ମାଗଣାରେ କିଛି ମିଳେନି

ସତ୍ୟବ୍ରତ ପାଣିଗ୍ରାହୀ

 

ଦୈନିକ ଇଂରାଜୀ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ‘ମାଗଣା ବଣ୍ଟନର ଅର୍ଥନୀତି’କୁ ନେଇ ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା। ସେଥିରେ ଗୋଟିଏ ଗଳ୍ପ ସାହାଯ୍ୟରେ ବୁଝାଯାଇଛି ଯେ, ମାଗଣାରେ କିଛି ବି ମିଳେନି। ପ୍ରତ୍ୟେକ ଜିନିଷର କିଛି ମୂଲ୍ୟ ରହିଛି। ଜଣକୁ ମାଗଣାରେ ମିଳୁଥିବା ଜିନିଷର ମୂଲ୍ୟ ଆଉ ଜଣକୁ ଦେବାକୁ ପଡ଼େ। ବିଭିନ୍ନ ସମୟରେ ସରକାର ନିର୍ଦ୍ଦିଷ୍ଟ ଗୋଷ୍ଠୀ ପାଇଁ ମାଗଣା ଗ୍ୟାସ୍‌,ମାଗଣା ଆହାର ବଣ୍ଟନ କରନ୍ତି। କିନ୍ତୁ ଏଥିପାଇଁ ଅନ୍ୟ ଶ୍ରେଣୀର ଲୋକଙ୍କୁ ସରକାରୀ ଟିକସ ଆକାରରେ ତାହାର ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ। ଅର୍ଥନୀତି କ୍ଷେତ୍ରରେ ଏହି ତତ୍ତ୍ୱର ଆଲୋଚନା ଅଧିକ। ତେବେ ଏହି ‘ମାଗଣାରେ କିଛି ମିଳେନି’ ଧାରଣା କେବଳ ଅର୍ଥନୀତିରେ ସୀମିତ ନ ହୋଇ ବିଜ୍ଞାନ,ପରିବେଶ,ଧର୍ମ,ଦର୍ଶନ ଭଳି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଷ୍ଠା କରିଛି।
ଅର୍ଥନୀତିରେ ଯାହା ଖାଦ୍ୟ,ବସ୍ତ୍ର,ବାସଗୃହ; ବିଜ୍ଞାନ ଭାଷାରେ ସେସବୁ ଶକ୍ତିର ପରିପ୍ରକାଶ ମାତ୍ର। ଆମେ ଚତୁଃପାର୍ଶ୍ୱରେ ଦେଖୁଥିବା ସବୁକିଛିର ମୂଳ ହେଉଛି ଶକ୍ତି ବା ଏନର୍ଜି। ବିଜ୍ଞାନର ଗୋଟିଏ ମୌଳିକ ନିୟମ ହେଉଛି ଶକ୍ତିର ସୃଷ୍ଟି ନାହିଁ କି ବିନାଶ ନାହିଁ। ଶକ୍ତି କେବଳ ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ। ଶୂନ୍ୟରୁ କିଛି ସୃଷ୍ଟି ହୁଏ ନାହିଁ। ମାଗଣାରେ ଶକ୍ତି ଉତ୍ପନ୍ନ ହୁଏ ନାହିଁ। ଶୂନ୍ୟରୁ ତାପ,ଆଲୋକ କିମ୍ବା ବିଦ୍ୟୁତ୍‌ ଶକ୍ତି ବାହାରେ ନାହିଁ। ପୂର୍ବରୁ ଉପଲବ୍ଧ ପଦାର୍ଥରୁ ହିଁ ଏହି ଶକ୍ତି ମିଳେ। ଆଲୋକଶକ୍ତି ଉତ୍ପନ୍ନ କରିବା ପାଇଁ ସୂର୍ଯ୍ୟକୁ ନିଜେ ଜଳିବାକୁ ହେବ। କିଛି ଶକ୍ତି ତ୍ୟାଗକଲେ ହିଁ ସେତିକି ପରିମାଣର ନୂତନ ଶକ୍ତି ନିର୍ଗତ ହୁଏ। ବେଦାନ୍ତ ଦର୍ଶନ ଶୂନ୍ୟରୁ ବ୍ରହ୍ମାଣ୍ଡକୁ ମାନ୍ୟତା ଦିଏନି। ପୂର୍ବରୁ ଗୋଟିଏ ମହାଶକ୍ତି ବା ବ୍ରହ୍ମ ଥିଲେ, ଯାହାର ବିବର୍ତ୍ତନରେ ସାରା ବିଶବ୍ରହ୍ମାଣ୍ଡର ସୃଷ୍ଟି ହୋଇଛି।
ସାରା ସୃଷ୍ଟି ଏକ ଯଜ୍ଞବେଦିରୁ ଜାତ। ତେଣୁ ସେ ଯାଜ୍ଞସେନୀ, ଯଜ୍ଞ ସମ୍ଭୂତା। ପ୍ରାଚୀନ ବେଦ ଘୋଷଣା କରନ୍ତି ଯେ ଯଜ୍ଞ ହେଉଛି ସାରା ବିଶ୍ୱବ୍ରହ୍ମାଣ୍ଡର କେନ୍ଦ୍ର। ବ୍ରହ୍ମାଣ୍ଡର କେନ୍ଦ୍ରରେ ଏକ ବିରାଟ ଯଜ୍ଞବେଦି ରହିଛି, ଯେଉଁଠାରେ ଅହରହ ଯଜ୍ଞ ସମ୍ପାଦିତ ହେଉଛି। ପ୍ରତ୍ୟେକ ଗ୍ୟାଲାକ୍ସିର କେନ୍ଦ୍ରରେ ଏକ ବ୍ଲାକ୍‌ହୋଲ୍‌ ବା କୃଷ୍ଣଗର୍ତ୍ତ ଥାଏ, ଯାହାର ଅନ୍ତସ୍ଥ ସିଙ୍ଗୁଲାରିଟି ବିନ୍ଦୁରେ ବିଗ୍‌ବ୍ୟାଙ୍ଗ୍‌ରୁ ବିଶ୍ୱର ଆରମ୍ଭ। ଟିକିଏ କଳ୍ପନାରୁ ଏହା ଅନୁମାନ କରିହେବ ଯେ, ବିଗ୍‌ବ୍ୟାଙ୍ଗ୍‌ ସମୟର ଅବସ୍ଥା ମଧ୍ୟ ଏକ ବିରାଟ ଯଜ୍ଞରୁ ନିର୍ଗତ ଅଗ୍ନିଶିଖା ସଦୃଶ ଉତ୍ତପ୍ତ। ଯଜ୍ଞର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ‘ତ୍ୟାଗ ବା ଉତ୍ସର୍ଗ ’। ସୃଷ୍ଟି ପୂର୍ବରୁ ହୋଇଥିବା ଏକ ବିରାଟ ଯଜ୍ଞରୁ ନିର୍ଗତ ତାପଶକ୍ତି ଦ୍ୱାରା ବ୍ରହ୍ମାଣ୍ଡର ବିସ୍ପୋରଣରୁ ଏହି ବିଶ୍ୱର ଉତ୍ପତ୍ତି। ତେଣୁ ଆଦ୍ୟାବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶକ୍ତିର ପ୍ରବାହ ଚାଲିଆସିଛି। କିଛି ନୂଆ ପାଇବା ପାଇଁ କିଛି ତ୍ୟାଗ ଜରୁରୀ। କିଛି ଶକ୍ତି ତ୍ୟାଗକଲେ ହିଁ ସେତିକି ପରିମାଣର ନୂତନ ଶକ୍ତି ନିର୍ଗତ ହୁଏ। ଏହା ସୃଷ୍ଟିଯଜ୍ଞର ନିୟମ। ଅତ୍ୟଧିକ ଲାଳସାକୁ ତ୍ୟାଗକରି ପରିବେଶ ଉପରେ ଅତ୍ୟାଚାରକୁ କମାଇଲେ ହିଁ ଆମ ପରିବେଶ ସୁସ୍ଥ ରହିପାରିବ। ଦେଇଥିଲେ ପାଇ। ପ୍ରକୃତିରୁ ଆମେ ସବୁ କିଛି ଗ୍ରହଣ କରି ଜୀବନଧାରଣ କରୁ, ପ୍ରତିଦାନ ସ୍ବରୂପ ଆମେ ମଧ୍ୟ ପ୍ରକୃତିର ଯତ୍ନ ନ ନେଲେ ସମନ୍ବୟ ରହିବନାହିଁ।
