ବିଡିଓ, ଜନସୂଚନା ଅଧିକାରୀଙ୍କୁ ସାନି ନୋଟିସ ଜାରି

ହାଟଡିହୀ,୩ା୩(ଶୁଭକାନ୍ତ ନାୟକ): ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓ ଏବଂ ଜନସୂଚନା ଅଧିକାରୀଙ୍କୁ ରାଜ୍ୟ ସୂଚନା କମିଶନର ବିକେ ମହାପାତ୍ର ସାନି ନୋଟିସ ଜାରି କରିଛନ୍ତି। ଉକ୍ତ ଦୁଇ ଅଧିକାରୀ ପୂର୍ବରୁ ହୋଇଥିବା ଶୁଣାଣି ଅନୁପସ୍ଥିତ ଥିବା ଏବଂ ରିପୋର୍ଟ ପ୍ରଦାନ କରି ନ ଥିବାରୁ ଏପରି ସାନି ନୋଟିସ ଜାରି ହୋଇଛି l ଆରଟିଆଇ ଆକ୍ଟ ସେକ୍ସନ ୧୯(୮)(ବି) ଏବଂ (ସି) ଅନୁସାରେ କାହିଁକି କ୍ଷତିପୂରଣ ଏବଂ ଜରିମାନା ଆଦେଶ ଜାରି କରା ନ ଯିବ ସେ ବାବଦରେ ଆସନ୍ତା ୨.୪.୨୦୨୪ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜବାବ ଦାଖଲ ନ କଲେ ପୁନର୍ବାର ସୁଯୋଗ ପ୍ରଦାନ କରାଯିବନି ବୋଲି ଆଦେଶ ରହିଛି। ଏଥିସହ କମିଶନରଙ୍କ ଆଦେଶ ପାଇବାର ଏକ ମାସ ମଧ୍ୟରେ ସୂଚନା ପ୍ରଦାନ କରିବାକୁ ଜନସୂଚନା ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ରହିଛି।

ସୂଚନାଯୋଗ୍ୟ, ବ୍ୟକ୍ତି ଗତ ୨୦୨୨ ବର୍ଷ ପଞ୍ଚାୟତ ଅନୁଷ୍ଠାନ ପାଇଁ ସାଧାରଣ ନିର୍ବାଚନ ପରିଚାଳନା କ୍ଷେତ୍ରରେ ବ୍ଲକକୁ ମିଳିଥିବା ସରକାରୀ ଅନୁଦାନ ଏବଂ ଖର୍ଚ୍ଚ ସମ୍ପର୍କିତ କାଗଜାତ ସୂଚନା ଅଧିକାର ଆଇନ ବଳରେ ଗତ ୪.୧୧.୨୦୨୨ ରେ ହାଟଡିହୀ ବ୍ଲକ ଜନ ସୂଚନା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆବେଦନ କରିଥିଲେ। କିନ୍ତୁ କୌଣସି ସୂଚନା ପ୍ରଦାନ ହୋଇ ନ ଥିଲା l ଫଳରେ ୧୪.୧୨.୨୦୨୨ରେ ପ୍ରଥମ ଅପିଲ ବିଡିଓଙ୍କ ନିକଟରେ ହୋଇଥିଲା l ଉକ୍ତ ଅପିଲ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ୨୦.୩.୨୦୨୩ ରେ ଦିତୀୟ ଅପିଲ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଦାୟର ହୋଇଥିଲା। ଦିତୀୟ ଅପିଲ ନଂ ୧୦୬୧/୨୦୨୩ ଅଟେ। କମିଶନର ନୋଟିସ ଜାରି କରି ଘଟଣାର ସ୍ଥିତାବସ୍ଥା ରିପୋର୍ଟ ଦାଖଲ ଏବଂ ଶୁଣାଣି ପାଇଁ ୧୮.୧.୨୦୨୪କୁ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ବିଡିଓ ଏବଂ ଜନସୂଚନା ଅଧିକାରୀ ଅନୁପସ୍ଥିତ ଥିବା ବେଳେ କୌଣସି ରିପୋର୍ଟ ପ୍ରଦାନ କରି ନ ଥିଲେ। ଫଳରେ କମିଶନର ଏହାକୁ ଗୁରୁତ୍ୱର ସହ ନେଇଥିବା ବେଳେ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ସାନି ନୋଟିସ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri