Posted inଖେଳ

ଅଲିମ୍ପିକ୍ସ ଖେଳିବା ପାଇଁ ସର୍ତ୍ତ ରଖିଲେ ନମ୍ବର ଓ୍ବାନ୍‌ ଟେନିସ ଖେଳାଳି

ବେଲଗ୍ରେଡ, ୨୭।୫: ଟୋକିଓ ଅଲିମ୍ପିକ୍ସରେ ଖେଳିବା ଲାଗି ସର୍ତ୍ତ ରଖିଛନ୍ତି ବିଶ୍ୱର ନମ୍ବର ଓ୍ବାନ୍‌ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌। ଫ୍ୟାନ୍ସଙ୍କୁ ଷ୍ଟାଡିୟମରେ ଏଣ୍ଟ୍ରି ମିଳିଲେ ହିଁ ଅଲିମ୍ପିକ୍ସରେ ଭାଗନେବେ ବୋଲି ଜଣାଇ ଦେଇଛନ୍ତି। ଟୋକିଓ ଅଲିମ୍ପିକ୍ସ ଖାଲି ଷ୍ଟାଡିୟମରେ ଆୟୋଜିତ ହେବାର ସମ୍ଭାବନା ସୃଷ୍ଟି ହେବା ପରେ ଏଭଳି ପତିକ୍ରିୟା ରଖିଛନ୍ତି ସର୍ବିଆନ ଖେଳାଳି।

”ଫ୍ୟାନ୍ସଙ୍କୁ ଅନୁମତି ମିଳିଲେ ହିଁ ମୁଁ ଅଲିକ୍ସିକ୍ସରେ ଖେଳିବି। ନହେଲେ ଭାଗନେବା ସମ୍ପର୍କରେ ଦୁଇ ଥର ଚିନ୍ତା କରିବି “ ବୋଲି ଜୋକୋଭିଚ୍‌ ଗୁରୁବାର ଖବରଦାତା ସମ୍ମିଳନୀରେ କହିଛନ୍ତି।

ତେବେ ଅଲିମ୍ପିକ୍ସରେ ଖେଳିବା ନେଇ ଅନିଶ୍ଚିତତାରେ ଥିବା ପ୍ରକାଶ କରିବାରେ ଜୋକୋଭିଚ୍‌ ପ୍ରଥମ ଟେନିସ ଷ୍ଟାର ନୁହନ୍ତି। ତାଙ୍କ ପୂର୍ବରୁ ରାଫାଲ ନାଡାଲ ଓ ସେରେନା ଓ୍ବିଲିୟମ୍ସ ମଧ୍ୟ କ୍ରୀଡ଼ା ମହାକୁମ୍ବରେ ଭାଗନେବା ନେଇ ଦ୍ୱନ୍ଦ୍ୱରେ ରହିଥିବା ପ୍ରକାଶ କରିଥିଲେ। ଏପରି କି ଜାପାନିଜ ଷ୍ଟାର ନାଓମି ଓସାକା ଓ କେଇ ନିଶିକୋରୀ ଅଲିମ୍ପିକ୍ସ ଆୟୋଜନ ସମ୍ପର୍କରେ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜର୍ସିରେ ମଦ ଲୋଗୋ ରଖିବାକୁ ମନା କଲେ ଏହି ଖେଳାଳି: ଫ୍ରାଞ୍ଚାଇଜ୍‌‌ ନେଲା ଏମିତି ନିଷ୍ପତ୍ତି

ଚେନ୍ନାଇ,୫।୪: ମୁସଲମାନ କ୍ରିକେଟରମାନେ ସେମାନଙ୍କର ଧାର୍ମିକ ଭାବନାକୁ ସର୍ବଦା ସମ୍ମାନ କରନ୍ତି। ଏହି ତାଲିକାରେ ମୋଇନ ଅଲିଙ୍କ ନାମ ବୋଧହୁଏ ପ୍ରଥମେ ନିଆଯିବ। ଏବେ ଆଇପିଏଲରେ...

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଓସ୍‌ଲୋ,୫ା୫: ସର୍ବପ୍ରଥମ ମ୍ୟାଗ୍ନସ କାର୍ଲସେନ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଏପ୍ରିଲ ୧୮ରୁ ମେ ୩ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶକ୍ତିଶାଳୀ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ନରୱେ...

ଧୋନୀଙ୍କ ନୂଆ ପଦକ୍ଷେପ

ବେଙ୍ଗାଲୁରୁ,୧୭।୫: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ ପାଇଁ ଏକ ଗ୍ଲୋବାଲ ସ୍କୁଲ ଆରମ୍ଭ କରିଚନ୍ତି କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ। ଏହି ବିଶ୍ୱସ୍ତରୀୟ ବିଦ୍ୟାଳୟର...

ଅଧିନାୟକ କୋହଲିଙ୍କ ଅପେକ୍ଷାରେ କୃତିତ୍ୱ

ନୂଆଦିଲ୍ଲୀ,୯।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯିବ। ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ବିରାଟ କୋହଲିଙ୍କ...

ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ଘରକୁ ଫେରିଲେ ଗାଙ୍ଗୁଲୀ

କୋଲକାତା, ୩୧।୧: ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ବିସିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ରବିବାର ଆପୋଲ ହସ୍ପିଟାଲରୁ ଛୁଟି ମିଳିଛି। ଏବେ ସେ ଘରକୁ...

ରବିବାର ଭାରତ-ଦକ୍ଷିଣ ଆଫ୍ରିକା ହାଇଭୋଲ୍‌ଟେଜ ମୁକାବିଲା

ନୂଆଦିଲ୍ଲୀ,୨୯ା୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ହେବ ହାଇଭୋଲ୍‌ଟେଜ ମୁକାବିଲା। ଦୁଇ ଦଳ ମଧ୍ୟରେ ମ୍ୟାଚ ବେଶ୍‌ ରୋମାଞ୍ଚକର ହେବ ବୋଲି ଆଶା...

ବିଶ୍ୱ ଚାମ୍ପିୟନଶିପ୍‌: ପ୍ରଥମ ଭାରତୀୟ ଆଥଲେଟ୍‌ ଭାବେ ଫାଇନାଲ ଖେଳିବେ ଶ୍ରୀଶଙ୍କର

ନୂଆଦିଲ୍ଲୀ,୧୬।୭: ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଛନ୍ତି ଆଥଲେଟ୍‌ ମୁରଲୀ ଶ୍ରୀଶଙ୍କର। ଆଥଲେଟିକ୍ସ ବିଶ୍ୱ ଚାମ୍ପିୟନଶିପ ଲଙ୍ଗ ଜମ୍ପ ଫାଇନାଲରେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି।...

ଲେକ୍‌ରେକ୍‌ଙ୍କୁ ପୋଲ୍‌ ପୋଜିଶନ

ବାକୁ, ୬ା୬ (ଏପି)-ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍‌ରେ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଫଳରେ...

Advertisement
Archives

Model This Week