ଆମେରିକୀୟ ବୈଜ୍ଞାନିକ ବ୍ୟାରି କମନର ‘କ୍ଲୋଜିଂ ସର୍କଲ’ ପୁସ୍ତକରେ ପରିସଂସ୍ଥାର ଚାରୋଟି ନିୟମର ଅବଧାରଣା କରିଥିଲେ। ଶେଷ ନିୟମରେ ସେ ମାଗଣାରେ କିଛି ମିଳେନି ତତ୍ତ୍ୱକୁ ଉଲ୍ଲେଖ କରିଛନ୍ତି। ନିଜର ସ୍ବାର୍ଥସାଧନ ପାଇଁ ମଣିଷ ଅକଥନୀୟ ଭାବେ ପରିବେଶ ଉପରେ ଅତ୍ୟାଚାର କରିଚାଲିଛି। ପରିବେଶରୁ ମିଳୁଥିବା ସମ୍ବଳଗୁଡ଼ିକୁ ଦରକାରଠାରୁ ଅଧିକ ମାତ୍ରାରେ ଉପଯୋଗ କରୁଛି। କିନ୍ତୁ ପ୍ରକୃତିରେ ସୀମିତ ମାତ୍ରାରେ ସମ୍ବଳ ଉପଲବ୍ଧ। ମୃତ୍ତିକା,ଜଳ,ଖଣିଜ ସମ୍ପଦ,ବୃକ୍ଷଲତା ଭଳି ପ୍ରାକୃତିକ ସମ୍ପଦ ଶୂନ୍ୟରୁ ଉତ୍ପନ୍ନ ହୁଏ ନାହିଁ। କିନ୍ତୁ ମଣିଷ ଚିନ୍ତାକରେ ଯେ ଏସବୁ ମାଗଣାରେ ଉପଲବ୍ଧ। ଅନାୟାସରେ ପ୍ରାକୃତିକ ସମ୍ବଳର ବ୍ୟବହାର କରିବା ବଦଳରେ ଆମକୁ ଅନେକ କିଛି ହରାଇବାକୁ ପଡୁଛି। କିଛି ପାଇଛେ ମାନେ କିଛି ହରାଇବା ସୁନିଶ୍ଚିତ। ଖଣିଜ ତୈଳର ବ୍ୟବହାର କରିବା ଦ୍ୱାରା ସେଥିରୁ ନିର୍ଗତ ଅଙ୍ଗାରକାମ୍ଳ ଯୋଗୁ ତାପମାତ୍ରା ବୃଦ୍ଧି ଘଟିବା ସହ ପୃଥିବୀ ପାଇଁ ବିପଦ ସାଜିଛି। ପରବର୍ତ୍ତୀ ପିଢ଼ି ପାଇଁ ସ୍ବଚ୍ଛ ବାୟୁ ମଧ୍ୟ ଉପଲବ୍ଧ ହେବ ନାହିଁ। ସାରା ବିଶ୍ୱରେ ଜଳ ସଙ୍କଟ ଦେଖାଯାଇଛି। ଜଳବାୟୁ ପରିବର୍ତ୍ତନ ସମସ୍ୟା ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଫଳରେ ଅର୍ଥହାନି ,ଜୀବନହାନି ହେଉଛି। ତେଣୁ କୌଣସି ପ୍ରାକୃତିକ ସମ୍ବଳ ମାଗଣାରେ ମିଳେନାହିଁ। ସେଥିପାଇଁ ମଣିଷକୁ କିଛି ଦେବାକୁ ପଡ଼ିବ।
ଗୁଣପୁର, ରାୟଗଡ଼ା
ମୋ- ୬୩୭୧୬୮୪୬୯୯


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?