ସରକାରୀ ବିରି ବିହନରେ ଧରୁନି ଫୁଲ

ପାଟଣା,୧୭ା୯(ବୀରକିଶୋର ଦାଶ)କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚାଷୀ ଖରିଫ ଋତୁରେ ବିନା ମୂଲ୍ୟରେ ବିରି ବିହନ ଆଣି ଚାଷ କରିଥିଲେ। ଠିକ୍‌ ପ୍ରଣାଳୀରେ ଚାଷ କରିବା ସହ ସାର ପ୍ରୟୋଗ ଦ୍ୱାରା ଗଛ ହୃଷ୍ଟପୁଷ୍ଟ ହୋଇଛି। ମାତ୍ର ଫଳ ଧରିବାର ଧାର୍ଯ୍ୟ ସମୟ ପାର ହୋଇଯାଇଥିଲେ ବି ଗଛରେ ଏ ପର୍ଯ୍ୟନ୍ତ ଫୁଲ ଧରୁନାହିଁ। ଫଳରେ ଚାଷୀ ଚିନ୍ତାରେ ଥିବା ବେଳେ କେତେଜଣ ରାଗରେ କ୍ଷେତରେ ଗୋରୁ ଛାଡ଼ିଦେଇଛନ୍ତି। ଏ ନେଇ ଚାଷୀମାନେ ପାଟଣା ବ୍ଲକ୍‌ କୃଷି ଅଧିକାରୀଙ୍କୁ ଅବଗତ କରିବା ପରେ ଶନିବାର କୃଷି ବିଭାଗର ଏକ ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ, ପାଟଣା ବ୍ଲକ୍‌ର ମାଧପୁର ଓ ସ୍ବାମ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଚାଷୀ ଖରିଫ ଋତୁରେ ପାଟଣା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ବିନା ମୂଲ୍ୟରେ ବିରି ବିହନ ଆଣି ଚାଷ କରିଥିଲେ। ୧୦ ହେକ୍ଟର ପରିମିତ ଗୋଡ଼ା ଜମିରେ ବିରି ଚାଷ କରି ହଳ, ସାର, ଅଣୁସାର, ସରକାରୀ ବିରି, ଜିଙ୍କ୍‌ ଓ ମୂଲ ମଜୁରି ଖର୍ଚ୍ଚ କରି ବେଉଷଣ କରି ଗଛକୁ ବଢ଼ାଇଥିଲେ। ୮୫ ଦିନ ପରେ ବି ଗୋଟିଏ ହେଲେ ଗଛରେ ଫଳ ହେବା ତ ଦୂରର କଥା ଗୋଟିଏ ଫୁଲ ବି ଧରିନାହିଁ। ଗଛଗୁଡ଼ିକ ୫ ଫୁଟ୍‌ରୁ ଊର୍ଦ୍ଧ୍ୱ ଲମ୍ବ ହୋଇଥିଲେ ହେଁ ଫୁଲ ନ ଧରିବାରୁ କେତେଜଣ ଚାଷୀ ବାଧ୍ୟ ହୋଇ ବିରି ଗୋଡ଼ାରେ ଗୋରୁ ଛାଡ଼ି ଦେଇଛନ୍ତି। ଏ ନେଇ ପାଟଣା ବ୍ଲକ୍‌ କୃଷି ଅଧିକାରୀ ପରେଶ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ଘଟଗାଁ କୃଷି ଜିଲା ଅଧିକାରୀ ସୁଧୀର ରଞ୍ଜନ ଦେହୁରୀଙ୍କ ନେତୃତ୍ୱରେ କେନ୍ଦୁଝର କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରଶାନ୍ତ କୁମାର ମାଝି ଓ ନିଗମାନନ୍ଦ ବେହେରା ମାଧପୁର ଗ୍ରାମକୁ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ସମୟରେ ଚାଷୀ ଟୁନି ମହାନ୍ତ, ବାଙ୍କୁ ମହାନ୍ତ, ରବି ମହାନ୍ତ, ଅନାମ ମହାନ୍ତ ପ୍ରମୁଖ ଅଧିକାରୀମାନଙ୍କୁ ଅନ୍ତତଃ ସେମାନଙ୍କ ମୂଲ ମଜୁରି, ସାର, ହଳ ଖର୍ଚ୍ଚ ସରକାର ଯୋଗାଇଦିଅନ୍ତୁ ବୋଲି ଦାବି କରିଛନ୍ତି। ପରେ ଖବରଦାତାଙ୍କ ପ୍ରଶ୍ନରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ କହିଛନ୍ତି, ପାଟଣା ବ୍ଲକ୍‌ର ବିରି ଚାଷ ସମସ୍ୟା ଦେଖିଛନ୍ତି। ଚାଷୀମାନେ ବେଉଷଣରେ ନ୍ୟୁଟ୍ରିଶନ ମ୍ୟାନେଜମେଣ୍ଟ ଠିକ୍‌ କରିଛନ୍ତି। ମାତ୍ର ଏହି ବିରି ବିହନ ବିୟୁଟେନ ଭେରାଇଟିର। ଏଭଳି ବିହନ ଅଧିକ ଶୀତପ୍ରବଣ ଅଞ୍ଚଳ ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶ ଅଞ୍ଚଳ ପାଇଁ ପ୍ରଯୁଜ୍ୟ। ଏଣୁ ଗଛରେ ଫୁଲ ଧରୁନାହିଁ। ଏହା ନ ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯିବ।
ଘଟଗାଁ କୃଷି ଜିଲା ଅଧିକାରୀ ଦେହୁରୀ କହିଛନ୍ତି, ପାଟଣା ସମେତ ଚମ୍ପୁଆ ବ୍ଲକ୍‌ରେ ମଧ୍ୟ ଚାଷୀ ହେକ୍ଟର ଜମିରେ ଉକ୍ତ ବିହନ ଚାଷ କରି ସମାନ ଦଶାରେ ପଡ଼ିଛନ୍ତି। ପ୍ରଭାବିତ ଚାଷୀମାନେ କିଭଳି କ୍ଷତିପୂରଣ ପାଇବେ ସେ ନେଇ ସରକାରଙ୍କୁ ଅବଗତ କରାଯିବ। ଆସନ୍ତା ବର୍ଷ ଉକ୍ତ ଗାଁକୁ ପ୍ରାଥମିକତା ଭିତ୍ତିରେ ଉତ୍କୃଷ୍ଟ କିସମର ବିହନ ଯୋଗାଇ ଦିଆଯିବ। ଟିମ୍‌ରେ ପାଟଣା ବ୍ଲକ୍‌ କୃଷି ଅଧିକାରୀ ପରେଶ କୁମାର ଦାଶ, ବର୍ଷା ବୈଶାଳୀ, କୃଷି ଅଧିଦର୍ଶକ ଅଭୟ କୁମାର ରାଉତ, ବୀରଭଦ୍ର ନାଏକ ଓ ଜଳବାୟୁ ସ୍ଥିର କୃଷି ଯୋଜନା ଅଧିକାରୀ ବଂଶୀଧର ମହାନ୍ତ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri