ପିଲାଖେଳ ନୁହେଁ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ‘ଅପରେଶନ ସିନ୍ଦୂର’କୁ ନେଇ ପ୍ରତି ଦିନ କିଛି ନା କିଛି ନୂଆ ଘଟଣା ପଦାକୁ ଆସୁଛି। ସଦ୍ୟ ବିଷୟ ଉପରେ ଦୃଷ୍ଟି ଦେଲେ ଉକ୍ତ ଅଭିଯାନ ପରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଭାରତର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଅନିଲ ଚୌହ୍ବାନ ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍‌ରି-ଲା ଡାଏଲଗ୍‌ରେ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୭ରୁ ୧୦ ଯାଏ ହୋଇଥିବା ସଂଘର୍ଷରେ ଭାରତୀୟ ଯୁଦ୍ଧ ବିମାନ ଖସିଥିଲା। କେତେ ଲଢ଼ୁଆ ବିମାନ ଖସିଛି ସେହି ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କାହିଁକି ଖସିଥିଲା ତାହା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ସେ କହିବା ବେଳେ ଭାରତର ୬ ଯୁଦ୍ଧ ବିମାନକୁ ଖସାଇଥିବା ନେଇ ପାକିସ୍ତାନ ଦାବିକୁ ଖଣ୍ଡନ କରିଛନ୍ତି। ଭାରତର ସର୍ବୋଚ୍ଚ ର଼୍ୟାଙ୍କ୍‌ର ସାମରିକ ଅଧିକାରୀଙ୍କ ଏଭଳି ସ୍ବୀକାରୋକ୍ତି ସ୍ପଷ୍ଟ କରିଦେଲା ଯେ, ଭାରତ ଅପରେଶନ ସିନ୍ଦୂରରେ ଯୁଦ୍ଧ ବିମାନ ହରାଇଛି। ଏଥିରେ କେହି ବ୍ୟତିବ୍ୟସ୍ତ ହେବାର କାରଣ ନାହିଁ। ଯୁଦ୍ଧରେ ଉଭୟ ପକ୍ଷର କ୍ଷତି ଘଟିବା ସ୍ବାଭାବିକ। ଉଦାହରଣ ସ୍ବରୂପ, ଜୁନ୍‌ ୧ରେ ଛୋଟିଆ ଦେଶ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ବିରାଟକାୟ ରାଷ୍ଟ୍ର ରୁଷିଆର ୪୦ରୁ ଅଧିକ ଲଢ଼ୁଆ ବିମାନ ଏକସଙ୍ଗେ ଧ୍ୱଂସ ପାଇଗଲା। ଲକ୍ଷ୍ୟ କରିବାର କଥା ଯେ, ଏହି କ୍ଷତିକୁ ତତ୍‌କ୍ଷଣାତ୍‌ ରୁଷିଆ ସରକାର ଗଣମାଧ୍ୟମରେ ସ୍ବୀକାର ମଧ୍ୟ କରିଛି। ଆଧୁନିକ ଯୁଗରେ ଅସତ୍ୟର ଆଶ୍ରୟ ନେଲେ ଧରାପଡ଼ିଯିବାର ସମ୍ଭାବନା ଅଧିକ। ଅପରପକ୍ଷରେ ଦେଶବାସୀ ଏବଂ ବାହାର ଲୋକଙ୍କ ପାଇଁ ସତ୍ୟ ସ୍ବୀକାର କଲେ ସମ୍ମାନହାନି ହୁଏ ନାହିଁ ବୋଲି ରୁଷିଆ ପ୍ରକାଶ କରିଛି।

ଅପରେଶନ ସିନ୍ଦୂର ପରେ କେନ୍ଦ୍ର ସରକାର କହୁଥିଲେ ଯେ, ଭାରତ ପଟରେ କୌଣସି ଅସୁବିଧା ହୋଇ ନାହିଁ, ବରଂ ପାକିସ୍ତାନ ଅନେକ ମାତ୍ରାରେ କ୍ଷତି ସହିଛି। କିନ୍ତୁ ସେହି ସାମରିକ କାର୍ଯ୍ୟାନୁଷ୍ଠାନକୁ ଯେତିକି ଦିନ ବିତୁଛି ନୂଆ ନୂଆ କଥାସବୁ ପଦାକୁ ଆସୁଛି। ସିଡିଏସ୍‌ ଜେନେରାଲ ଚୌହ୍ବାନଙ୍କ ପୂର୍ବରୁ ୨୯ ମେ’ରେ ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବ୍ୟବସାୟିକ ସମ୍ମିଳନୀରେ କହିଥିଲେ, ପ୍ରତିରକ୍ଷା ସାମଗ୍ରୀ ସଂକ୍ରାନ୍ତରେ ଚୁକ୍ତି ସ୍ବାକ୍ଷର ହେଉଥିଲେ ମଧ୍ୟ ସେଗୁଡ଼ିକ ଠିକ୍‌ ସମୟରେ ପହଞ୍ଚତ୍ପାରୁ ନାହିଁ। ଏଥିରୁ ଏହା ବୁଝି ହେଉଛି ଯେ, ଭାରତ ତା’ର ସାମରିକ ଶକ୍ତିକୁ ଦର୍ଶାଇବାକୁ ଯାଇ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ସେଥିରେ ସବୁକିଛି ଠିକ୍‌ ଠାକ୍‌ ଚାଲିନାହିଁ। ଏଥିରୁ ଖିଅ ଟାଣି ଚିନ୍ତା କରାଗଲେ ଯେଉଁ ପ୍ରସଙ୍ଗ ନୂଆ ଆଲୋଚନାର ଅପେକ୍ଷା ରଖୁଛି ତାହା ହେଲା ରାଜନୈତିକ ବ୍ୟାଖ୍ୟାନ ସହିତ ସାମରିକ ବାହିନୀର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କ କଥାରେ ପାର୍ଥକ୍ୟ ଦୃଶ୍ୟମାନ ହେଉଛି। ହୁଏତ ସେଥିପାଇଁ ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଏବେ ଜେହାଦୀ, ପାକିସ୍ତାନୀ ଏବଂ ମୁସଲମାନଙ୍କୁ ବିରୋଧ କରିବା ପରିବର୍ତ୍ତେ ଅନେକ ଦେଶପ୍ରେମୀ ବାୟୁସେନା ମୁଖ୍ୟ ଓ ସିଡିଏସ୍‌ଙ୍କୁ କଟୁ ସମାଲୋଚନା ଆରମ୍ଭ କଲେଣି।
ଜେନେରାଲ ଅନିଲ ଚୌହ୍ବାନଙ୍କ ବିବୃତି ପରେ ସେହି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ସର୍ବୋଚ୍ଚ ସେନା ଅଧିକାରୀଙ୍କ ମନ୍ତବ୍ୟ ପ୍ରଥମେ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଜଣାଇବା ପୂର୍ବରୁ ଭାରତର ସଂସଦ ବା ନାଗରିକଙ୍କୁ ଜଣାଇବାର ଥିଲା। ଏଠାରେ ମନେରଖିବାକୁ ହେବ ଯେ, ଭାରତର ଅଧିକାଂଶ ଗଣମାଧ୍ୟମ ଏବେ ସରକାର ବିରୋଧୀ ମନ୍ତବ୍ୟ ପ୍ରକାଶ କରିବା ପାଇଁ ଭୟ କରୁଛନ୍ତି। ସେମାନଙ୍କ ଭୟ ମଧ୍ୟ ସ୍ବାଭାବିକ। କାରଣ ଯୁଦ୍ଧ ବାତାବରଣରେ କୌଣସି ଅଖାଡୁଆ ମନ୍ତବ୍ୟ ପ୍ରକାଶ କରିଦେଲେ ତାହା ରାଷ୍ଟ୍ର ବିରୋଧୀ ବୋଲି ବିବେଚିତ ହେଉଛି। ସମ୍ଭବତଃ ସେଥିପାଇଁ ସିଡିଏସ୍‌ ଜେନେରାଲ ଚୌହାନ, ଯିଏକି ଏହି ସରକାର ଦ୍ୱାରା ସେହି ପଦବୀ ପାଇଁ ମନୋନୀତ ହୋଇଛନ୍ତି, ସୁଯୋଗ ଦେଖି ସ୍ପଷ୍ଟ ମତ ଦେଇଛନ୍ତି। ଓଡ଼ିଆରେ ଢଗ ଅଛି- ‘ସ୍ଥାନ କାଳ ପାତ୍ର’। ବୁଦ୍ଧିଆ ଲୋକ ନିଶ୍ଚିତ ଭାବରେ ପରିସ୍ଥିତିକୁ ଲକ୍ଷ୍ୟ କରି ନିଜର କାର୍ଯ୍ୟ କରିଥାନ୍ତି। ସେଥିପାଇଁ ଜେନେରାଲ ଚୌହାନଙ୍କ ଅଭିଜ୍ଞତାକୁ ସମ୍ମାନ ଦେଇ ସ୍ବୀକାର କରିବାକୁ ହେବ ଯେ, ତାଙ୍କର ସାମରିକ ଜ୍ଞାନ ତୁଳନାରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ଜ୍ଞାନ ଗୋଟିଏ ସ୍ତରର କେବେହେଲେ ହୋଇ ନ ଥିବ। ତେଣୁ ଆଧୁନିକ ଯୁଗରେ ସତ୍ୟର ଆଶ୍ରୟ ନେବା ହେଉଛି ବୁଦ୍ଧିମାନର କାର୍ଯ୍ୟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀର ଗୋଏବେଲ୍ସ ଅନେକ ମିଥ୍ୟା ପ୍ରଚାର କରିଚାଲିଥିଲେ। ସେହି ପ୍ରବଳ ଅସତ୍ୟର ଆଶ୍ରୟ ନେବା ଫଳରେ ତାଙ୍କର ନେତା ଆଡଫ୍‌ ହିଟଲରଙ୍କ ପାଖରେ ଯୁଦ୍ଧର ଦୈନନ୍ଦିନ ବାସ୍ତବ ଚିତ୍ର ପହଞ୍ଚି ପାରିଲା ନାହିଁ। ସେତେବେଳର ଶକ୍ତିଶାଳୀ ଜର୍ମାନୀ ଏବଂ ତା’ର ସହଯୋଗୀ ଦେଶଗୁଡ଼ିକର ପରିସ୍ଥିତି କେଉଁ ମୋଡ଼ ନେଲା ତାହା ମାନବ ଇତିହାସରେ ସବୁବେଳେ ଲିପବଦ୍ଧ ହୋଇ ରହିବ। ଆଜିର ଯୁଗ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ ମଧ୍ୟରେ ଅନେକ ଅନ୍ତର ସୃଷ୍ଟି ହୋଇଗଲାଣି। ବିଶ୍ୱ ଶକ୍ତି ଭାବେ ପରିଚିତ ଥିବା ଆମେରିକା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୋରିଆ, ଭିଏଟ୍‌ନାମ, ଇରାକ ଏବଂ ଆଫଗାନିସ୍ତାନ ଭଳି ସବୁ ଯୁଦ୍ଧରେ ପରାଜୟ ସ୍ବୀକାର କରୁଛି। ସେହିଭଳି ଦ୍ୱିତୀୟ ବିଶ୍ୱଶକ୍ତି ଭାବେ ପୂର୍ବରୁ ପରିଚିତ କମ୍ୟୁନିଷ୍ଟ ସୋଭିଏଟ୍‌ ରୁଷିଆ ତା’ର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଲାଙ୍ଗୁଡ଼ଯାକି ଯେଉଁଭଳି ପରାଜୟ ବରଣ କଲା, ତାହା ସମସ୍ତେ ଜାଣନ୍ତି। ଯୁଦ୍ଧର ଆଖ୍ୟା, ପରିସୀମା ଓ ଚରିତ୍ରରେ ପରିବର୍ତ୍ତନ ଘଟିଲାଣି। ଭାରତୀୟମାନେ କେବେହେଲେ ନିଜ ଦୁଆରମୁହଁରେ ଯୁଦ୍ଧ ଦେଖିନାହାନ୍ତି। ଆମ ପାଇଁ ଅରୁଣାଚଳ, କାର୍ଗିଲ କିମ୍ବା କଶ୍ମୀରରେ ଯୁଦ୍ଧ ହୋଇଥାଏ। ମନେରଖିବାକୁ ହେବ ଯେ ବଡ଼ବଜାର, ଶହୀଦ ନଗର, ଛତ୍ରବଜାର, ବଡ଼ଦାଣ୍ଡ କିମ୍ବା ଅଇଁଠାପଲିରେ ଯୁଦ୍ଧର ସମ୍ଭାବନା ଆମ ଚିନ୍ତା ବାହାରେ। ସେଥିପାଇଁ ଆଜି ଯେଉଁ ଭାରତୀୟମାନେ ଜେନେରାଲ ଚୌହାନଙ୍କୁ ଅଭଦ୍ର ଭାଷା ବ୍ୟବହାର କରି ଗାଳିଗୁଲଜ କରୁଛନ୍ତି, ସେମାନେ ମନେରଖିବା ଦରକାର ଯେ ଯୁଦ୍ଧ କେବେ ହେଲେ ପିଲାଙ୍କ ଖେଳ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?