ବୁଦ୍ଧି ନ ଦିଶଇ ଘରକୁ

ଆଜ୍ଞା, କଥାରେ ଅଛି ”କହିଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ !“ ଏ ଉକ୍ତିର ଅର୍ଥ ହେଲା ପର ବା ଅନ୍ୟମାନେ ଆପଣଙ୍କ କଥା ଶୁଣୁଥିବା, ବୁଝୁଥିବା ବେଳେ ଘରଲୋକମାନେ ତାହାକୁ ଠିକ୍‌ ଭାବରେ ଶୁଣନ୍ତି ନାହିଁ କି ବୁଝନ୍ତିନାହିଁ। ଅନ୍ୟମାନେ ଆପଣଙ୍କୁ ଆଦର୍ଶ, ମାର୍ଗଦର୍ଶକ ଭାବେ ଗ୍ରହଣ କରି ଆପଣଙ୍କ କଥାକୁ ଗୁରୁତ୍ୱ ଦେଇ ତାହାକୁ କାର୍ଯ୍ୟରେ ରୂପାନ୍ତରିତ କରିବା ସହ ଆପଣଙ୍କ ବ୍ୟକ୍ତିତ୍ୱ, ସାଧନା, ପ୍ରତିଭାକୁ ସୀକୃତି ଓ ସମ୍ମାନ ଦେଉଥିବା ବେଳେ, ଘରଲୋକ ଆପଣଙ୍କ କଥାକୁ ଗୁରୁତ୍ୱ ନ ଦେବା ଭାଗ୍ୟର ବିଡମ୍ବନା ନିଶ୍ଚୟ ! ଅନ୍ୟମାନଙ୍କ ପାଖରୁ ଆପଣ ସଫଳତା ସାଉଣ୍ଟୁଥିବା କିମ୍ବା ବିଜୟ ହାସଲ କରୁଥିବାବେଳେ ଘରେ ପରିବାରରେ ନିଜଲୋକମାନଙ୍କ ପାଖରେ ଆପଣଙ୍କୁ ବିଫଳତା ଓ ପରାଜୟବରଣ କରିବାକୁ ପଡୁଛି !
ସ୍ବଭାବରେ ସଂଯମୀ, ବିନୟୀ, ସମୟାନୁବର୍ତ୍ତୀ, ସତ୍ୟନିଷ୍ଠ, ନୀତିନିଷ୍ଠ, କର୍ତ୍ତବ୍ୟନିଷ୍ଠ ହେବା ଆମେ ଆମ ଗୋସବାପା,ଜେଜେବାପା,ବାପା ଓ ଅନ୍ୟାନ୍ୟ ଗୁରୁଜନଙ୍କ ପାଖରୁ ଶିଖିଆସିଛୁ। ବଂଶାନୁକ୍ରମିକ ନ୍ୟାୟରେ ଏସବୁ ଭଲ ଗୁଣ। ଉତ୍ତମ ସ୍ବଭାବ, ଶୃଙ୍ଖଳା, ସଦାଚାର, ସଂସ୍କାରର ଉତ୍ତରାଧିକାରୀ ଆମେ ହୋଇଆସୁଥିବା ବେଳେ ଆମର ପରବର୍ତ୍ତୀ ପିଢ଼ି ଏସବୁର କିଛି ଧାର ଧାରନ୍ତି ନାହିଁ। ପାଠ ପଢି ଉଚ୍ଚଶିକ୍ଷିତ ହେଉଛନ୍ତି ସତ ସ୍ବପ୍ନ, ସମ୍ଭାବନା, ସଂଯମତା, ସଚେତନତା, ଲକ୍ଷ୍ୟ, ଯୋଜନା, ସାଧନା, ସୃଜନଶୀଳତା ଏବଂ ସର୍ବୋପରି ପ୍ରତ୍ୟୁତ୍ପନ୍ନମତିତାକୁ ନେଇ ଭବିଷ୍ୟତ ଜୀବନ ଗଢ଼ିବା କ୍ଷେତ୍ରରେ ଏମାନେ ପ୍ରାୟ ଉଦାସୀନ,ବୀତସ୍ପୃହ ହେଉଛନ୍ତି। ଏକ ନିୟନ୍ତ୍ରିତ ଓ କ୍ରିୟାଶୀଳ ଜୀବନ ବିତେଇବାକୁ ଏମାନେ ଆଦୌ ଆଗ୍ରହୀ ନୁହନ୍ତି। ଅଧିକନ୍ତୁ ବେପରୁଆ ଜୀବନ ଜିଇବାକୁ ଏମାନେ ସତେଯେମିତି ଗୋଟାପଣେ ଆଗ୍ରହୀ।
ଏବେ ବଂଶାନୁକ୍ରମିକ ସମ୍ପର୍କ ବା ପିଢ଼ି ସମନନ୍ବୟ ରହୁନାହିଁ। ଆମ ପିଢ଼ି କିମ୍ବା ପୂର୍ବ ପିଢ଼ିର ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ପିଢ଼ିର ବ୍ୟକ୍ତିମାନେ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସଦାସର୍ବଦା ବ୍ୟସ୍ତ,ବିବ୍ରତ ଓ ଅଧୈର୍ଯ୍ୟ ହେବା ବର୍ତ୍ତମାନ ପିଢ଼ିର ବ୍ୟକ୍ତିଙ୍କର ଅଭ୍ୟାସ । ଜୀବନର ଲକ୍ଷ୍ୟ, ଉଦ୍ଦେଶ୍ୟକୁ ନେଇ ଏମାନେ ଆଦୌ ଚିନ୍ତିତ ନୁହନ୍ତି। ଦିଗଭ୍ରଷ୍ଟ, ଲକ୍ଷ୍ୟଭ୍ରଷ୍ଟ ହୋଇ ଏମାନେ ଭୁଲ୍‌ ରାସ୍ତାରେ ଚାଲିଛନ୍ତି।
ପରକୁ ବା ଅନ୍ୟକୁ କିଛି କହିବା ପୂର୍ବରୁ ନିଜେ ଭାବିବା ଉଚିତ ଯେ, ଯାହା ଅନ୍ୟକୁ କହିବାର କଥା, ତାହା ଅନ୍ୟଦ୍ୱାରା କେତେଦୂର ଗ୍ରହଣଯୋଗ୍ୟ ହେବ ? କାରଣ ‘ପର’ ବା ‘ଅନ୍ୟ’ ଆତ୍ମୀୟ ନୁହନ୍ତି,ସମ୍ପୂର୍ଣ୍ଣ ଅନାତ୍ମୀୟ। ଆତ୍ମୀୟଙ୍କୁ ଯେଉଁ କଥା କହିବା ଦରକାର, ତାକୁ ଅନାତ୍ମୀୟଙ୍କୁ କହିବା ଦରକାର ନାହିଁ। ସେହିପରି ଅନାତ୍ମୀୟଙ୍କୁ ଯେଉଁ କଥା କହିବାକୁ ଅଛି ତାକୁ ଆତ୍ମୀୟଙ୍କୁ କହିବା ଅନୁଚିତ। ତେବେ ଅନ୍ୟମାନେ ସମସ୍ତେ ଯେ ଆମ କଥାକୁ ଆଗ୍ରହର ସହ ଶୁଣିବେ କିମ୍ବା ଆମ କଥାକୁ ଭୁଲ୍‌ ଅର୍ଥରେ ବୁଝିବେନାହିଁ, ଏମିତି କିଛି ମାନେ ନାହିଁ। କେହିକେହି ଆମ କଥାକୁ ଓଲଟା ବୁଝି ହୁଏତ ଆମ ବିରୋଧରେ ଶବ୍ଦାସ୍ତ୍ର ପ୍ରୟୋଗ କରିପାରନ୍ତି ,‘ହୁଁ, ଦେଖ ହୋ, କହିଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ !’
ଅନେକ କ୍ଷେତ୍ରରେ ଦେଖାଯାଏ, ସମାଜରେ ଆମେ ସମ୍ମାନଜନକ ପଦପଦବୀରେ ଥାଇ, ହାତରେ ପ୍ରଶାସନିକ, ଆର୍ଥିକ, ନ୍ୟାୟିକ କ୍ଷମତା ଥାଇ ମଧ୍ୟ ନିଜଘରକୁ ଠିକ୍‌ ଭାବରେ ପରିଚାଳନା ଏବଂ ଘରର ସଦସ୍ୟମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସୁନ୍ଦର ସମନ୍ବୟ ରକ୍ଷାକରିବା କ୍ଷେତ୍ରରେ ଆମେ ବିଫଳ ହେଉଛୁ। ଜଣେ ବିଚାରକ, ପ୍ରଶାସକ ଭାବରେ ନାନା ସମସ୍ୟା ଓ ମାମଲାର ସମାଧାନ କରି ଅନ୍ୟମାନଙ୍କୁ ନ୍ୟାୟ ପ୍ରଦାନ କରୁଥିବା ବେଳେ, ଆମ ନିଜ ଘରେ ଆତ୍ମୀୟସ୍ବଜନ ପ୍ରିୟ ପରିଜନଙ୍କ ପାଖରେ ଆମର ବିଚାର, ନିଷ୍ପତ୍ତି, ଆଦେଶ, ଉପଦେଶ,ପରାମର୍ଶ କାମ କରେନାହିଁ। ଭାବିଦେଖିଲେ, ଆମେ ଆମ ଘରେ କେତେ ଅସହାୟ ସତରେ!
ଅବଶ୍ୟ ଏକଥା ମଧ୍ୟ ସତ୍ୟ ଯେ, ଆମ ଭିତରୁ ଅନେକେ ଦୋମୁହଁା ନୀତିର ଧାରକ, ଛଦ୍ମବେଶୀ, ପ୍ରତାରକ ! ବାହାରେ ସଂସ୍କାରକ, ସମାଜସେବୀ, ବୁଦ୍ଧିଜୀବୀ, ସମ୍ଭ୍ରାନ୍ତ, ସଜ୍ଜନ, ମହାରାଜ, ମାନ୍ୟବର ବୋଲାଉଥିବା ବେଳେ ଘରେ ପ୍ରତୀୟମାନ ହୁଅନ୍ତି ଅସଲ ସ୍ବରୂପରେ ! ସଭାମଞ୍ଚରେ ଆଦର୍ଶ ଘରର ବ୍ୟାଖ୍ୟା କରିବାକୁ ଯାଇ ‘ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର’ର ବକ୍ତବ୍ୟ ରଖୁଥିବା ବ୍ୟକ୍ତିଙ୍କ ଘରେ ଘଟୁଛି ଅଭାବନୀୟ ଓ ଅପ୍ରୀତିକର ପରିସ୍ଥିତ। ସ୍ନେହ, ଶ୍ରଦ୍ଧା, ସମ୍ମାନ, ପ୍ରେମ, ମମତା ପରିବର୍ତ୍ତେ ଘରେ ପରସ୍ପର ପ୍ରତି ଘୃଣା, ହିଂସା, ଈର୍ଷା, ସନ୍ଦେହ, ବିଦ୍ବେଷ, ଅସହିଷ୍ଣୁତା ବୃଦ୍ଧିପାଉଛି। ବାହାରେ କହୁଛନ୍ତି, ସୁଖମୟ ଦାମ୍ପତ୍ୟର ସଫଳ ସୂତ୍ର। ଘରେ କିନ୍ତୁ ଦାମ୍ପତ୍ୟରେ ମୁଣ୍ଡ ଟେକୁଛି ସନ୍ଦେହ, ବିବାଦ ଏବଂ ସୃଷ୍ଟି ହେଉଛି ଝଡ଼, ବିସମ୍ବାଦ ! ବାହାରେ ଅନୁଗତ,ସମର୍ଥକ,ପ୍ରଶଂସକମାନଙ୍କ ଗହଣରେ ଚାଲୁଥିବା ବ୍ୟକ୍ତି ନିଜ ଘରେ କିନ୍ତୁ ଅଖୋଜା, ଅଲୋଡ଼ା କୋଣଠେସା ।
ବିଡମ୍ବନା ଓ ହାସ୍ୟାସ୍ପଦର ବିଷୟ ଏହିକି ଯେ, ବାହାର ଦୁନିଆରେ ଆମେ ଯେତେମାତ୍ରାରେ ଚର୍ଚ୍ଚିତ, ବା ଆଦୃତ ହେଉଛୁ, ନିଜ ଘରେ ଘରଲୋକ ଓ ଆତ୍ମୀୟସ୍ବଜନଙ୍କ ପାଖରେ ସେତେମାତ୍ରାରେ ଚର୍ଚ୍ଚିତ, ଆଦୃତ ହୋଇପାରୁନାହୁଁ। କେଉଁଠି ନା କୋଉଁଠି ପାରସ୍ପରିକ ସମ୍ପର୍କ, ବୁଝାମଣା, ସ୍ନେହ, ଆଦର, ଭଲପାଇବା ଓ ଭାବ ବିନିମୟ କ୍ଷେତ୍ରରେ ଅଭାବ ରହିଯାଉଛି ପାରିବାରିକ ଜୀବନରେ।
ତେବେ ଏକଥା ସତ୍ୟ ଯେ,‘ପର’ ବା ଅନ୍ୟମାନେ କଦାପି ଘରଲୋକ ହୋଇପାରିବେ ନାହିଁ ଏବଂ ଘରଲୋକଙ୍କୁ କେବେ ପର ଭାବି ହେବନାହିଁ। ଅତଏବ ପରକୁ କହିବା ମନା ନାହିଁ କିନ୍ତୁ ଘରକୁ ବି ଦେଖିବାକୁ ଅଛି, ସଜାଡ଼ିବାର ଅଛି। ଆଗ ଘର, ତା ପଛକୁ ପର। ନିଜ ଘରକୁ ନ ସଜାଡି, ନ ସମ୍ଭାଳି, ପରକୁ କହିବାର ଅର୍ଥ; ”କହିଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ“ ନୁହେଁ କି ?

ମର୍କତନଗର, ସେକ୍ଟର୍‌ :୬,କଟକ
ମୋ:୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?