ଲୋହିତ ସାଗରର ପ୍ରମୁଖ ଦ୍ୱୀପ ଦଖଲକଲେ ହାଉତି ବିଦ୍ରୋହୀ

କାଏରୋ, ୧୫।୯: ଇରାନ ସମର୍ଥିତ ହାଉତି ବିଦ୍ରୋହୀମାଦେ ଦକ୍ଷିଣ ଲୋହିତ ସାଗରରେ ଅଧିକ ରଣନୈତିକ ଦ୍ୱୀପଗୁଡ଼ିକୁ କବଜା କରିଛନ୍ତି ବୋଲି ସରକାରୀ ଏବଂ ହାଉତି ଅଧିକାରୀମାନେ ସୋମବାର ପ୍ରକାଶ କରିଛନ୍ତି। ଏହାଦ୍ୱାରା ଏକ ପ୍ରମୁଖ ସାମୁଦ୍ରିକ ଜାହାଜ ଚଳାଚଳପଥ ଉପରେ ସେମାନଙ୍କର ନିୟନ୍ତ୍ରଣ ଆହୁରି ମଜଭୁତ ହୋଇଛି। ବାବ୍‌-ଏଲ୍‌-ମାଣ୍ଡେବ ପ୍ରଣାଳୀ ନିକଟରେ ବିଦ୍ରୋହୀମାନେ ଦ୍ରୁତ ବେଗରେ ଆଗେଇ ଚାଲିଥିବାବେଳେ, ବୃହତ ଏବଂ କ୍ଷୁଦ୍ର ହାନିସ ଦ୍ୱୀପକୁ ଦଖଲ କରିଛନ୍ତି ଯାହା ସାଉଦିର ତେଲ ପରିବହନ ପାଇଁ ଏକ ପ୍ରମୁଖ ଜଳପଥ ଏବଂ ହର୍ମୁଜ ପ୍ରଣାଳୀର ବିକଳ୍ପ ଭାବେ କାର୍ଯ୍ୟ କରିଥାଏ। ଗତ ଏକ ମାସରୁ ଅଧିକ ସମୟ ଧରି ହାଉତିମାନେ ଲୋହିତ ସାଗରରେ ସାଉଦିର ତେଲ ଇନଫ୍ରାଷ୍ଟ୍ରକଚର୍‌ ଏବଂ ଜାହାଜ ଚଳାଚଳ ଉପରେ ଆକ୍ରମଣ ଜାରି ରଖିଛନ୍ତି, ଯାହା ବିଶ୍ୱ ବଜାରରେ ତେଲ ଦର ଉପରେ ଚାପ ବୃଦ୍ଧି କରୁଛି ଏବଂ ଆମେରିକା ସହିତ ଚାଲିଥିବା ଯୁଦ୍ଧରେ ଇରାନର ଆଧିପତ୍ୟକୁ ବୃଦ୍ଧି କରୁଛି।
୧୬୦ କିଲୋମିଟର ଉତ୍ତରରେ ଥିବା ହାନିସ ଦ୍ୱୀପପୁଞ୍ଜରେ ଶହ ଶହ ସରକାରୀ ସମର୍ଥିତ ସେନା ପ୍ରତ୍ୟାହାର କରିନେବା ପରେ ବିଦ୍ରୋହୀମାନେ ସେଠାରେ ମୁତୟନ ହୋଇଛନ୍ତି ବୋଲି ୨ଜଣ ସରକାରୀ ଅଧିକାରୀ ଏବଂ ଜଣେ ହାଉତି ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ଏହି ଦ୍ୱୀପଗୁଡ଼ିକୁ ଦଖଲ କରିବା ପୂର୍ବରୁ ଗତ ସପ୍ତାହରେ ବିଦ୍ରୋହୀମାନେ ନିକଟସ୍ଥ ମୁଖ୍ୟ ଭୂମିରେ ଥିବା ମୋଖା ବନ୍ଦର ସହର ଏବଂ ବାବ୍‌-ଏଲ୍‌-ମାଣ୍ଡେବ ପ୍ରଣାଳୀ ଭିତରେ ଥିବା ମାୟୁନ ଦ୍ୱୀପକୁ ଦଖଲ କରିଥିଲେ। ହାଉତିମାନଙ୍କର ଏହି ଅଗ୍ରଗତି ସେମାନଙ୍କୁ ବାବ୍‌-ଏଲ-ମାଣ୍ଡେବ ପ୍ରଣାଳୀର ଅପର ପାର୍ଶ୍ୱରେ ଥିବା ଡିଜିବୁତିସ୍ଥିତ ଆମେରିକୀୟ ସାମରିକ ଘାଟିରୁ ମାତ୍ର ୩୨ କି.ମି ଦୂରରେ ପହଞ୍ଚାଇ ଦେଇଛି।
ଜାରି ରହିଥିବା ଭୀଷଣ ହିଂସା ଓ ସଂଘର୍ଷ କାରଣରୁ ଦେଶ ପୁଣିଥରେ ଏକ ପୂର୍ଣ୍ଣାଙ୍ଗ ଗୃହଯୁଦ୍ଧ ପରିସ୍ଥିତି ଆଡ଼କୁ ଠେଲି ହୋଇଯାଇଥିବାବେଳେ, ଗତ କିଛି ସପ୍ତାହ ମଧ୍ୟରେ ୮୦,୦୦୦ରୁ ଅଧିକ ଲୋକ ନିଜ ଘରଦ୍ୱାର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ହୌଟି ବିଦ୍ରୋହୀମାନଙ୍କ ଆକ୍ରମଣ ଓ ସୀମାପାର କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଶହ ଶହ ସାଧାରଣ ନାଗରିକ ମୃତାହତ ହୋଇଥିବାବେଳେ, ଖାଦ୍ୟ ଓ ଜଳ ସମସ୍ୟା ସହିତ ସମ୍ପୂର୍ଣ୍ଣ ଗ୍ରାମଗୁଡ଼ିକ ଖାଲି ହୋଇଯାଇଥିବା ଜାତିସଂଘ ଏବଂ ସ୍ବେଚ୍ଛାସେବୀ ସଂସ୍ଥାଗୁଡ଼ିକ ପ୍ରକାଶ କରିଛନ୍ତି। ଅପରପକ୍ଷେ ୟେମେନ ସରକାରୀ ସେନା ଏବଂ ସାଉଦି ସମର୍ଥିତ ମେଣ୍ଟ ପକ୍ଷରୁ ପୁନଃସଂଗଠିତ ହୋଇ ପ୍ରତିଆକ୍ରଣ ଜାରି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

ଟେମ୍‌ସ ନଦୀ କୂଳରେ ପ୍ରଥମ ଗଙ୍ଗା ଆରତିରେ ଅନେକ ହଜାର ସାମିଲ

ଲଣ୍ଡନ,୧୫ା୯: ଲଣ୍ଡନର ଟେମ୍‌ସ ନଦୀ କୂଳରେ ରବିବାର ପ୍ରଥମ ଥର ପାଇଁ ଅନୁଷ୍ଠିତ ଗଙ୍ଗା ଆରତିରେ ଅନେକ ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଚିନ୍ମୟ ମିଶନ୍‌ର ୭୫ତମ ବାର୍ଷିକୀ…

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?