Posted inଜାତୀୟ

କହିବାର ସ୍ବାଧିନତା ରହିଛି ବୋଲି ମନ ଇଛା କିଛି କହି ହେବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୧୩।୧୨ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି ବୋଲି ଏହାର ଯଥାର୍ଥ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏହାର ପରିଣାମ ବିପଦଜନକ ହୋଇପାରେ। କହିବାର ସ୍ବାଧିନତା ରହିଛି ବୋଲି ମନ ଇଛା କିଛି କହି ହେବ ନାହିଁ।

ଜଷ୍ଟିସ ମିଲିନ୍ଦ ଯାଦବଙ୍କ ଏକକ ବେଞ୍ଚ ଅଟୋମୋବାଇଲ ଉପାଦାନ ଉତ୍ପାଦନକାରୀ କମ୍ପାନୀ ‘ହିତାଚି ଏଷ୍ଟେମୋ ଏଫ’ର ଜଣେ କର୍ମଚାରୀଙ୍କ ସେବା ବନ୍ଦ କରିବାର ଆଦେଶକୁ ସମର୍ଥନ କରିଛନ୍ତି।

ପ୍ରକୃତରେ, କର୍ମଚାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ କମ୍ପାନୀ ବିରୁଦ୍ଧରେ ଦୁଇଟି ଉତ୍ତେଜନା ସୃଷ୍ଟିକାରୀ ବିଭ୍ରାନ୍ତଜନକ ପୋଷ୍ଟ କରିଥିଲେ, ଯାହା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ଏହା ପରେ କର୍ମଚାରୀ ଶ୍ରମ କୋର୍ଟ ନିକଟକୁ ଯାଇଥିଲେ। ଶ୍ରମ କୋର୍ଟ ତାଙ୍କ ବହିଷ୍କାର ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବମ୍ବେ ହାଇକୋର୍ଟରେ କମ୍ପାନୀ ପକ୍ଷରୁ ଏହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା।

ଜଷ୍ଟିସ ଯାଦବ କହିଛନ୍ତି ଏହି ପୋଷ୍ଟଗୁଡିକ କମ୍ପାନୀ ବିରୁଦ୍ଧରେ ଘୃଣା ସୃଷ୍ଟି କରିବା ଏବଂ ଲୋକଙ୍କୁ ଉସୁକାଇବା କରିବାର ସ୍ପଷ୍ଟ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା। ଏହିପରି କାର୍ଯ୍ୟ ବିରୁଦ୍ଧରେ ଏକ ଦୃଢ଼ ବାର୍ତ୍ତା ଦେବାର ଆବଶ୍ୟକତା ରହିଛି।

ବେଞ୍ଚ କହିଛନ୍ତି ଏଭଳି କାର୍ଯ୍ୟକଳାପ ବନ୍ଦ କରାଯିବା ଉଚିତ। ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ବାଧୀନତାକୁ ଯଥାର୍ଥ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଯଦି ଏହାକୁ ଅନୁମତି ଦିଆଯାଏ, ତେବେ ଏହା ବିପଜ୍ଜନକ ପରିଣାମ ଦେଇପାରେ ।

ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେକୌଣସି ପରିସ୍ଥିତିରେ ଏଭଳି ଘଟଣା ଘଟିବା ପର୍ଯ୍ୟନ୍ତ ଜଣେ ଅପେକ୍ଷା କରିପାରିବ ନାହିଁ ଏବଂ ଅପେକ୍ଷା କରିବା ଉଚିତ ନୁହେଁ। ପ୍ରଥମରୁ ଏପରି କାର୍ଯ୍ୟ ବନ୍ଦ କରିବାର ଆବଶ୍ୟକତା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୩ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ୬୫ ବର୍ଷୀୟ ବୃଦ୍ଧ, ପରେ ପଥରରେ ଛେଚି ମାରିଦେଲେ

ମୁମ୍ବାଇ,୨୯।୬: ପୁଣେରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ପୁଣେର ଏକ ସ୍ୱତନ୍ତ୍ର ଅଦାଲତ ୬୫…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

RBIର ନୂଆ ପ୍ଲାନ! ଅନଲାଇନରେ ଟଙ୍କା ପଠାଇବା ନିୟମରେ ହେବ ପରିବର୍ତ୍ତନ, ଲାଗିବ….

ନୂଆଦିଲ୍ଲୀ,୨୯।୬: ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। RBI…

ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର (ନଂ-ଓଡି୧୫ଏଫ ୯୬୬୩) ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।…

ସ୍କୁଲରେ ପଶି ଉର୍ଦ୍ଦୁ ଶିକ୍ଷକଙ୍କୁ ପିଟିଲେ BJP କର୍ମୀ

ହାଇଦ୍ରାବାଦ,୨୯।୬: ତେଲଙ୍ଗାନାର ନିଜାମାବାଦରେ ଏକ ଘଟଣା ସାମ୍ନାକୁ ଆସିଛି, ଯାହା କଂଗ୍ରେସ ନେତା ଡକ୍ଟର ଶମା ମହମ୍ମଦଙ୍କୁ ତାଙ୍କ ନିଜ ସରକାରଙ୍କ ନିକଟରେ ଦୃଢ଼ ଦାବି କରିବାକୁ…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

ଜି ଉଦୟଗିରିରେ ମହାପ୍ରଭୁଙ୍କ ହାତୀବେଶ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…

ଜି ଉଦୟଗିରି, ୨୯ା୬(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା।  ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri