ସଂଖ୍ୟା କମିଲେ ସମସ୍ୟା

ଢେଙ୍କାନାଳ,୭।୭(ରତନ ନାୟାର): ଶିମିଳିପାଳ ପରେ ହାତୀସଂଖ୍ୟାରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଢେଙ୍କାନାଳ। ଥଣ୍ଡା ଜଳବାୟୁ, ସଂରକ୍ଷିତ ଜଙ୍ଗଲରେ ଅବାଧ ବିଚରଣ ଏହି ଐତିହ୍ୟପ୍ରାଣୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ହେଲେ ସମାନ୍ତରାଳ ଭାବେ ହାତୀ-ମଣିଷ ସଂଘର୍ଷକୁ ନେଇ କିଛି କମ୍‌ ଅପବାଦ ମୁଣ୍ଡାଇନି ଜିଲା। ଏସବୁ ଭିତରେ ବନ ବିଭାଗ ଚକିତ କରିବା ଭଳି ତଥ୍ୟ ଦେଇଛି। ଦନ୍ତା ସଂଖ୍ୟାରେ ଯଦି ଏଭଳି ହ୍ରାସ ଲାଗି ରହେ, ତେବେ ମାଈ ହାତୀଙ୍କ ସହ ମିଳନ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ଏବଂ ବର୍ଷ କେଇଟାରେ ଜିଲାରୁ ହାତୀ ବଂଶ ଲୋପ ପାଇଯିବ।
ଭାରତରେ ଐତିହ୍ୟ ପ୍ରାଣୀ ତାଲିକାଭୁକ୍ତ ହୋଇଛି ହାତୀ। ହେଲେ ଏହାର ସୁରକ୍ଷା ଲାଗି ନିଆଯାଇଥିବା ପଦକ୍ଷେପ ସମୁଦ୍ରକୁ ଶଙ୍ଖେ। ତେଣୁ ସ୍ଥଳଭାଗରେ ବାସ କରୁଥିବା ଏହି ବୃହତ୍ତମ ସ୍ତନ୍ୟପାୟୀ ପ୍ରାଣୀ ବଂଶ ପ୍ରତି ବିପଦ ଘନେଇବାରେ ଲାଗିଛି। ବିଶେଷ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଦାନ୍ତ ଲୋଭରେ ଦନ୍ତା ଶିକାର ଏବଂ ଏଥିରେ ବନ ବିଭାଗର ପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ଧରାପଡ଼ିବା ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଢେଙ୍କାନାଳରେ ଗତ ୩ ବର୍ଷରେ ବିଭିନ୍ନ କାରଣରୁ ୯ ଦନ୍ତା ହାତୀଙ୍କ ଜୀବନ ଯିବା ବନ ବିଭାଗ ପାଇଁ ସତର୍କ ଘଣ୍ଟି ବଜାଇଛି।
ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ସାଧାରଣତଃ ୮ରୁ ୧୨ବର୍ଷ ମଧ୍ୟରେ ଶାରୀରିକ ଦୃଷ୍ଟିରୁ ଉଭୟ ମାଈ ଏବଂ ଅଣ୍ଡିରା ହାତୀ ମିଳନ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଡିସେମ୍ବରରୁ ମାର୍ଚ୍ଚ ସେମାନଙ୍କ ମିଳନର ପ୍ରକୃଷ୍ଟ ସମୟ। ମିଳନ ଋତୁରେ ଗୋଟିଏ ଦନ୍ତା ୫ ମାଈ ହାତୀଙ୍କ ସହ ସମ୍ପର୍କ ସ୍ଥାପନ କରିଥାଏ। ସେମିତି କୌଣସି କାରଣ ନ ହେଲେ ସମସ୍ତ ୫ ମାଈ ହାତୀ ଗର୍ଭଧାରଣ କରିବାକୁ ସକ୍ଷମ ହୋଇଥାଆନ୍ତି। ପ୍ରାୟ ୨୨ମାସର ଗର୍ଭଧାରଣ ପରେ ଛୁଆ ଜନ୍ମ ହୋଇଥାଏ। ମିଳନ ପାଇଁ ଦନ୍ତା-ମାଈ ହାତୀଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାତ୍ମକ ସନ୍ତୁଳନ ରହିବା ନିହାତି ଆବଶ୍ୟକ। ହେଲେ ବିଭିନ୍ନ କାରଣରୁ ଢେଙ୍କାନାଳ ଜିଲାରେ ଯୁବ ଅଣ୍ଡିରା ହାତୀଙ୍କ ମୃତ୍ୟୁ ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଏକ ତଥ୍ୟ ଅନୁଯାୟୀ, ୨୦୨୧-୨୨ ବର୍ଷରେ ୩ଟି, ୨୦୨୨-୨୩ରେ ୫ଟି ଓ ୨୦୨୩-୨୪ ବର୍ଷର ଜୁଲାଇ ୬ ସୁଦ୍ଧା ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଜିଲାର ହାତୀ ଉପଦ୍ରୁତ ଅଞ୍ଚଳର ଜଙ୍ଗଲ ଓ ଚାଷଜମି ନିକଟରେ ଶିକାରୀମାନେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ଫାଶ ବିଛାଉଛନ୍ତି। ଅନେକ ସମୟରେ ଏଥିରେ ଛନ୍ଦି ହୋଇ ହାତୀଙ୍କ ଜୀବନ ଯାଉଛି। ବିଶେଷ କରି ଦଳରୁ ଅଲଗା ହୋଇ ଏକାକୀ ବିଚରଣ କରୁଥିବା ଦନ୍ତାଙ୍କ ପ୍ରାଣହାନି ଆଶଙ୍କା ବେଶି। ସମ୍ପୃକ୍ତ ୯ ହାତୀ ମଧ୍ୟରୁ ଅଧିକାଂଶ ବିଦ୍ୟୁତ୍‌ ଫାଶରେ ପଡ଼ିଛନ୍ତି। ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଏବେ ୫୪ ଦନ୍ତା ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କୁହନ୍ତି, ଉଭୟ ମଣିଷ ଏବଂ ହାତୀଙ୍କ ସୁରକ୍ଷା ବନ ବିଭାଗର ଦାୟିତ୍ୱ। ଦନ୍ତା ସଂଖ୍ୟା କମିଲେ ହାତୀ ବଂଶ ପ୍ରତି ବିପଦ। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ହାତୀ ଉପଦ୍ରବରୁ ଧନଜୀବନ ସୁରକ୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ମୋବାଇଲ ଆପ୍‌ ମାଧ୍ୟମରେ ସୂଚନା ଦେବା ବ୍ୟବସ୍ଥା ମଧ୍ୟ ହୋଇଛି।

ଦଳପତିକୁ ବେଶି ବିପଦ

ପଲରେ ଥିବା ସବୁଠାରୁ ବୟସ୍କ ଦନ୍ତା ଦଳପତି। ସେ ହାତୀପଲକୁ ନିୟନ୍ତ୍ରଣ କରିଥାଏ। ତେବେ ଦଳରେ ପତିଆରା ପାଇଁ ଦଳପତି ସହ ଯୁବ ଦନ୍ତାଙ୍କ ମଧ୍ୟରେ ଅନେକ ସମୟରେ ସଂଘର୍ଷ ହୋଇଥାଏ। ଦଳପତି ପରାସ୍ତ ହେଲେ ଗୋଠରୁ ଅଲଗା ହୋଇଯାଏ। ସେହିପରି ପ୍ରଜନନ ଋତୁରେ ଦନ୍ତା ଅଧିକ ଉନ୍ମତ୍ତ ହୋଇ ଏକାକୀ ଘୂରି ବୁଲିଥାଏ। ହିଂସ୍ର ଆଚରଣ ପ୍ରଦର୍ଶନ କରି ଉପଦ୍ରବ କରେ। ଏହି ସମୟରେ ଶିକାରୀମାନେ ସକ୍ରିୟ ହୋଇଉଠନ୍ତି। ବିଭିନ୍ନ ଉପାୟରେ ଶିକାର କରିବାକୁ ଯୋଜନା କରିଥାଆନ୍ତି। ତେଣୁ ଦଳପତିଙ୍କ ଉପରେ ବିପଦ ବେଶି।

କନ୍ଧରା ଘଟଣାରୁ ଶିକ୍ଷା

ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳର କନ୍ଧରା ସଂରକ୍ଷିତ ଜଙ୍ଗଲ କଟକ ଜିଲାର ବଡ଼ମ୍ବା, ନରସିଂହପୁର ସୀମାକୁ ଲାଗିଛି। ତେଣୁ ଶିକାରୀଙ୍କ ଅନୁପ୍ରବେଶ ସହଜ ହୋଇଯାଉଛି। ୫ବର୍ଷ ତଳେ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଏକ ଦନ୍ତା ଟଳିପଡ଼ିଥିଲା। ଏପରି କି ବନ କର୍ମଚାରୀଙ୍କ ଉପରକୁ ଅଭିଯୁକ୍ତମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଭୟଭୀତ କର୍ମଚାରୀ ଛତ୍ରଭଙ୍ଗ ଦେଇଥିବାବେଳେ ୨ଟି ଦାନ୍ତ ଅଭିଯୁକ୍ତମାନେ କାଟି ନେଇଯାଇଥିଲେ। ଶିକାରୀଙ୍କ ଏଭଳି ଆକ୍ରମଣ ବନ ବିଭାଗ ପାଇଁ ଚେତାବନୀ ସଦୃଶ ହୋଇଥିଲା। ଅଦ୍ୟାବଧି ଏହି ଘଟଣାରେ କେହି ଧରାପଡ଼ି ନ ଥିବାବେଳେ ବନ ବିଭାଗର ଆଧୁନିକୀକରଣକୁ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ କନ୍ଧରା ସଂରକ୍ଷିତ ଜଙ୍ଗଲରେ ସିସିଟିଭି ଲଗାଯିବା ସହ ବିଭିନ୍ନ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?