କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଏନ୍‌ସିଆଇଏସ୍‌ଏମ୍‌କୁ ନୋଟିସ

ଖୋର୍ଦ୍ଧା ଅଫିସ,୩୦ା୫: ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଯୋଗ୍ୟତାରେ ଡାକ୍ତରୀ ପାଠ ପଢୁଥିବା ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ବିଭିନ୍ନ ପର୍ଯ୍ୟାୟରେ ଆୟୁଷ ବିଭାଗ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଉପରେ ତଦନ୍ତ ଜାରି ରହିଛି। ଅନ୍ୟପଟେ ଏ ସଂକ୍ରାନ୍ତୀୟ ଅଭିଯୋଗକୁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରିଛି। ନ୍ୟାଶନାଲ କମିଶନ ଫର ଇଣ୍ଡିଆନ ସିଷ୍ଟମ ଅଫ ମେଡିସିନ(ଏନ୍‌ସିଆଇଏସ୍‌ଏମ୍‌)କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି।
ଉକ୍ତ କଲେଜରେ ବିନା ଯୋଗ୍ୟତାରେ ଛାତ୍ରୀଛାତ୍ରଙ୍କୁ ନାମଲେଖା ସୁଯୋଗ ଦିଆଯାଇଥିବା ନେଇ ରାଜ୍ୟ ଆୟୁଷ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଥିଲା। ରାଜ୍ୟ ଆୟୁଷ ବିଭାଗ ଅଭିଯୋଗକୁ ଗୁରୁତ୍ୱର ସହ ନେବା ସହିତ ସମ୍ପୃକ୍ତ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। କଲେଜ କର୍ତ୍ତୃପକ୍ଷ କୌଣସି ଉତ୍ତର ରଖି ନ ଥିଲେ। ଗତ ୧୬ ତାରିଖରେ ବିଭାଗ ପକ୍ଷରୁ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ମହାପାତ୍ର କଲେଜରେ ପହଞ୍ଚି ସପ୍ତାହ ବ୍ୟାପୀ ଯାଞ୍ଚ କରିଥିଲେ। ୨୦୧୬-୧୭/ ୨୦୧୭-୧୮ ଏବଂ ୨୦୨୦-୨୧ ବ୍ୟାଚ୍‌ର ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ରେଜିଷ୍ଟର ଯାଞ୍ଚ କରିବା ସହ ବହୁ ଗୁରୁତ୍ୱର୍ପୂ୍‌ଣ୍ଣ ଡକ୍ୟୁମେଣ୍ଟ ନେଇଛନ୍ତି। ନାମଲେଖାରେ ବ୍ୟାପକ ଅନିୟମିତତା କରାଯାଇ ବାହାର କଲେଜ ଛାତ୍ରୀଛାତ୍ରଙ୍କୁ ବିନା ଯୋଗ୍ୟତାରେ ନାମଲେଖା ସୁଯୋଗ ଦିଆଯାଇଥିବା ଡକ୍ୟୁମେଣ୍ଟ ଆୟୁଷ ବିଭାଗ ହାତରେ ଲାଗିଛି। ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟ କଲେଜକୁ ଉକ୍ତ ଘଟଣାରେ ସ୍ପଷ୍ଟୀକରଣ ସହ ପିଲାଙ୍କ ପରୀକ୍ଷାକୁ ସ୍ଥଗିତ ରଖିଥିବା ଜଣାପଡିଛି। ତେବେ ବିନା ଯୋଗ୍ୟତାରେ ପିଲାମାନେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ କିପରି ଡାକ୍ତରୀ ପାଠ ପଢୁଛନ୍ତି, ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏଭଳି ଅନିୟମିତତା ପାଇଁ କଲେଜ ଅଧ୍ୟକ୍ଷ ଓ କର୍ମଚାରୀଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ପିଲାଙ୍କ ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଉକ୍ତ କଲେଜରେ ବିନା ଏନ୍‌ଇଇଟିରେ ଛାତ୍ରୀଛାତ୍ର ପାଠ ପଢୁଥିବା ନେଇ ଏକ ଅଭିଯୋଗ ଉପରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନ୍ୟାଶନାଲ କମିଶନ ଫର ଇଣ୍ଡିଆନ ସିଷ୍ଟମ୍‌ ଅଫ୍‌ ମେଡିସିନ(ଏନ୍‌ସିଆଇଏସ୍‌ଏମ୍‌)କୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କିତ ରିପୋର୍ଟ ମନ୍ତ୍ରଣାଳୟ ନିକଟରେ ଦାଖଲ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନ୍‌ସିଆଇଏସଏମ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ନୀରବ ବସିଯାଇଥିଲେ। ଏଭଳି ଏକ ସମ୍ବେଦନ ପ୍ରସଙ୍ଗ ଏନ୍‌ସିଆଇଏସ୍‌ଏମ୍‌ର ତଦନ୍ତରେ ମନ୍ଥରତା ଏବଂ ଦାୟିତ୍ୱହୀନତା ବିରୋଧରେ ଆୟୁଷ ମନ୍ତ୍ରଣାଳୟ ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଗତ ୧୭ ତାରିଖରେ ଏହି ଅଭିଯୋଗ ପାଇବା ପରେ ମନ୍ତ୍ରଣାଳୟ ଚିଠି ନଂ.୬୩୯୮୬/୨୦୨୩/୨୪.୫.୨୩ ପ୍ରକାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଏ ସମ୍ପର୍କରେ ମନ୍ତ୍ରଣାଳୟକୁ ଅବଗତ କରାଇବା ପାଇଁ ନୋଟିସ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri