ଅଭ୍ୟାସଗତ ଅପରାଧୀ ଭାବେ ଚାଷୀନେତାଙ୍କୁ ନୋଟିସ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀଙ୍କ ହକ୍‌ ପାଇଁ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ତଥା ଚାଷୀନେତା ରମେଶ ମହାପାତ୍ରଙ୍କୁ ବରଗଡ଼ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ଏହି ନୋଟିସ୍‌ରେ ଆସନ୍ତା ଅକ୍ଟୋବର ୧ତାରିଖରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ହାଜର ହେବାକୁ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଏକବର୍ଷ ପାଇଁ ସ୍ଥାନୀୟ ଅଞ୍ଚଳରେ ଭଲ ବ୍ୟବହାର ପାଇଁ କାହିଁକି ୨ସ୍ଥାନୀୟ ଜାମିନଦାର (ଜଣେ ସରକାରୀ କର୍ମଚାରୀ)ଙ୍କ ସହିତ ଚୁକ୍ତିନାମା(ବଣ୍ଡ୍‌) ଦାଖଲ କରା ନ ଯିବ, ସେ ନେଇ କାରଣ ଦର୍ଶାଇବାକୁ ନୋଟିସ୍‌ରେ ଦର୍ଶାଯାଇଛି।

ବରଗଡ଼ ଟାଉନ ଥାନାରେ ଦଫା ୧୨୯ ବିଏନଏସଏସ୍‌ରେ ରୁଜୁ ହୋଇଥିବା ସିଆରଲ. ମିସ୍‌ କେଶ୍‌ ନଂ-୪୮୪/୨୦୨୪) ଅନୁଯାୟୀ ଚାଷୀନେତା ମହାପାତ୍ରଙ୍କୁ ଏଭଳି ଆଦେଶ ଦିଆଯାଇଥିବା ନୋଟିସ୍‌ରେ ଉଲ୍ଲେଖ ରହିଛି। ତେବେ ଚାଷୀନେତା ମହାପାତ୍ରଙ୍କ ବିରୋଧରେ ପୋଲିସ ଏଫଆଇଆର୍‌ ଆଧାରରେ ଯାହାସବୁ ଦର୍ଶାଯାଇଛି ତାହା ଅନେକ ଲୋକଙ୍କୁ ଚକିତ କରିଥିବାବେଳେ ତାକୁ ନେଇ ଏବେ ଜିଲାବ୍ୟାପୀ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କୁ ଜଣେ ପେଶାଗତ ଅପରାଧୀ ଏବଂ ଅସାମାଜିକ ବୋଲି କୁହାଯାଇଛି। ଜିଲାରେ ପ୍ରଥମଥର ପାଇଁ ଜଣେ ସକ୍ରିୟ ଚାଷୀନେତାଙ୍କୁ ପୋଲିସ ପେଶାଗତ ଅପରାଧୀ, ଅସାମାଜିକ ଏବଂ ଚାନ୍ଦା ଆଦାୟକାରୀ ଦର୍ଶାଇଥିବା ଯୋଗୁ ଚାଷୀ ସଙ୍ଗଗନଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

କେବଳ ସେତିକି ନୁହେଁ, ମହାପାତ୍ର ନିଜକୁ ଜଣେ ଚାଷୀନେତା ବୋଲି ପରିଚୟ ଦେବା ସହିତ ଚାଷୀଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ଏବଂ ଲୋକଙ୍କୁ ବିଦ୍ୟୁତ୍‌ ବିଲ୍‌ ନ ଦେବାକୁ ପ୍ରବର୍ତ୍ତାଇବା ସହିତ ବିଦ୍ୟୁତ୍‌ ବିତରଣ କମ୍ପାନୀ ଏବଂ ସରକାରଙ୍କ ବ୍ୟାପକ କ୍ଷତି କରୁଥିବା ନୋଟିସରେ ଦର୍ଶାଯାଇଛି। ଚାଷୀନେତା ମହାପାତ୍ରଙ୍କ ଚରିତ୍ର ପ୍ରତି ପୋଲିସ ଏବଂ ପ୍ରଶାସନର ଏଭଳି ଆଚରଣ, ଆଭିମୁଖ୍ୟକୁ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ, ପଦ୍ମପୁରର ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ସମେତ ବିଭିନ୍ନ ଚାଷୀ ସଙ୍ଗଠନ ଦୃଢ଼ ନିନ୍ଦା କରିଛନ୍ତି। ଅନ୍ୟପଟେ ଏ ନେଇ ଟାଉନ ଥାନା ଅଧିକାରୀ ସତ୍ୟଜିତ୍‌ କଣ୍ଡାନକେଲଙ୍କୁ ପଚାରିବାରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନୋଟିସ୍‌ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ଚାଷୀନେତା ମହାପାତ୍ର କହିଛନ୍ତି, ପୋଲିସ କର୍ମଚାରୀ ତାଙ୍କୁ ଅପରାହ୍ନ ପ୍ରାୟ୧ଟାରେ ଗୋଟିଏ ନୋଟିସ୍‌ ଦେଇଥିଲେ। ସେଥିରେ ଆସନ୍ତା ଅକ୍ଟୋବର ୧ତାରିଖରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସନ୍ଧ୍ୟାରେ ପୁଣି ସେଭଳି ଏକ ନୋଟିସ୍‌ ତାଙ୍କୁ ପୋଲିସ କର୍ମଚାରୀ ଦେଇଛନ୍ତି, ଯେଉଁଥିରେ ଆସନ୍ତା ୩୦ତାରିଖ ଅର୍ଥାତ୍‌ ସୋମବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଫଳରେ ସେ ୩୦ କିମ୍ବା ୧ତାରିଖରେ ହାଜର ହୋଇ ନିଜର ପକ୍ଷ ନିଶ୍ଚୟ ରଖିବେ ବୋଲି ମହାପାତ୍ର କହିଛନ୍ତି। ସେହିପରି ଚାଷୀ, ଭୂମିହୀନ, ନିଷ୍ପେସିତ ଲୋକଙ୍କ ହକ୍‌ ପାଇଁ ଯଦି ଲଢ଼େଇ କରିବା ଅପରାଧ, ତେବେ ଲୋକଙ୍କ ମୌଳିକ ଅଧିକାର ଆଉ କେଉଁଠି ରହିଲା ବୋଲି ମହାପାତ୍ର ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

କାର୍ତ୍ତିକ ପୂର୍ବରୁ ପରିବା ଦରରେ ନିଆଁ

ବ୍ରହ୍ମପୁର,,୧୬।୧୦(ସ୍ମୃତି ରଞ୍ଜନ ମହାଲିକ):କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ମହଙ୍ଗା ହୋଇଛି। ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିଛି ଦିନ...

ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ, ପରେ…

ପାଟଣା,,୧୬।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରି ସେକ୍ସନରେ ହାତୀ ଉପଦ୍ରବ ଥମିବାରେ ନା ଥରୁନି। ସୋମବାର ତିଣ୍ଡାବିଟ୍‌ ନିହ୍ନୁଆ ଖେସେରା...

ଲୁଣାପାଣି, କୁମ୍ଭୀର ଆତଙ୍କ ନିଦ ହଜାଇଛି

ଚାନ୍ଦବାଲି,,୧୬।୧୦(ଅଶୋକ କୁମାର ପଣ୍ଡା):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଶ୍ଚିମରେ ସାଳନ୍ଦୀ, ଦକ୍ଷିଣରେ ବୈତରଣୀ, ପୂର୍ବରେ ମନ୍ତେଇ ନଦୀ ସହ କେତେକ କେନାଲ ଓ ଯୋର ଘେରି...

ହେଉଥିଲା ଭସାଣୀ: ହଠାତ୍‌ ପଡ଼ିଲା ପଥର, ପରେ…

ବାଲେଶ୍ୱର,,୧୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିକଟରେ ସୋମବାର ରାତିରେ ଭସାଣି ଶୋଭାଯାତ୍ରା ବେଳେ ଉତ୍ତେଜନା ଦେଖାଦେଇଥିଲା। ଶୋଭାଯାତ୍ରା ସମୟରେ ଏକ...

୧୭ରୁ ଚକା ଜାମ୍‌ ଆନ୍ଦୋଳନ

ସୋର,୧୬।୧୦(ଜନ୍ମେଜୟ ମିଶ୍ର)ଛ ୧୬ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ସୋର ସହରର ପ୍ରବେଶ ଦ୍ୱାର ଉତ୍ତରେଶ୍ୱର ଓ ୟୁଏନ କଲେଜ ଛକରେ...

କାର୍ତ୍ତିକ ବ୍ରତକୁ ନେଇ ଦ୍ୱନ୍ଦ୍ୱ:ପଞ୍ଜିକାରେ ଭିନ୍ନ ତାରିଖ, ଗ୍ରହଣ କଲେନି ଜ୍ୟୋତିର୍ବିଦ୍‌

ପୁରୀ,୧୬ା୧୦(ଅଜିତ୍‌ କୁମାର ମହାନ୍ତି):ପହିଲି କାର୍ତ୍ତିକ ବ୍ରତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବୀକୃତି ପାଇଥିବା ପଞ୍ଜିକାରେ ଦ୍ବନ୍ଦ୍ୱ ଦେଖାଦେଇଥିବା ଜଣାପଡ଼ିଛି। କୁମାର ପୂର୍ଣ୍ଣିମା ଦିନ ନା...

ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମ୍‌ଫେଡ ଘିଅ

ପୁରୀ, ୧୬ା୧୦(ଅଜିତ କୁମାର ମହାନ୍ତି):ଶ୍ରୀମନ୍ଦିର ମଧ୍ୟରେ କେବଳ ଓମ୍‌ଫେଡ ଘିଅ ବ୍ୟବହାର ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ତେବେ ଏଥିରେ ସହଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri