କମୁନି ଦୁର୍ଦ୍ଦଶା,ସରୁନି ଦୁଃଖ

କେନ୍ଦୁଝର,୭ା୪: ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ୫ ହଜାର ଟଙ୍କା ଧାର ଆଣି ଶୁଝି ନ ପାରିବା ଯୋଗୁ ୨ପୁଅଙ୍କୁ ବନ୍ଧକ ରଖି ୭ବର୍ଷ ତଳେ ଚର୍ଚ୍ଚାକୁ ଆସିଥିବା କେନ୍ଦୁଝର ଜିଲା ଚମ୍ପୁଆ ପୌରପାଳିକା ଅଧୀନ ୧ ନଂ. ଓ୍ବାର୍ଡ ଗୋଧୂଳି ଗ୍ରାମର ସାବିତ୍ରୀ ନାଏକଙ୍କ ପରିବାରକୁ ନେଇ ପୁଣି ଆଲୋଚନା ଜୋର ଧରିଛି। କରୋନା ପୁଣି ଉକ୍ତ ପରିବାରକୁ ଅସହାୟ କରିଦେଇଛି।ସେତେବେଳେ ପ୍ରଶାସନର ଉଦାରପଣିଆ ଯୋଗୁ ରାହା ପାଇଥିବା ଉକ୍ତ ପରିବାର ଏବେ ପୁଣି ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ପେଟପାଟଣା ପାଇଁ ୩ପୁଅ ପାଠପଢ଼ା ଛାଡ଼ି ମୂଲମଜୁରି ଲାଗୁଛନ୍ତି। ଦୁଃଖ ଯେମିତି ସେମାନଙ୍କ ପିଛା ଛାଡ଼ୁନି।
ସୂଚନା ଅନୁଯାୟୀ, ୨୦୧୬ ଜାନୁୟାରୀ ୨୬ରେ ଦୀର୍ଘ ବର୍ଷ ଧରି ଅସୁସ୍ଥ ଥିବା ସାବିତ୍ରୀଙ୍କ ସ୍ବାମୀ ଆଖି ବୁଜିଥିଲେ। ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଜଣେ ଲୋକ ପାଖରୁ ୫ ହଜାର ଟଙ୍କା ଧାର ଆଣିଥିଲେ। ଧାର ଅର୍ଥ ପରିଶୋଧ କରିବା ପାଇଁ ତାଙ୍କର ୨ପୁଅଙ୍କୁ ବଗାଳିଆ (ଗୋରୁ ଜଗାରଖା) କାମରେ ଲଗାଇଥିଲେ। ଯେଉଁ ବସୟରେ ଦୁଇ ଶିଶୁ ପାଠ ପଢ଼ିବା କଥା ସେହି ବୟସରେ ପର ଘରେ କାମ କରୁଥିଲେ। ଏନେଇ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ପରେ କମିଶନ ରାଜ୍ୟ ସରକାରଙ୍କୁ ଚିଠିକରି ଏଭଳି ଘଟଣା ଯେପରି ଆଗକୁ ନ ଘଟେ ସେଥିପ୍ରତି ଧ୍ୟାନଦେବାକୁ କହିଥିଲେ। ତତ୍କାଳୀନ ଜିଲାପାଳ ତିରୁମାଲା ନାୟକ ସାବିତ୍ରୀଙ୍କ ଘରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଥିଲେ। ସାବିତ୍ରୀଙ୍କୁ ଘରୋଇ କମ୍ପାନୀ ସହାୟତାରେ ଘର ଦେବା ସହ ପିଲାଙ୍କୁ ବିଦ୍ୟାଳୟରେ ପାଠ ପଢ଼ାଇବା ବ୍ୟବସ୍ଥା କରିଥିଲେ। ତେବେ ଏହା ମଧ୍ୟରେ ୭ ବର୍ଷ ବିତିଯାଇଛି। ସାବିତ୍ରୀଙ୍କ ପରିବାର ପୂର୍ବଭଳି ଆର୍ଥିକ ଅନଟନ ମଧ୍ୟରେ ରହିଛନ୍ତି। କୋଭିଡ୍‌ ପରେ ୩ ପୁଅ ପାଠ ଛାଡ଼ି ପେଟପାଟଣା ପାଇଁ କାମ କରୁଛନ୍ତି। ବଡ଼ ପୁଅ ବୁକେଶ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ସେ ଆଉ ଘରକୁ ଆସୁ ନ ଥିବା ବେଳେ କେଉଁଠି ଅଛନ୍ତି ମଧ୍ୟ ଖୋଜ ଖବର ନାହିଁ। ସାନଝିଅ ବର୍ଷା ଏବେ ଗଁା ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଛି। ଅନ୍ୟ ଦୁଇ ପୁଅ ପେଟପାଟଣା ପାଇଁ ମୂଲ ମଜୁରି ଲାଗୁଛନ୍ତି। ସେମାନେ କାମ କଲେ ଚୁଲି ଜଳୁଛି ବୋଲି ସାବିତ୍ରୀ କହିଛନ୍ତି। ଏ ନେଇ ୧ନଂ. ଓ୍ବାର୍ଡର କାଉନ୍‌ସିଲର ଛତ୍ରପତି ନାୟକ କହିଛନ୍ତି, ସେ ସମୟରେ ପ୍ରଶାସନ ପକ୍ଷରୁ ସହାୟତା ମିଳିଥିଲା। ଏବେ ସେମାନେ ଚମ୍ପୁଆ ଏନ୍‌ଏସିରୁ ସହାୟତା ପାଉଛନ୍ତି।

ନରେଶ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri