Posted inଫୁରସତ

ଫଟୋ ପାଇଁ

ଫଟୋଗ୍ରାଫି ଏକ ନିଶା। ଏଇ ନିଶା ଯେବେ ବଢି ବଢି ଚାଲେ, ଫଟୋ ଉଠାଉଥିବା ମଣିଷଜଣକ ଭୁଲିଯାଏ ସବୁକିଛି। ଏମିତିକି ନିଜେ ନିଜକୁ ବି। କେମିତି, କେଉଁ ସ୍ଥିତିରେ ସେ ପାଇବ ଏକ ପରଫେକ୍ଟ କ୍ଲିକ୍‌, ସେଥିପାଇଁ ସେ କରେ ଯେତେସବୁ ପ୍ରୟାସ। ଏମିତିକି ଜୀବନ ବାଜିରେ ଲାଗିଗଲେ ବି ନ ଥାଏ ତା’ର ନିଘା। କାରଣ ସେ ପ୍ରସ୍ତୁତ ଥାଏ ସବୁ ପରିସ୍ଥିତିକୁ ସାମ୍‌ନା କରି ଯେମିତି ହେଲେ ପାଇବ ଏକ ପରଫେକ୍ଟ କ୍ଲିକ୍‌….

ରସେଲ ଓର୍‌ଡ- ସମୁଦ୍ରର ଉତ୍ତାଳ ତରଙ୍ଗ, କେବେ ଲାଗେ ବେଶ୍‌ ଆକର୍ଷକ ତ କେବେ ଭୟଙ୍କର। ତଥାପି ଏହି ଢେଉ ସହ ଖେଳିବା ତଥା ସର୍ଫିଂ କରିବାକୁ ଅନେକ ଦୁଃସାହସୀ ମଣିଷ ଭଲ ପାଆନ୍ତି। ଆଉ କିଛି ଦୁଃସାହସୀ ମଣିଷ ନିଜ ଜୀବନକୁ ବାଜି ଲଗାଇ ଉକ୍ତ ଦୃଶ୍ୟକୁ ନିଜ କ୍ୟାମେରାରେ ବାନ୍ଧି ରଖିବାକୁ ବି ଚାହାନ୍ତି। ସେମିତି ଜଣେ ମଣିଷ ହେଉଛନ୍ତି ଫଟୋଗ୍ରାଫର୍‌ ରସେଲ୍‌ ଓର୍‌ଡ। ରସେଲ୍‌ଙ୍କ ପାଇଁ ଫଟୋଗ୍ରାଫି ଏମିତି ଏକ ନିଶା, ଯାହା ପାଇଁ ସେ ଚାକିରି ଛାଡି ଦେଇଥିଲେ। ତାଙ୍କର ଇଚ୍ଛା ଥିଲା ଢେଉ ମଝିରେ ତଥା ଯେତେବେଳେ ଢେଉ ଉପରକୁ ଉଠି ପୁଣି ଜଳ ସହ ମିଶେ ମଝିରେ ଏକ ଗୋଲାକାର ରୂପ(ଟ୍ୟୁବ୍‌) ଧାରଣ କରେ, ଏହି ଟ୍ୟୁବ୍‌ ମଧ୍ୟରେ ସର୍ଫର୍‌ ଥିବା ବେଳର ଶଟ୍‌ ନେବେ। ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ସେ ନିଜେ ଗଭୀର ସମୁଦ୍ର ଭିତରକୁ ଯାଉଥିଲେ। ଆଉ ବିଶାଳ ଢେଉ ଓ ସର୍ଫରଙ୍କ ଖୁବ୍‌ ନିକଟକୁ ଯାଇ ପରଫେକ୍ଟ ଶଟ୍‌ ନେବାକୁ ଚେଷ୍ଟା କରୁଥିଲେ। ଏହି କାମରେ ତାଙ୍କର ବନ୍ଧୁ ମଧ୍ୟ ସହଯୋଗ କରୁଥିଲେ। ସେ ତାଙ୍କୁ ସର୍ଫର୍‌ଙ୍କ ନିକଟକୁ ନେଇ ଛାଡି ଦେଉଥିଲେ। ଆଉ ରସେଲ୍‌ ଉପଯୁକ୍ତ ସ୍ଥାନ ବାଛି ପରଫେକ୍ଟ ଶଟ୍‌ ନେବା ପାଇଁ ପ୍ରୟାସ କରୁଥିଲେ। ଦୀର୍ଘ ୪ ବର୍ଷ ଧରି ବିଶାଳ ଢେଉ ସହ ଲଢ଼ି ଲଢ଼ି ଶେଷରେ ୨୦୧୮ରେ ମନଲାଖି ଶଟ୍‌ ପାଇବାରେ ରସେଲ୍‌ ସଫଳ ହୋଇଥିଲେ। ଭୟଙ୍କର ଢେଉ ଭିତରେ ସର୍ଫର୍‌ଙ୍କ ଫଟୋ ନେବା ସହ ସୁଉଚ୍ଚ ଜୁଆରର ଅନେକ ଚମତ୍କାର ଓ ଅସମ୍ଭବ ଶଟ୍‌ ମଧ୍ୟ ସେ ନେବାରେ ସଫଳ ହୋଇଥିଲେ। ଯେଉଁଥିପାଇଁ ଆଜି ରସେଲ୍‌ ଜଣେ ବିଶିଷ୍ଟ ଫଟୋଗ୍ରାଫର ଭାବେ ପରିଚିତ। ଉକ୍ତ ଫଟୋସବୁ ସେ ପଶ୍ଚିମ ଅଷ୍ଟ୍ରେଲିଆର ଦ ରାଇଟ୍‌ ଅଞ୍ଚଳରେ ଉଠାଇଛନ୍ତି।


କୋରେ ରିଚ୍‌- ପୃଥିବୀର ଜଣେ ବିଶିଷ୍ଟ ଆଡଭେଞ୍ଚର୍ସ ଫଟୋଗ୍ରାଫର୍‌ ଭାବେ ପରିଚିତ କୋରେ ରିଚ୍‌। ଦୀର୍ଘ ୨୦ ବର୍ଷ ଧରି ସେ ଅନେକ ଡେୟାର୍‌ ଡେଭିଲ୍‌ ଫଟୋଶୁଟ୍‌ କରିଛନ୍ତି। ଦୁଃସାହସିକ କାମ କରୁଥିବା ଲୋକଙ୍କର ଫଟୋକୁ ଦୁଃସାହସିକ ଭାବେ ଉଠାଇବା ତାଙ୍କର ସଉକ। ତେବେ ସେ ଉଠାଇଥିବା ଜଣେ ଫ୍ରି କ୍ଲାଇମ୍ବରଙ୍କ ଫଟୋ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଉକ୍ତ ଫଟୋରେ ଦେଖିବାକୁ ମିଳେ ଚଢ଼ାଳି ଜଣକ ବିନା କୌଣସି ଉପକରଣ ସାହାଯ୍ୟରେ ଏକ ତୀଖ ମସୃଣ ପାହାଡ଼ ଚଢୁଛନ୍ତି। ପାହାଡ଼ ମଝିରେ ଥିବା ଏକ ଲମ୍ବା ଫାଟକୁ ହିଁ ଧରି ଧରି ଚଢ଼ାଳି ଜଣକ ଯାଉଛନ୍ତି ଉପରକୁ ଉପରକୁ। ଆଉ ପାହାଡ଼ ଚଢ଼ାଳିଙ୍କ ଠିକ୍‌ ଉପରେ ରିଚ୍‌ ଏକ ଶିଡିକୁ ଝୁଲାଇ ରଖି ତା’ଉପରେ ନିର୍ଭୟରେ ଠିଆ ହୋଇ ଫଟୋ ଉଠାଉଛନ୍ତି। ସେ ଚଢାଳିଙ୍କର ଉପରପଟୁ ଶଟ୍‌ ନେବା ପାଇଁ ଏତେ ବଡ଼ ବିପଦ ମୁଣ୍ଡାଇଥିଲେ। ଫଟୋଗ୍ରାଫର୍‌ଙ୍କର ଏହି ଦୁଃସାହସିକ କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଆଉ ଫଟୋଟି ପାଲଟି ଯାଇଥିଲା ଚର୍ଚ୍ଚାର ବିଷୟ।


ହେନରିକ୍‌ ଜାନୋଓସ୍କି- ଫଟୋଗ୍ରାଫି ଭିତରେ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫି ବହୁତ କଷ୍ଟକର। ବନ୍ୟ ପ୍ରାଣୀଙ୍କୁ ସେମାନଙ୍କ ପ୍ରାକୃତିକ ସ୍ଥିତିରେ ଫଟୋ ଉଠାଇବା କୌଣସି ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ। କେତେବେଳେ ଆକ୍ରମଣର ଆଶଙ୍କା ଥାଏ ତ କେବେ କ୍ୟାମେରା ଦେଖି ଜୀବଜନ୍ତୁଙ୍କ ଭୟରେ ସ୍ଥାନ ଛାଡି ଚାଲି ଯିବାର ଥାଏ ଆଶଙ୍କା। ତେଣୁ ବେଶ୍‌ ସତର୍କତାର ସହ ଫଟୋ ଉତ୍ତୋଳନ କରିବାକୁ ହୁଏ। ହେନରିକ ଜାନୋଓସ୍କି ହେଉଛନ୍ତି ଜଣେ ଓ୍ବାଇଲ୍ଡ ଲାଇଫ ଫଟୋଗ୍ରାଫର। ଆଉ ସେ ବେଶ୍‌ ଭଲ ଭାବେ ଜାଣନ୍ତି ଏହି ଫଟୋଗ୍ରାଫି ସମୟରେ କ’ଣ ସବୁ ଅସୁବିଧା ରହିଛି। ତେଣୁ ସେ ଲୁଚି ରହି ଫଟୋ ଉଠାନ୍ତି। ପାଣି ଭିତରେ ଚଢ଼େଇଙ୍କର ଫଟୋ ଉତ୍ତୋଳନ ପାଇଁ ସେ ହଂସ ପରି ଦେଖାଯାଉଥିବା ଏକ ବୋଟ୍‌ ବି ତିଆରି କରିଛନ୍ତି। ଉକ୍ତ ବୋଟ୍‌ ଭିତରେ ସେ ବେଶ୍‌ ସତର୍କତାର ସହ କ୍ୟାମେରା ଲୁଚାଇ ରଖନ୍ତି। ଏଥିରେ କ୍ୟାମେରା ନଷ୍ଟ ହୋବର ଆଶଙ୍କା ନ ଥାଏ। ତେବେ ହେନରିକ୍‌ ଥଣ୍ଡା ବରଫ ପାଣି ଭିତରେ ବେକ ପର୍ଯ୍ୟନ୍ତ ବୁଡି ଘଣ୍ଟା ଘଣ୍ଟା ଚଢ଼େଇଙ୍କୁ ଅପେକ୍ଷା କରନ୍ତି। ଚଢ଼େଇମାନେ ଯେପରି ଭୟ ନ କରନ୍ତି, ଡିଷ୍ଟର୍ବ ନ ହୁଅନ୍ତି ସେଥିପ୍ରତି ସେ ଧ୍ୟାନ ଦିଅନ୍ତି। ଆଉ ଚେଷ୍ଟା କରନ୍ତି ସେମାନଙ୍କର ଖୁବ୍‌ ନିକଟକୁ ଯାଇ ପରଫେକ୍ଟ କ୍ଲିକ୍‌ ନେବା ପାଇଁ। ଅନେକ ଧୈର୍ଯ୍ୟର ସହ ନେଉଥିବା ତାଙ୍କର ପ୍ରତ୍ୟେକ କ୍ଲିକ୍‌ ଉଚ୍ଚକୋଟୀର ହୋଇଥାଏ। ଏଥିପାଇଁ ସେ ଅନେକ ପୁରସ୍କୃତ ବି ହୋଇଛନ୍ତି।


କଓ୍ବିକା ସିଙ୍ଗ୍‌ସନ୍‌- କଓ୍ବିକା ସିଙ୍ଗ୍‌ସନ୍‌ ଜଣେ ହାଇକର୍‌, ଭୂଦୃଶ୍ୟ ଫଟୋଗ୍ରାଫର୍‌ ବି। କିଛି ବର୍ଷତଳେ ହାଓ୍ବାଇ, କାଇଲୁଆ-କୋନାର ଏହି ଫଟୋଗ୍ରାଫର୍‌ ଜଣକ ଏକ ଫଟୋ ପାଇଁ ହୋଇଥିଲେ ବେଶ୍‌ ଚର୍ଚ୍ଚିତ, ଯେଉଁଥିରେ ତାଙ୍କର ଫଟୋଗ୍ରାଫି ପ୍ରତି ସମର୍ପଣଭାବ ବେଶ୍‌ ବାରି ହେଉଥିଲା। କଓ୍ବିକା ରହୁଥିବା ଅଞ୍ଚଳରେ ଅନେକ ସୁପ୍ତ ଓ ଜୀବନ୍ତ ଆଗ୍ନେୟଗିରି ଅଛି। ଏହି ଆଗ୍ନେୟଗିରିକୁ ଯାଇ ସେ ଅନୁଧ୍ୟାନ କରୁଥିଲେ। ଆଉ ଏହାର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରୁଥିଲେ। ୨୦୧୩ରେ ବି ସେ ସ୍ଥାନୀୟ ଏକ ଆଗ୍ନେୟଗିରି ଯାଇଥିଲେ। ତେବେ ସେଠାରେ ଏମିତି କିଛି ଫଟୋ ଉଠାଯାଇଥିଲା, ଯାହାକୁ ଦେଖି ସାରା ଦୁନିଆ ଚକିତ ହୋଇଯାଇଥିଲା। ଆଉ ସେ ରାତାରାତି ଚର୍ଚ୍ଚାର ପରିସରଭୁକ୍ତ ହୋଇଥିଲେ। ତେବେ କଓ୍ବିକା ନିଜେ ଉଠାଇଥିବା ଫଟୋ ପାଇଁ ଚର୍ଚ୍ଚିତ ହୋଇ ନ ଥିଲେ, ବରଂ ଜୀବନକୁ ବାଜି ଲଗାଇ ଉତ୍ତପ୍ତ ଆଗ୍ନେୟଗିରି ଉପରକୁ ଯାଇଥିବାର ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କଓ୍ବିକାଙ୍କ ସହଯୋଗୀ ଫଟୋଗ୍ରାଫର କ୍ରିଷ୍ଟୋଫର୍‌ ହିରାତା ସେହି ଫଟୋ ଉଠାଇଥିଲେ। ଏହି ଫଟୋରେ ସେ ଶକ୍ତ ଉତ୍ତପ୍ତ ଆଗ୍ନେୟଗିରି ଉପରେ ଠିଆ ହୋଇ ଫଟୋ ଉଠାଉଛନ୍ତି। ଆଉ ତାଙ୍କ ଜୋତା ଓ ଟ୍ରାଇପଡ୍‌ରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳେ। ତଥାପି ସେ ଜୀବନ୍ତ ଲାଭାର କରାଳ ରୂପକୁ କ୍ୟାମେରାରେ କଏଦ କରିବାରେ ବ୍ୟସ୍ତ ଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଗଲା। କେହି କେହି ଏହି ଫଟୋକୁ ଏଡିଟ୍‌ କରାଯାଇଛି ବୋଲି କହିଲେ। ଶେଷରେ କଓ୍ବିକା ସଫେଇ ଦେଇ କହିଥିଲେ ଯେ, ‘ମୁଁ ଆଗ୍ନେୟଗିରି ଉପରକୁ ଯିବା ସତ। ଆଉ ଲାଭାର ଫଟୋ ଉଠାଇବା ବି ସତ। ଏଥିପାଇଁ ମୁଁ ବେଶ୍‌ ସତର୍କତା ଅବଲମ୍ବନ କରିଥିଲି। ଅଭିଜ୍ଞତା ନ ଥିବା ଫଟୋଗ୍ରାଫର ଏହା କରିପାରିବେ ନାହିଁ। କାରଣ ଲାଭାର ଶକ୍ତ ଭାଗ ଭାଙ୍ଗି ଉତ୍ତପ୍ତ ଲାଭା ବାହାରକୁ ବାହାରି ଆସିବାର ଆଶଙ୍କା ଥାଏ। ତେବେ ଜୋତା ଓ ଟ୍ରାଇପଡ୍‌ରେ ନିଆଁ ଗରମ ଲାଭା ପାଇଁ ଲାଗି ନ ଥିଲା। ବରଂ ମୁଁ କିଛି ରସାୟନିକ ପଦାର୍ଥ ପ୍ରଲେପ କରିବାରୁ ସେଥିରେ ନିଆଁ ଲାଗିଥିଲା। ଏଭଳି କରିବା ପଛର ଉଦ୍ଦେଶ୍ୟ ଥିଲା ଫଟୋକୁ ଜୀବନ୍ତ କରିବା। ସେହି ଉତ୍ତପ୍ତ ଲାଭା ଉପରେ ମୁଁ ମାତ୍ର କେଇ ସେକେଣ୍ଡ ହିଁ ଠିଆ ହେବାକୁ ସମର୍ଥ ହୋଇଥିଲି।’


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?