ଆପ୍ରୋଚ ରୋଡ୍‌ ନାହିଁ, କାମରେ ଆସୁନି ସେତୁ

ଧାମନଗର, ୫।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ଦେଇ ବହି ଯାଇଥିବା ଗେଙ୍ଗୁଟି ନଦୀ ଉପରେ ଥିବା ପୁରୁଣା ସେତୁ ଦୁବଳ ହୋଇ ପଡ଼ିବା ଓ ବନ୍ୟା ସମୟରେ ବୁଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ୧୦ କୋଟି ଟଙ୍କା ଖର୍ଚ୍ଚ କରି ଆଉ ଏକ ଉଚ୍ଚ ସେତୁ ପୁରୁଣା ପୋଲ ନିକଟରେ ନିର୍ମାଣ କଲେ। ଦୁଇବର୍ଷ ତଳୁ ନିର୍ମାଣ କାମ ସରିଥିଲେ ମଧ୍ୟ ଆଜି ଯାଏ ତାହା ସର୍ବସାଧାରଣଙ୍କ ଯାତାୟାତ ପାଇଁ ଉତ୍ସର୍ଗ ହୋଇପାରି ନାହିଁ। ଦୁଇପାର୍ଶ୍ୱ ଆପ୍ରୋଚ ରୋଡ୍‌ ନିର୍ମାଣ କରାଯାଇ ନ ଥିବାରୁ ସେତୁ କାମରେ ଆସୁନାହିଁ।
ଗେଙ୍ଗୁଟି ନଦୀରେ ବଡ଼ ବନ୍ୟା ଆସିଲେ ଏଠାରେ ଥିବା ପୁରୁଣା କଂକ୍ରିଟ ସେତୁ ବୁଡ଼ିଯାଏ। ଫଳରେ ଦୋବଲ ଜୋନ୍‌ର ୫ ପଞ୍ଚାୟତର ଲୋକେ ଧାମନଗର କିମ୍ବା ଦୋବଲ ବଜାରକୁ ଆସିପାରନ୍ତି ନାହିଁ। ବନ୍ୟା ସମୟରେ ବ୍ଲକ ହେଡକ୍ବାର୍ଟରଠାରୁ ବିଚ୍ଛିନ୍ନ ହୋଇଯାଆନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ହୋଇପାରେ ନାହିଁ। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ଏଠାରେ ଏକ ଉଚ୍ଚ ସୋପାନ ସେତୁ ପାଇଁ ତତ୍କାଳୀନ ବିଧାୟକଙ୍କୁ ଅନୁରୋଧ କରିଥିଲେ। ୨୦୧୮ ଜାନୁୟାରୀ ୩୦ରେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ୬୭ ଲକ୍ଷ ୫୫ ହଜାର ୨୪୭ ଟଙ୍କା ବ୍ୟୟ ବରାଦ ହୋଇ ୨୦୧୮ ଶେଷାର୍ଦ୍ଧରେ କାମ ଆରମ୍ଭ ହୋଇଥିଲା। ୨୦୨୧ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ହେଲେ ସେତୁର ଉଭୟପାର୍ଶ୍ୱ ଅର୍ଥାତ୍‌ ଦକ୍ଷିଣରେ କୋରକଦା ଓ ଉତ୍ତରରେ ଦୋବଲ ବଜାର ପଟେ ଆପ୍ରୋଚ ରୋଡ ନିର୍ମାଣ ନେଇ ସମସ୍ୟା ଉପୁଜିଛି। କୋରକଦା ପଟେ ପୋଲ ମୁଣ୍ଡରେ ଥିବା ବେସରକାରୀ ଜମିକୁ କିଣିବା ଲାଗି ମାଲିକଙ୍କର ପୂର୍ତ୍ତ ବିଭାଗ ସହ ବୁଝାମଣା ସରିଛି। କିନ୍ତୁ ରେଜିଷ୍ଟ୍ରେଶନରେ ସମସ୍ୟା ଯୋଗୁ ଆପ୍ରୋଚ ରୋଡ୍‌ ତିଆରି ହୋଇପାରୁ ନାହିଁ। ସେହିପରି ଉତ୍ତର ପଟେ ପୋଲ ମୁଣ୍ଡରେ ଥିବା ଜମି ମାଲିକ ଜାଗା ଦେବାକୁ ରାଜି ହେଉନାହାନ୍ତି। ପୂର୍ବତନ ତହସିଲଦାର ଓ ଧାମନଗର ଶାନ୍ତି କମିଟି ସଦସ୍ୟମାନେ ବସି ଏନେଇ ତାଙ୍କ ସହ ଆଲୋଚନା ପରେ ଜାଗା ଦେବାକୁ ରାଜି ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ହାଇକୋର୍ଟରେ ମାମଲା ରୁଜୁ କରି ଜମି ଉପରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନ କରିଦେବାକୁ ସ୍ଥଗିତାଦେଶ ଆଣିଛନ୍ତି। ସେପଟେ ଠିକାଦାର ଆଉ ଅପେକ୍ଷା ନ କରି ନିର୍ମାଣ କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପକାଇବା ଲାଗି ପୂର୍ତ୍ତ ବିଭାଗକୁ ଅନୁମତି ମାଗିଥିବା ଜଣାପଡ଼ିଛି।
ଏନେଇ ପୂର୍ବରୁ ଥିବା ତହସିଲଦାର କହିଥିଲେ, ସ୍ଥାନୀୟ ଲୋକ, ଜମି ମାଲିକ ଓ ଶାନ୍ତି କମିଟି ସଦସ୍ୟଙ୍କ ସହ ଆଲୋଚନା କରି ସମାଧାନ କରାଯିବ। ବର୍ତ୍ତମାନ ପାଇଁ ପୋଲର ଉଭୟପାର୍ଶ୍ୱରେ ମାଟି ପକାଇ ଅସ୍ଥାୟୀ ରାସ୍ତା କରିଦେଲେ ବନ୍ୟା ବେଳେ ଯୋଗାଯୋଗ ସମ୍ଭବ ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଚଳିତବର୍ଷ ଫେବୃୟାରୀରେ ଜିଲାପାଳ ପରିଦର୍ଶନ କରିବାକୁ ଆସିଥିବା ବେଳେ ୧୫ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ।  ଏହାମଧ୍ୟରେ ୪ମାସ ବିତି ଯାଇଥିଲେ ମଧ୍ୟ ସମାଧାନ ଦିଗରେ କାହାରି ଆନ୍ତରିକତା ଦେଖାଯାଉ ନାହିଁ। ତେବେ ଜିଲା ପ୍ରଶାସନ ଏଠାରେ ସେତୁ ନିର୍ମାଣ ପୂର୍ବରୁ ଆନୁଷଙ୍ଗିକ କାର୍ଯ୍ୟ ନସାରି କେଉଁ ସ୍ବାର୍ଥରେ ନିର୍ମାଣ କରିଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗକୁ ବର୍ଷା ଋତୁ ଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?