ବଦଳାଯାଉନି ପୁରୁଣା ପାଇପ୍‌

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ମେଗା ପାନୀୟ ଜଳପ୍ରକଳ୍ପ କାର୍ଯ୍ୟରେ ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ନୂଆ ପାଇପ୍‌ ବଦଳରେ ପୂରୁଣା ପାଇପ୍‌ ପକା ଯାଉଥିବା ଅଭିଯୋଗ ଉଠିଛି । ସାଧାରଣତଃ ଜଙ୍କସନ ସ୍ଥାନରେ ଏପରି ଅନିୟମିତତା କରାଯାଉଛି । ନୟାଗଡ଼ ସହରର ଯଯାଙ୍ଗିସାହି ମଙ୍ଗଳା ମନ୍ଦିର, ଯଦୁମଣି ନଗର, ମଧୁସୂଦନ ନଗର ପରି ଅନେକ ସ୍ଥାନରେ ପୁରୁଣା ପାଇପ୍‌ ପକାଇ ଅନିୟମିତତା ଚାଲିଛି । ସେହିଭଳି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସହରର ଗଳି କନ୍ଦି ରାସ୍ତାଠାରୁ ଆରମ୍ଭ କରି ସବୁ ସ୍ଥାନ ୩ରୁ ୪ମାସ ହେଲା ପାଇପ୍‌ ପଡି ସାରିଲାଣି । ପାଇପ୍‌ ପଡି ସାରିବା ପରେ ମାଟି ପକାଇ ଉଚ୍ଚା କରି ରଖା ଯାଇଛି । ରାସ୍ତା ଉପରେ ସିମେଣ୍ଟ ଅଥବା ମାଟି ପଡୁ ନ ଥିବାରୁ ସହରର ବିଭିନ୍ନ ରାସ୍ତା ମରଣଯନ୍ତା ପାଲଟିଛି । ପୁଣି ରାସ୍ତା ମରାମତି ଠିକ୍‌ରେ ହେଉ ନ ଥିବା ଅଭିଯୋଗ ଉଠିଛି । ନୟାଗଡ଼ ପୁରୁଣା ସହରର ପୁରୁଣା ରାଜବାଟି ସାହିକୁ ପଡ଼ିଥିବା ରାସ୍ତା କଡରେ ଅନେକ ସ୍ଥାନରେ ଡ୍ରେନ ଭାଙ୍ଗି ଯାଇଛି । ହେଲେ ଏହାକୁ ମରାମତି କରାଯାଉନି ା ପାଇପ୍‌ ବିଛାଇବା କାର୍ଯ୍ୟ, ରାସ୍ତା ଖନନ ଓ ମରାମତି କାମ ଓ ରାସ୍ତା ମରାମତି ବେଳେ ଉଚ୍ଚ କୋଟିର କାମ କରିବାକୁ ଜିଲା ପରିଷଦ ବୈଠକ, ରଥଯାତ୍ରା ପ୍ରସ୍ତୁତି ବୈଠକ, ନୟାଗଡ଼ ନିର୍ବାଚନମଣ୍ଡଳୀର ବୈଠକ ପରି ବିଭିନ୍ନ ବୈଠକରେ ଆଲୋଚନା ହେଉଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି । ଏଭଳିସ୍ଥଳେ କେବଳ ରାସ୍ତାକୁ କାମ ଚଳା ନୀତିରେ ମରାମତି କରାଯାଇଥିବାରୁ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ସେହିପରି ଜଗନ୍ନାଥ ମନ୍ଦିରଠାରୁ ଡିଆରଡିଏ ରୋଡର ହାତିଆ ଶିଳା ମଠ ନିକଟସ୍ଥ କଲଭର୍ଟ ପାଖରେ କଂକ୍ରିଟ ରାସ୍ତାରେ ପାଇପ୍‌ ଯାଇଥିଲେ ମଧ୍ୟ ରାସ୍ତାକୁ ମରାମତି ନ କରି ବିପଦସଙ୍କୁଳ ଭାବେ ଛାଡି ଦିଆଯାଇଛି । ଏଠାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ପୁଣି ପିଚୁ ଓ ସମେଣ୍ଟ କଂକ୍ରିଟ ପରି ରାସ୍ତା ଉପରେ ପାଇପ୍‌ ପଡିଥିବା ଅଂଶରେ ମାଟି ଗଦା ରହିଥିଲେ ମଧ୍ୟ ଏହାକୁ ତୁରନ୍ତ ସଫେଇ ନ କରି ପିଚୁ ଅଥବା ସିମେଣ୍ଟ କରାଯାଉନି । କାମର କଚ୍ଛପ ଗତି ଯୋଗୁ ସହରବାସୀ ନର୍କ ଯନ୍ତ୍ରଣା ଭୋଗୁଛନ୍ତି । ଏପରି କି ଦୁର୍ଘଟଣା ବଢ଼ୁଛି । ଏହାର ନିରାକରଣ କରିବାକୁ ଦାବି ହେଉଛି । ଏନେଇ ନୟାଗଡ ଜନସ୍ବାସ୍ଥ୍ୟ ସବ୍‌ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ଦୁର୍ଯ୍ୟୋଧନ ସାହୁ କୁହନ୍ତି, ସବୁଆଡେ ନୂଆ ପାଇପ ପଡିବ । ଯଦି କେଉଁଠାରେ ପୁରୁଣା ପାଇପ୍‌ ପଡୁଛି ଅବଗତ କରାଗଲେ ଏହାର ତଦନ୍ତ କରି ନୂଆ ପାଇପ୍‌ ପକାଯିବ। କାମ ଶୀଘ୍ର ଶେଷ କରିବାକୁ ପ୍ରଚେଷ୍ଟା ଜାରି ରହିଛି । ସହରର ବିଭିନ୍ନ ରାସ୍ତା ମରାମତି ଚାଲିଛି । କିଛି ଦିନ ଭିତରେ ସେହି କାମ ଶେଷ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ନୋଟ୍‌ ଦେଇ କିଣୁଥିଲେ ବାଇକ୍, ଧରିଲା ବରଗଡ଼ ପୋଲିସ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଜାଲ ନୋଟ୍ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନୀ ଅନୁଯାୟୀ, ବରଗଡ ବ୍ୟାଙ୍କ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?