ଜଣେ କି ଦୁଇ ଜଣ ନୁହନ୍ତି, ଏକାବେଳକେ ଟଳିପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ଼ କାଙ୍କେର ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୫ ମାଓବାଦୀଙ୍କ ମୃତ୍ୟୁ  ଘଟିଥିବା ଜଣାପଡିଛିା।
ସୂଚନାନୁଯାୟୀ, ଶନିବାର ସକାଳେ ଛତିଶଗଡ଼ କାଙ୍କେରଜିଲା ସୀମାବର୍ତ୍ତୀ ଓ ନାରାୟଣପୁର ଅଞ୍ଚଳ ନିକଟ ଜଙ୍ଗଲ ଅଭୁଜମାଡ ଜଙ୍ଗଲରେ ସିଆର୍‌ପିଏଫ୍‌, ଡିଆର୍‌ଜି ଓ ନାରାୟଣପୁର ପୋଲିସ ମିଳିତ ଭାବେ କମ୍ବିଂ ଅପରେଶନ କରୁଥିବା ସମୟରେ ମାଓବାଦୀମାନେ ପୋଲିସ ଆସୁଥିବା ଜାଣି  ପୋଲିସ ଉପରକୁ ଗୁଳି ଚାଳନା କରିଥିଲୋ। ପାଲଟା ଜବାବରେ ଯବାନ ଓ ପୋଲିସ ମଧ୍ୟ ଗୁଳି ଚଳାଇଥିଲେ।।   ଦୀର୍ଘ ସମୟ ଧରି ଗୁଳି ଚାଳନା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ଯବାନ ଓ ପୋଲିସ ତଲାସି କରୁଥିବା ସମୟରେ ୫ ମାଓବାଦୀଙ୍କ ମୃତଦେହ ଜବତ କରିଥିଲେ। ଏହା ସହ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିବା ଜଣାପଡିଛି। ଦୁଇ ଯବାନ ମଧ୍ୟ  ସାମାନ୍ୟ ଆହତ ହୋଇଥିବା ବେଳେ ଉଭୟଙ୍କୁ ରାୟପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ କମ୍ବିଂ ଅପରେଶନ ଜାରି ରହିଥିବା ବେଳେ ଅପରେଶନ ପରେ ସମ୍ପୂର୍ଣ୍ଣ ବିବରଣୀ ଓ ମୃତ ମାଓବାଦୀଙ୍କ ପରିଚୟ ପ୍ରଦାନ କରାଯିବ ବୋଲି ଛତିଶଗଡ଼ ବସ୍ତର ଆଇଜି ପି ସୁନ୍ଦରାଜ ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୮୫% ଇଥାନଲ ମିଶା ଇନ୍ଧନରେ ଚାଲିବ କାର୍‌

ନୂଆଦିଲ୍ଲୀ,୨୨ା୪: ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ସହ ପ୍ରଦୂଷଣ କମାଇବା ପାଇଁ ଗତ ଏପ୍ରିଲ ୧ରୁ ଭାରତରେ ଇ୨୦ ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ ଓ…

ସବୁଠୁ ଉତ୍ତପ୍ତ ୨୦ ସହର ମଧ୍ୟରୁ ୧୯ ଭାରତରେ

ନୂଆଦିଲ୍ଲୀ,୨୨ା୪: ଭାରତ ଏବେ ବିଶ୍ୱ ଉତ୍ତାପ ବୃଦ୍ଧିର କେନ୍ଦ୍ରସ୍ଥଳ ପାଲଟିଛି। ବିଶ୍ୱର ୨୦ଟି ସବୁଠୁ ଉତ୍ତପ୍ତ ସହର ମଧ୍ୟରୁ ୧୯ଟି ଭାରତରେ ରହିଥିବା ଏକ୍ୟୁଆଇ ପକ୍ଷରୁ ଜାରି…

୨୩% ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୨ା୪: ଆଗାମୀ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ପ୍ରତିଶତଙ୍କ…

ପଦ୍ମପୁରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ: ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ବିଫଳ

ପଦ୍ମପୁର,୨୨ା୪(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ସହରବାସୀଙ୍କୁ ପାନୀୟ ଜଳ ଯୋଗାଣର ସୁଧାର ଆଣିବା ଲକ୍ଷ୍ୟରେ ଅଙ୍ଗନଦୀର ଦର୍ବେ କେଲାଠାରେ ନିର୍ମାଣ ହୋଇଥିବା ବ୍ୟାରେଜ ବିଫଳ ହୋଇଛି। ଏବେ…

ଗରିବଙ୍କୁ ଦିଆଯିବ ଫ୍ଲାଟ୍‌: ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି।…

ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଉନ୍ନୟନ କାମ ଅଭିଯୋଗ

ଲୋଇସିଂହା,୨୨।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହର ପୁନରୁଦ୍ଧାର ଓ ପାଚେରି କାମ ଗତ କିଛି ଦିନ…

‘କୁତ୍ରିମ ବୁଦ୍ଧିମତା ଯୁଗରେ ପ୍ରତିଟି କ୍ଷେତ୍ରରେ ଯତ୍ନବାନ ରୁହନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୨୧|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମେଜର୍ ଡ.…

ଭୋଜି ଖାଇ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବଡ଼ ଭାଇ ମୃତ, ସାନ ଭାଇ…

ଗୁଡାରି,୨୧।୪(ପ୍ରମୋଦ କୁମାର ପତି): ଭୋଜି ଖାଇ ଝିଅ ଘରୁ ନାତୁଣୀକୁ ଧରି ଫେରୁଥିଲେ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ଚନ୍ଦ୍ରପୁର ବ୍ଲକ ବକାଗୁଡା ନିକଟସ୍ଥ ଘାଟିରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri