ଉନ୍ମୋଚିତ ହେଲା ଉପନ୍ୟାସ ‘ଚଗଲା ଆଉ ଚଗଲି’

ଭୁବନେଶ୍ୱର,୨୦।୨: ଭାରତୀୟ ବିଦ୍ୟା ନିକେତନ ପରିସରରେ ସୁକିନ୍ଦା ସାହିତ୍ୟ ସମାଜ ଯାଜପୁର ପକ୍ଷରୁ ଡ. କିଶୋର ଚନ୍ଦ୍ର ଦାସଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ଚଗଲା ଆଉ ଚଗଲି’ ଉନ୍ମୋଚନ ହୋଇଯାଇଛି। ଆୟୋଜିତ ଲୋକାର୍ପଣ ଉତ୍ସବରେ ଅତିଥି ଭାବେ କଥାକାର ଜ୍ଞାନରଞ୍ଜନ ନାୟକ, ସାମାଜିକକର୍ମୀ ଅକ୍ଷୟ କୁମାର ଭୂୟାଁ, ସାହିତି୍ୟକ ହିମାଂଶୁ ଶେଖର ଦ୍ୱିବେଦୀ, ବ୍ୟଙ୍ଗକାର ଓମ୍‌ ଅଭିଜ୍ଞାନ ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ‘ଚଗଲା ଆଉ ଚଗଲି’ ଉପରେ ମାନମୟୀ ରଥଙ୍କ ଦ୍ୱାରା ଲିଖିତ ସମୀକ୍ଷାଟିକୁ ହିମାଂଶୁ ଶେଖର ଦ୍ବିବେଦୀଙ୍କ ଦ୍ୱାରା ପାଠ କରାଯାଇଥିଲା । ‘ଚଗଲା ଆଉ ଚଗଲି’ଙ୍କ ବାସ୍ତବ କାହାଣୀ ଓ ସାହିତ୍ୟ ଯାତ୍ରା ଉପସ୍ଥିତ ଶ୍ରୋତାଙ୍କ ମନ ଛୁଇଁଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ସୁରେନ୍ଦ୍ର କୁମାର ଦାଶଙ୍କ ସଭାପତିତ୍ୱରେ ଡ. ଦୟାନିଧି ଦାଶ ଓ ସଙ୍ଘମିତ୍ରା ଭୂତିଆ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପାର୍ଥ ସ୍ବାଇଁ, ଆଲୋକ ଷଡ଼ଙ୍ଗୀଙ୍କ ସମେତ ୧୦ଜଣ ସମୀକ୍ଷକ ଉପନ୍ୟାସ ବିଷୟରେ ମତାମତ ଦେଇଥିଲେ । ଶ୍ରାବଣୀ ଅଳ୍ପନା, ସ୍ମରଣିକା ମାଣିଆ, ଐଶ୍ୱର୍ଯ୍ୟା ରାଉତ, ସାହିତି୍ୟକା ମୌସୁମୀ ଦାଶ, ଜ୍ଞାନରଞ୍ଜନ ନାୟକ, ସଂଘମିତ୍ରା ଭୁତିଆ ମତାମତ ପାଠ କରିଥିଲେ। ମନୋରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଜୟ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଚକ୍ଷୁ ଚିକିତ୍ସା ଶିବିର: ଦୁଇଟି ଶିବିରରେ ୩୦୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବ୍ଲକ ସ୍ତରୀୟ ଚକ୍ଷୁ ଚିକିତ୍ସା ଶିବିର ବୁଧବାର ଓଡିଶା ଆଦର୍ଶ ବିଦ୍ୟାଳୟ ଓ ରାପଡାବାଡି ନୋଡାଲ ଉଚ୍ଚ ପ୍ରାଥମିକ...

ରାଙ୍ଗାପାରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ତୁମୁଡିବନ୍ଧ, ୨୨।୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ବେଲଘର ପଞ୍ଚାୟତ ରାଙ୍ଗପାରୁ ସ୍ଥିତ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗର...

୨୭ ତମ ବାର୍ଷିକ ଉତ୍ସବ, ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ: ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ

ବାଲିଗୁଡା, ୨୨।୧ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ୨୭ ତମ...

ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ: ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ

ଲାଞ୍ଜିଗଡ,୨୨।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରାୟ ଦୁଇମାସ ହେବ ଚାଉଳ ଯୋଗାଣ ବନ୍ଦ ଥିବା...

ରାସ୍ତାକଡ଼ ମାଛ ଦୋକାନ ହଟାଇଲେ ଏନ୍‌ଏସି କର୍ତ୍ତୃପକ୍ଷ

ବାଲିଗୁଡ଼ା,୨୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି।...

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୨୨।୧: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୋଗ ଅନୁଯାୟୀ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ...

ନୂଆବର୍ଷ ସରିବାକୁ ବସିଲାଣି, ହେଲେ ଦାରିଙ୍ଗବାଡ଼ିରେ କମୁନି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): ନୂଆବର୍ଷ ଏବେ ସରିବାକୁ ବସିଲାଣି କିନ୍ତୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ମଜା ନେବା ପାଇଁ ଜିଲା ତଥା ଜିଲା ବାହାରୁ...

ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ

ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri