ଚାଷୀ ନୁହେଁ, ଉପନିର୍ବାଚନ ବଡ଼

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ଥୂଲ ହେଉଛି। ବିରୋଧୀ, ଶାସକ ଏକସ୍ବରରେ ଚାଷୀ ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି। ମାତ୍ର ଚାଷୀ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ଚାଲିଥିବାବେଳେ ଉତ୍ତର ଦେବାକୁ କୃଷି କିମ୍ବା ସମବାୟ ମନ୍ତ୍ରୀଙ୍କର ଦେଖାନାହିଁ, ଯାହାକୁ ନେଇ ସରକାରଙ୍କୁ ବିରୋଧୀ ଘେରିଛନ୍ତି। ଗୋଟିଏ ଉପନିର୍ବାଚନ ସରକାରଙ୍କ ପାଇଁ ବଡ଼ ହୋଇଛି। ପଦ୍ମପୁର ଉପନିର୍ବାଚନ ପାଇଁ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ଡେରା ପକାଇଛନ୍ତି। ଚାଷୀ ସମସ୍ୟାକୁ ଅଣଦେଖା କରାଯାଉଛି। ବିଧାନସଭାରେ କୃଷି କିମ୍ବା ସମବାୟ ମନ୍ତ୍ରୀ ଉପସ୍ଥିତ ରହି ଚାଷୀ ପ୍ରସଙ୍ଗରେ ଉତ୍ତର ଦେବା କଥା। ସରକାରଙ୍କ ପାଖରେ ଚାଷୀ ନୁହନ୍ତି, ଉପନିର୍ବାଚନ ସବୁଠାରୁ ବଡ଼ ହୋଇଛି। ଶନିବାର ମୁଲତବୀ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ କରିଛନ୍ତି ବିରୋଧୀ।
ମୁଲତବୀ ଆରମ୍ଭରୁ ଭାଜପା ସଦସ୍ୟମାନେ ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରବଳ ବିରୋଧ କରିବା ସହ ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ। ରାଜ୍ୟରେ ‘ଚାଷୀମାନେ ବୀମାରାଶି ପାଇବାରୁ ବଞ୍ଚିତ ହେଉଛନ୍ତି’ ଶୀର୍ଷକ ମୁଲତବୀ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଆଲୋଚନା ଆରମ୍ଭରୁ ବିଭାଗୀୟ ମନ୍ତ୍ରୀମାନଙ୍କ ଅନୁପସ୍ଥିତିକୁ ନେଇ ଭାଜପା ସଦସ୍ୟମାନେ କଡ଼ା ବିରୋଧ କରିବା ସହ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତରକୁ ଗ୍ରହଣ କରିବୁନାହିଁ ବୋଲି ଅଡ଼ିବସିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ଭାସ୍କର ମଢ଼େଇ, କୁସୁମ ଟେଟେ, ସୁକାନ୍ତ ନାୟକ ପ୍ରମୁଖ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଧାରଣାରେ ବସିଥିଲେ। ବାଚସ୍ପତି ସେମାନଙ୍କୁ ଚାଷୀ ପ୍ରସଙ୍ଗ ଆଲୋଚନାରେ ଭାଗନେବା ଲାଗି ଅନୁରୋଧ କରିଥିଲେ। ମାତ୍ର ବାଚସ୍ପତିଙ୍କ ଅନୁରୋଧକୁ ଭାଜପା ସଦସ୍ୟମାନେ ପ୍ରତ୍ୟାଖ୍ୟାନ କରିଥିଲେ। ଭାଜପା ସଦସ୍ୟଙ୍କୁ ବାଚସ୍ପତି ବାରମ୍ବାର ଅନୁରୋଧ କରୁଥିବା ଦେଖି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିରକ୍ତି ପ୍ରକାଶ କରି କହିଥିଲେ ଯେ ଭାଜପା ସଦସ୍ୟମାନେ ନ ଆସିବା ଯାଏ କ’ଣ ଗୃହ ଚାଲିବ ନାହିଁ। ତାହାହେଲେ ଆମେ ବି ଗୃହରୁ ବାହାରି ଯାଉଛୁ। ଏହାପରେ ବାଚସ୍ପତି ମୁଲତବୀ ପ୍ରସ୍ତାବକୁ ଆଗକୁ ନେଇ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜାଙ୍କୁ କହିବାକୁ ଅନୁମତି ଦେଇଥିଲେ।
ସାଲୁଜା ମୁଲତବୀ ପ୍ରସ୍ତାବ ଆଗତ କରି କହିଥିଲେ, ଚାଷୀଙ୍କୁ ବୀମାରାଶି ମିଳୁନାହିଁ। କଟନୀଛଟନୀ ହେଉଛି। ବିଧାନସଭାରେ ଚାଷୀ ପ୍ରସଙ୍ଗ ଆଲୋଚନା ହୋଇଥିବାବେଳେ ମନ୍ତ୍ରୀ ପଦ୍ମପୁର ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ରାଜ୍ୟରେ ଚାଷୀଙ୍କ ଆୟ ମାସକୁ ୫,୧୧୨ ଟଙ୍କା ଏବଂ ବର୍ଷକୁ ୬୧,୩୪୪ ଟଙ୍କା ରହିଛି। ଆମେ ଝାଡ଼ଖଣ୍ଡଠାରୁ ଉପରେ ରହିଛୁ। ଝାଡ଼ଖଣ୍ଡରେ ଚାଷୀଙ୍କ ଆୟ ମାସିକ ୪,୮୯୫ ଟଙ୍କା ଏବଂ ବାର୍ଷିକ ୫୮, ୭୪୦ ଟଙ୍କା ରହିଛି। ୧୦ ବର୍ଷ ତଳେ ଓଡ଼ିଶାରେ ଚାଷୀଙ୍କ ଆୟ ମାସିକ ୪,୯୭୬ ରହିଥିବାବେଳେ ବାର୍ଷିକ ଆୟ ୫୯,୭୧୨ ଟଙ୍କା ଥିଲା। ଅର୍ଥାତ୍‌ ଗତ ୧୦ ବର୍ଷରେ ଚାଷୀଙ୍କ ଆୟ ମାତ୍ର ୧୩୬ ଟଙ୍କା ବଢ଼ିଛି। ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନକୁ ଦେଖି ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କରିଛନ୍ତି। କିଛିଦିନ ତଳେ ରାଜ୍ୟରେ ମରୁଡି ହୋଇନାହିଁ ବୋଲି ରାଜସ୍ବ ମନ୍ତ୍ରୀ କହିଥିଲେ। ତେବେ ଏହି ସବ୍‌ସିଡି ଘୋଷଣା କାହା ପାଇଁ ବୋଲି ସେ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମ ୨% ହିସାବରେ ଚାଷୀ ୧୩୪୦ ଟଙ୍କା ଦେଉଥିବାବେଳେ ରାଜ୍ୟ ଓ କେନ୍ଦ୍ର ସରକାର ୧୨.୫% ହିସାବରେ ୮,୩୭୫ ଟଙ୍କା ଲେଖାଏ ପ୍ରିମିୟମ ଦେଉଛନ୍ତି। ବୀମା ବାବଦରେ କମ୍ପାନୀକୁ ୧୮,୦୯୦ ଟଙ୍କା ପ୍ରିମିୟମ ଦିଆଯାଉଛି। ୭ ମାସ ହେଲାଣି ଚାଷୀ ବୀମା ଟଙ୍କା ପାଉନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ କମ୍ପାନୀଗୁଡ଼ିକୁ କୋଟି କୋଟି ଟଙ୍କା ଦେଇଚାଲିଥିବା ସେ କହିଛନ୍ତି।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ଗୃହରେ ମନ୍ତ୍ରୀ ନ ଥିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଧାନସଭା ଚାଲିଛି। କୃଷିମନ୍ତ୍ରୀ ନାହାନ୍ତି। ଅର୍ଥମନ୍ତ୍ରୀ ନାହାନ୍ତି। ଏ ବିଧାନସଭା ଚାଲିବା ଆବଶ୍ୟକ ନାହିଁ। କାଳିଆ ଯୋଜନାରେ କୋଟି କୋଟି ଟଙ୍କା ଦୁର୍ନୀତି ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ନେଇ ଭେଳିକି ଦେଖାଉଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଶାସକ ସଭ୍ୟମାନେ ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଥିଲେ। ବିଜେଡି ସଭ୍ୟ ଭୂପିନ୍ଦର ସିଂ କହିଥିଲେ, ଚାଷୀଙ୍କ ପାଇଁ ସରକାର ବୃହତ୍‌ ଉଠା ଜଳସେଚନ ବ୍ୟବସ୍ଥା କରିଛନ୍ତି। ଉନ୍ନତମାନର ଧାନ ବିହନ ଯୋଗାଇ ଦିଆଯାଉଥିବାରୁ ଅମଳ ଦୁଇଗୁଣା ବଢ଼ିଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ିଥିବାରୁ ଚାଷୀଙ୍କ ଆୟ କମିଛି। କମ୍ପାନୀମାନେ ସେମାନଙ୍କ ଉତ୍ପାଦ ତୁରନ୍ତ ବଜାରରେ ବିକୁଥିବାବେଳେ ଚାଷୀମାନେ ଝାଳ ବୁହାଇ ଧାନ ଉତ୍ପାଦନ କରୁଥିଲେ ମଧ୍ୟ ବିକିବା ଲାଗି କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ପିକୁ ଚାହିଁ ବର୍ଷେ ବିତିଯାଉଛି। ବିଜେଡି ସଭ୍ୟ ରାଜ କିଶୋର ଦାସ, ସିପିଆଇ(ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ରାଜ୍ୟ ସରକାର ଚାଷୀଙ୍କ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମୁଲତବୀ ଆଲୋଚନା ଶେଷରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର ଦେବାକୁ ଛିଡ଼ାହେବା କ୍ଷଣି ଭାଜପା ସଦସ୍ୟମାନେ ଧାରଣାରୁ ଉଠି ବିଧାନସଭା ବାହାରକୁ ଚାଲିଯାଇଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?