୨୩ ପ୍ରତିପକ୍ଷଙ୍କୁ ନୋଟିସ

କଟକ/ପୁରୀ ଅଫିସ୍‌,୧୭।୧୧: ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ ୨୩ ପ୍ରତିପକ୍ଷଙ୍କୁ ହାଇକୋର୍ଟ ସୋମବାର ନୋଟିସ ଜାରି କରିଛନ୍ତି। ବିବାଦୀୟ ଜମି କିଣିଥିବା ୬ଜଣ ବ୍ୟକ୍ତି, ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ବ ପର୍ଷଦ, ପୁରୀ-କୋଣାର୍କ ଉନ୍ନୟନ ଅଧିକାରୀ, ଓଡ଼ିଶା ସେତୁ ନିର୍ମାଣ ନିଗମ, ପୁରୀ ପୌର ପ୍ରଶାସନ ଏବଂ ଅନ୍ୟମାନଙ୍କୁ ଏହି ନୋଟିସ ଜାରି କରାଯାଇଛି। ଏହାସହ ପୁରୀ ଜିଲାପାଳ, ତହସିଲଦାର ଦାଖଲ କରିଥିବା ଜବାବର ପ୍ରତିଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ କୁହାଯାଇଛି। ଉଭୟ ପକ୍ଷଙ୍କ ଜବାବ ଓ ପ୍ରତିଜବାବ ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ପୁରୀ ବାସିନ୍ଦା ତଥା ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ଏବଂ ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର କରିଥିବା ୨ଟି ପୃଥକ ମାମଲାର ଏକତ୍ର ଶୁଣାଣି କରି ଅଦାଲତ ସମସ୍ତ ପ୍ରତିପକ୍ଷଙ୍କୁ ଏହି ନୋଟିସ ଜାରି କରିଛନ୍ତି। ସମ୍ବିତ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ବଗଲା ଧର୍ମଶାଳା ଜମି ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ସମ୍ପତ୍ତି ଅନ୍ତର୍ଭୁକ୍ତ ଅଟେ। ଏହାକୁ ସାଧାରଣ ଲୋକଙ୍କୁ ବିକ୍ରି କରାଯାଇପାରିବ ନାହିଁ। ହେଲେ ପୁରୀ ଜିଲାପାଳ ୨.୫୭୪ ଏକର ଜମିକୁ ୬ଜଣଙ୍କୁ ବିକ୍ରି କରିଦେଇଛନ୍ତି। ଏହି ବିକ୍ରି ସମ୍ପୂର୍ଣ୍ଣ ବେଆଇନ ଏବଂ ଏହା ଟେମ୍ପଲ ଆକ୍ଟ-୧୯୫୫କୁ ଉଲ୍ଲଂଘନ କରୁଛି। ତେଣୁ ଜମି ଫେରାଇ ଆଣିବା ସହ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମ୍ବିତ କୋର୍ଟଙ୍କୁ ଆବେଦନ କରିଥିଲେ। ସେହିପରି ଏହି ଜମି ଜାଲିଆତିର ସିବିଆଇ ତଦନ୍ତ ଦାବିରେ ସାମାଜିକ କର୍ମୀ ବସ୍ତିଆ ଅନ୍ୟ ଏକ ମାମଲା ଦାୟର କରିଥିଲେ। ସୂଚନାଯୋଗ୍ୟ, କିଛିମାସ ତଳେ ଏହି ପ୍ରସଙ୍ଗକୁ ନେଇ ଭାଜପା, କଂଗ୍ରେସ ଏବଂ ବାମଦଳ ଆନ୍ଦୋଳନକୁ ଓହ୍ଲାଇଥିଲେ। ସରକାର ଏହାର ପୁନର୍ବିଚାର କରନ୍ତୁ। ଯେଉଁ ୬ଟି ବିକ୍ରି କବଲା ହୋଇଛି ତାହା ରଦ୍ଦ କରାଯାଉ। ପୂର୍ବପରି ବଗଲା ଧର୍ମଶାଳା ପରିସରରେ ଗରିବ ଭକ୍ତଙ୍କ ରହିବା ପାଇଁ ଶ୍ରୀଜଗନ୍ନାଥ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉ ବୋଲି ଦଳଗୁଡ଼ିକ ଦାବି କରିଥିଲେ। ଭାଜପା ପକ୍ଷରୁ ଧର୍ମଶାଳା ସମ୍ମୁଖରେ ୨୭ଦିନ ଧରି ଧାରଣା ଦିଆଯାଇଥିଲା। ପରେ ଏହି ଆନ୍ଦୋଳନ ସମର୍ଥନରେ ପୁରୀ ସହରର ବିଭିନ୍ନ ୱାର୍ଡରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଗତ ଅକ୍ଟୋବର ୧୪ ତାରିଖରେ ସିଂହଦ୍ୱାର ଠାରୁ ନବୀନ ନିବାସ ଅଭିମୁଖେ ବଗଲା ବଞ୍ଚାଅ ପଦଯାତ୍ରା ବାହାରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବଗଲା ସୁରକ୍ଷା ନେଇ ସଂଗୃହୀତ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖାଯାଇଥିଲା। ହେଲେ ପଦଯାତ୍ରୀଙ୍କୁ ଉତ୍ତରା ଛକରେ ପୋଲିସ ଅଟକାଇଥିଲା। ସେଠାରେ ପଦଯାତ୍ରୀ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଥିଲା। ଶେଷରେ ପୋଲିସ ଆନ୍ଦୋଳନକାରୀଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲା। ତେବେ ବଗଲା ଜମିକୁ ନେଇ ବିବାଦ ସେମିତି ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri