Posted inଖେଳ

ଧୋନୀ କି ଦ୍ରାବିଡ ନୁହେଁ, ଉନ୍ନତ ଅଧିନାୟିକତ୍ୱ ପାଇଁ ଏହି ବ୍ୟକ୍ତିଙ୍କୁ ଶ୍ରେୟ ଦେଲେ ହାର୍ଦ୍ଦିକ

ରାଜକୋଟ,୮।୧: ଆଇପିଏଲ ୨୦୨୨ରେ ଗୁଜରାଟ ଟାଇଟାନ୍ସକୁ ଚାମ୍ପିଅନ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛନ୍ତି। ସେବେଠାରୁ ସେ ଟିମ ଇଣ୍ଡିଆର ଅଧିନାୟକ ହେବାର ସୁଯୋଗ ପାଇଥିଲେ। ତାଙ୍କ ଅଧିନାୟିକତ୍ୱରେ ୩ଟି ଟି-୨୦ ସିରିଜ୍‌ ଭାରତ ବିଜୟୀ ହୋଇଛି। ଶ୍ରୀଲଙ୍କା ବିପକ୍ଷ ସିରିଜ ଜିତିବା ପରେ ହାର୍ଦ୍ଦିକ ତାଙ୍କ ଉନ୍ନତ ଅଧିନାୟକତ୍ୱ ଶୈଳୀ ବିଷୟରେ ଖୁଲାସା କରିଛନ୍ତି।
ସେ ଅଧିନାୟକତ୍ୱ ଟିପ୍ସ ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କିମ୍ବା କୋଚ ରାହୁଲ ଦ୍ରାବିଡଙ୍କୁ ହାର୍ଦ୍ଦିକ ଗୁଜରାଟ ଟାଇଟାନ୍ସର କୋଚ ଆଶିଷ ନେହେରାଙ୍କୁ ତାଙ୍କର ଉନ୍ନତ ଅଧିନାୟକତ୍ୱ ପାଇଁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି, ନେହେରାଙ୍କ ଯୋଗୁ ତାଙ୍କର ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇଛି। ସେ ତାଙ୍କ ଜୀବନକୁ ବହୁତ ପରିବର୍ତ୍ତନ କରିଛନ୍ତି। କ୍ରିକେଟ ବିଷୟରେ ଆମେ ଦୁହେଁ ସମାନ ଭାବରେ ଭାବୁଛୁ। ସେ ମୋତେ ଠିକ ସମୟରେ ସମର୍ଥନ ଦେଇଛନ୍ତି।
୨୦୨୧ରେ ଟି -୨୦ ବିଶ୍ୱକପ ପରେ ହାର୍ଦ୍ଦିକଙ୍କୁ ଟିମ ଇଣ୍ଡିଆରୁ ବାଦ୍‌ ପଡିଥିଲେ। ଖରାପ ଫିଟନେସ ହେତୁ ତାଙ୍କୁ ଦଳରେ ଚୟନ କରାଯାଇ ନ ଥିଲା। ଏହି ସମୟରେ ହାର୍ଦ୍ଦିକ ନିଜ ଫିଟନେସ ଉପରେ ଜୋର ଦେଇଥିଲେ। ପ୍ରଥମ ଥର ପାଇଁ ଗୁଜୁରାଟ ଟାଇଟାନ୍ସ ତାଙ୍କୁ ଅଧିନାୟକ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହାର୍ଦ୍ଦିକ ଏବଂ ନେହେରା ଏକାଠି ଚମତ୍କାର କରିଥିଲେ। ପ୍ରଥମ ସିଜନରେ ଦଳ ଚାମ୍ପିଅନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri