨ ବାବ୍ରି ମସ୍‌ଜିଦ୍‌ ଭଙ୍ଗା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ୩୨ଜଣଙ୍କ ବିରୋଧରେ ଆଲ୍ଲାହାବାଦ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଯୋଧ୍ୟାର ୨ବାସିନ୍ଦା। ୨୦୨୦ ସେପ୍ଟେମ୍ବର...

ଭାଜପା ଉପରେ ବର୍ଷିଲେ ଉଦ୍ଧବ

ମୁମ୍ବାଇ,୫।୯: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ପ୍ରଦର୍ଶନ କରୁଥିବା ଭାଜପା ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ...

୨୬ରେ ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ସିସୋଡିଆ

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଢୁଆ ଥମିବାର ନାଁ ନେଉନାହିଁ। ମଦ ଦୁର୍ନୀତି ମାମଲାରେ ପୁଣିଥରେ ୨୬ ଫେବୃୟାରୀରେ ପଚରାଉଚରା ପାଇଁ ସିବିଆଇ ଡକାଇଥିବା...

Advertisement
Archives

Model This Week