ଆପ୍ରୋଚ ରୋଡ୍‌ ନାହିଁ, କାମରେ ଆସୁନି ସେତୁ

ଧାମନଗର, ୫।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ଦେଇ ବହି ଯାଇଥିବା ଗେଙ୍ଗୁଟି ନଦୀ ଉପରେ ଥିବା ପୁରୁଣା ସେତୁ ଦୁବଳ ହୋଇ ପଡ଼ିବା ଓ ବନ୍ୟା ସମୟରେ ବୁଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ୧୦ କୋଟି ଟଙ୍କା ଖର୍ଚ୍ଚ କରି ଆଉ ଏକ ଉଚ୍ଚ ସେତୁ ପୁରୁଣା ପୋଲ ନିକଟରେ ନିର୍ମାଣ କଲେ। ଦୁଇବର୍ଷ ତଳୁ ନିର୍ମାଣ କାମ ସରିଥିଲେ ମଧ୍ୟ ଆଜି ଯାଏ ତାହା ସର୍ବସାଧାରଣଙ୍କ ଯାତାୟାତ ପାଇଁ ଉତ୍ସର୍ଗ ହୋଇପାରି ନାହିଁ। ଦୁଇପାର୍ଶ୍ୱ ଆପ୍ରୋଚ ରୋଡ୍‌ ନିର୍ମାଣ କରାଯାଇ ନ ଥିବାରୁ ସେତୁ କାମରେ ଆସୁନାହିଁ।
ଗେଙ୍ଗୁଟି ନଦୀରେ ବଡ଼ ବନ୍ୟା ଆସିଲେ ଏଠାରେ ଥିବା ପୁରୁଣା କଂକ୍ରିଟ ସେତୁ ବୁଡ଼ିଯାଏ। ଫଳରେ ଦୋବଲ ଜୋନ୍‌ର ୫ ପଞ୍ଚାୟତର ଲୋକେ ଧାମନଗର କିମ୍ବା ଦୋବଲ ବଜାରକୁ ଆସିପାରନ୍ତି ନାହିଁ। ବନ୍ୟା ସମୟରେ ବ୍ଲକ ହେଡକ୍ବାର୍ଟରଠାରୁ ବିଚ୍ଛିନ୍ନ ହୋଇଯାଆନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ହୋଇପାରେ ନାହିଁ। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ଏଠାରେ ଏକ ଉଚ୍ଚ ସୋପାନ ସେତୁ ପାଇଁ ତତ୍କାଳୀନ ବିଧାୟକଙ୍କୁ ଅନୁରୋଧ କରିଥିଲେ। ୨୦୧୮ ଜାନୁୟାରୀ ୩୦ରେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ୬୭ ଲକ୍ଷ ୫୫ ହଜାର ୨୪୭ ଟଙ୍କା ବ୍ୟୟ ବରାଦ ହୋଇ ୨୦୧୮ ଶେଷାର୍ଦ୍ଧରେ କାମ ଆରମ୍ଭ ହୋଇଥିଲା। ୨୦୨୧ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ହେଲେ ସେତୁର ଉଭୟପାର୍ଶ୍ୱ ଅର୍ଥାତ୍‌ ଦକ୍ଷିଣରେ କୋରକଦା ଓ ଉତ୍ତରରେ ଦୋବଲ ବଜାର ପଟେ ଆପ୍ରୋଚ ରୋଡ ନିର୍ମାଣ ନେଇ ସମସ୍ୟା ଉପୁଜିଛି। କୋରକଦା ପଟେ ପୋଲ ମୁଣ୍ଡରେ ଥିବା ବେସରକାରୀ ଜମିକୁ କିଣିବା ଲାଗି ମାଲିକଙ୍କର ପୂର୍ତ୍ତ ବିଭାଗ ସହ ବୁଝାମଣା ସରିଛି। କିନ୍ତୁ ରେଜିଷ୍ଟ୍ରେଶନରେ ସମସ୍ୟା ଯୋଗୁ ଆପ୍ରୋଚ ରୋଡ୍‌ ତିଆରି ହୋଇପାରୁ ନାହିଁ। ସେହିପରି ଉତ୍ତର ପଟେ ପୋଲ ମୁଣ୍ଡରେ ଥିବା ଜମି ମାଲିକ ଜାଗା ଦେବାକୁ ରାଜି ହେଉନାହାନ୍ତି। ପୂର୍ବତନ ତହସିଲଦାର ଓ ଧାମନଗର ଶାନ୍ତି କମିଟି ସଦସ୍ୟମାନେ ବସି ଏନେଇ ତାଙ୍କ ସହ ଆଲୋଚନା ପରେ ଜାଗା ଦେବାକୁ ରାଜି ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ହାଇକୋର୍ଟରେ ମାମଲା ରୁଜୁ କରି ଜମି ଉପରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନ କରିଦେବାକୁ ସ୍ଥଗିତାଦେଶ ଆଣିଛନ୍ତି। ସେପଟେ ଠିକାଦାର ଆଉ ଅପେକ୍ଷା ନ କରି ନିର୍ମାଣ କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପକାଇବା ଲାଗି ପୂର୍ତ୍ତ ବିଭାଗକୁ ଅନୁମତି ମାଗିଥିବା ଜଣାପଡ଼ିଛି।
ଏନେଇ ପୂର୍ବରୁ ଥିବା ତହସିଲଦାର କହିଥିଲେ, ସ୍ଥାନୀୟ ଲୋକ, ଜମି ମାଲିକ ଓ ଶାନ୍ତି କମିଟି ସଦସ୍ୟଙ୍କ ସହ ଆଲୋଚନା କରି ସମାଧାନ କରାଯିବ। ବର୍ତ୍ତମାନ ପାଇଁ ପୋଲର ଉଭୟପାର୍ଶ୍ୱରେ ମାଟି ପକାଇ ଅସ୍ଥାୟୀ ରାସ୍ତା କରିଦେଲେ ବନ୍ୟା ବେଳେ ଯୋଗାଯୋଗ ସମ୍ଭବ ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଚଳିତବର୍ଷ ଫେବୃୟାରୀରେ ଜିଲାପାଳ ପରିଦର୍ଶନ କରିବାକୁ ଆସିଥିବା ବେଳେ ୧୫ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ।  ଏହାମଧ୍ୟରେ ୪ମାସ ବିତି ଯାଇଥିଲେ ମଧ୍ୟ ସମାଧାନ ଦିଗରେ କାହାରି ଆନ୍ତରିକତା ଦେଖାଯାଉ ନାହିଁ। ତେବେ ଜିଲା ପ୍ରଶାସନ ଏଠାରେ ସେତୁ ନିର୍ମାଣ ପୂର୍ବରୁ ଆନୁଷଙ୍ଗିକ କାର୍ଯ୍ୟ ନସାରି କେଉଁ ସ୍ବାର୍ଥରେ ନିର୍ମାଣ କରିଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗକୁ ବର୍ଷା ଋତୁ ଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri