ଖାଦ୍ୟ ପାଇଁ ଯାଉଥିବାବେଳେ ଗୁଳି: ୩୨ ମୃତ

ରାଫାହ,୨ା୬: ଗାଜା ଷ୍ଟ୍ରିପ୍‌ର ଏକ ସହାୟତା କେନ୍ଦ୍ରରୁ ଭୋକିଲା ଲୋକମାନେ ରବିବାର ଖାଦ୍ୟ ସଂଗ୍ରହ କରୁଥିବାବେଳେ ଇସ୍ରାଏଲ୍‌ ସେନା ଆକ୍ରମଣ କରିବାରୁ ଅନୂ୍ୟନ ୩୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୭୦ ଜଣ ଆହତ ହୋଇଛନ୍ତି। ଆମେରିକାର ଏକ ଘରୋଇ ସଂଗଠନ ପକ୍ଷରୁ ମାନବୀୟ ସହାୟତା କେନ୍ଦ୍ର ଚାଲିଥିବାବେଳେ ଏହାର ୧ କିଲୋମିଟର ଦୂରରୁ ଇସ୍ରାଏଲୀ ସୈନ୍ୟ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।
ସହାୟତା କେନ୍ଦ୍ରରେ ଲୋକଙ୍କୁ ହତ୍ୟା ଘଟଣାରୁ ଉକ୍ତ ଅଞ୍ଚଳ ମାନବୀୟ ସହାୟତା କେନ୍ଦ୍ର ନୁହେଁ ବରଂ ଗଣହତ୍ୟାର ଯନ୍ତାରେ ପରିଣତ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ଗାଜାର ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ କହିଛି। ଯୁଦ୍ଧର ଏକ କୌଶଳ ଭାବେ ସହାୟତାର ବ୍ୟବସ୍ଥିତ ଓ ଦୁର୍ଭାବନାପୂର୍ଣ୍ଣ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି। ଭୋକିଲା ଲୋକଙ୍କୁ ବ୍ଲାକ୍‌ମେଲ୍‌ କରି ସେମାନଙ୍କ ହତ୍ୟା ପଏଣ୍ଟକୁ ଆସିବା ପାଇଁ ବାଧ୍ୟ କରାଯାଉଛି। ଉକ୍ତ ଅଞ୍ଚଳକୁ ସେନା ନିୟନ୍ତ୍ରଣରେ ରଖାଯାଇଛି। ଏଭଳି ଅପରାଧ ପାଇଁ ଆମେରିକା ପ୍ରଶାସନ ନୈତିକତା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଦାୟୀ ବୋଲି ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ସପ୍ତାହେରୁ କମ୍‌ ସମୟ ମଧ୍ୟରେ ଆମେରିକା ସମର୍ଥତ୍ତ ସହାୟତା କେନ୍ଦ୍ରରେ ୩୯ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଲାଣି। ରାଫାହରେ କ୍ଷୁଧିତ ଲୋକଙ୍କୁ ହତ୍ୟା ଘଟଣାକୁ ପପୁଲାର ଫ୍ରଣ୍ଟ ଫର୍‌ ଦି ଲିବରେଶନ ଅଫ୍‌ ପାଲେଷ୍ଟାଇନ୍‌ ନିନ୍ଦା କରିଛି। ଅନ୍ତର୍ଜାତୀୟ ସଲାସୁତୁରା ଏବଂ ଆମେରିକାର ଯୋଗଦାନରେ ଏହି ଗଣହତ୍ୟା କରାଯାଉଥିବା ଉକ୍ତ ସଂଗଠନ କହିଛି। ଗାଜାରେ ଗଣହତ୍ୟାକାରୀ ଯୁଦ୍ଧରେ ଇସ୍ରାଏଲ୍‌କୁ ସହାୟତା କରୁଥିବା ଆମେରିକା ସମର୍ଥତ୍ତ ଫାଉଣ୍ଡେଶନକୁ ଜାତିସଂଘ ଏବଂ ବିଭିନ୍ନ ସହାୟତା ପ୍ରଦାନକାରୀ ସଂସ୍ଥା ସହଯୋଗ କରିବାକୁ ମନା କରିଦେଇଛନ୍ତି। ଗାଜା ଏବେ ପୃଥିବୀର ସବୁଠୁ କ୍ଷୁଧାର୍ତ୍ତ ସ୍ଥାନ ପାଲଟିଥିବାବେଳେ ପାଲେଷ୍ଟିନୀୟମାନେ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ଜାତିସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri