ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୧ ଲକ୍ଷ

ନୂଆଦିଲ୍ଲୀ, ୨୦।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସୋମବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨୭ ହଜାର ୪୯୭ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୪୨୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ୬୮୧ ଜର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୭ଲକ୍ଷ ୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩ଲକ୍ଷ ୯୦ ହଜାର ୪୫୯ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏବେ ପ୍ରତି ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ ରହୁଛି। ଏହି ଧାରା ଜାରି ରହିଲେ ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଛୁଇଁବାର ଆଶଙ୍କା ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଗର ମସ୍‌ଜିଦ ଉପରେ ନଜର: ଏକାଠି ହେବାକୁ ମେହବୁବାଙ୍କ ଆହ୍ବାନ

ଶ୍ରୀନଗର,୩୦ା୭(ପି.ଟି.)-ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଶ୍ରୀନଗରରେ ଥିବା ମସ୍‌ଜିଦ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ୫ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ନିଜ ଅଞ୍ଚଳରେ ଥିବା...

କ୍ୱାରାଣ୍ଟାଇନରେ ୮୮

ଭଦ୍ରକ ଅଫିସ,୨୩।୩-ଅନ୍ୟ ରାଜ୍ୟ ଓ ଦେଶରୁ ୧୧୧ଜଣ ଭଦ୍ରକ ଜିଲାକୁ ଆସିଥିବାବେଳେ ରାଜ୍ୟ ସରକାରଙ୍କ ଟୋଲଫ୍ରି ନମ୍ବର ମାଧ୍ୟମରେ ସେମାନେ ପଞ୍ଜୀକୃତ ହୋଇଥିବା ଜିଲା ପ୍ରଶାସନ...

ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଅଧୀନ କାର୍ଯ୍ୟ କରୁଥିବା ୨ ଜଣ କରୋନା ଯୋଦ୍ଧା ଗୁରୁବାର ସୁସ୍ଥ ହୋଇଛନ୍ତି। ଏମାନେ ହେଲେ ଛତ୍ରପୁର ଏସ୍‌ଡିପିଓ ଓ ଥାନା...

କରୋନା ସଂକ୍ରମଣ ଯୋଗୁ ୯୫ ଦେଶରେ ମିଳିମିଳା- ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ: ସଙ୍କଟରେ ୮କୋଟି ଶିଶୁ

ଓ୍ବାଶିଂଟନ,୨୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ୯୫ଟି ଦେଶରେ ମିଳିମିଳା ଓ ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ ହୋଇଛି।...

ସେନା ହେଲିକପ୍ଟରର ଜରୁରୀ ଅବତରଣ

ଜମ୍ମୁ,୨୪।୧୦: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମଣ୍ଡିରେ ଗୁରୁବାର ସେନାର ଆଡଭାନ୍ସ ଲାଇଟ୍‌ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ଏଥିରେ ଥିବା ଉତ୍ତର ସେନାର ଲେପ୍ଟନାଣ୍ଟ ଜେନରାଲ...

ଆଧାର ଭଳି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମିଳିବ ବ୍ୟକ୍ତିଗତ ପରିଚୟ ନମ୍ବର: ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ବ୍ଲୁପ୍ରିଣ୍ଟ୍‌ ଦାଖଲ

ନୂଆଦିଲ୍ଲୀ,୧୬।୫: ଦେଶର ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଧାର ଭଳି ବ୍ୟକ୍ତିଗତ ପରିଚୟ ନମ୍ବର ପ୍ରଦାନ ପାଇଁ ସରକାର ଯୋଜନା କରିଛନ୍ତି।...

ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୮।୧୨: ମଣିପୁର ପରେ ଦିଲ୍ଲୀରେ ଭୂକମ୍ପ ଝଟ୍‌କା ଲାଗିଛି। ଭୂକମ୍ପ ତୀବ୍ରତା ଏପର୍ଯ୍ୟନ୍ତ ଜଣାପଡି ନାହିଁ। କିନ୍ତୁ ମଧ୍ୟ ଧରଣରୁ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି।...

ଫଳାଫଳ ଆସିବା ପରେ ଆଜି ପ୍ରଥମଥର ବାୟନାଡ ଗସ୍ତରେ ଯିବେ ରାହୁଲ

ଥିରୁଭାନନ୍ତପୂରମ, ୭।୬: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ଶୁକ୍ରବାର ପ୍ରଥମଥର ପାଇଁ କେରଳର ବାୟନାଡ ଗସ୍ତରେ ଯିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।...

Play 250+ Trending Games
Archives

Model This Week

Why Dharitri