୭ବର୍ଷ ପରେ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନି

ଝାରସୁଗୁଡ଼ା,୭।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି, ହେଲେ ବି ଫଳ ଶୂନ। ନା ଶେଷ ହେଉଛି ପ୍ରକଳ୍ପ, ନା ମିଳୁଛି ସ୍ବଚ୍ଛ ପାଣି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବା ୭ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ଘରେ ପହଞ୍ଚତ୍ ନାହିଁ ପାଣି। ଫଳରେ ଏବେ ଗାଁଠୁ ସହର ସବୁଠି ପାଣି ସମସ୍ୟା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି।
ଝାରସୁଗୁଡା ଜିଲାର ପ୍ରତେକ ଗାଁରେ ଘରକୁ ଘର ଜଳ ଯୋଗାଣ ପାଇଁ ୩ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ସମସ୍ତ ପ୍ରକଳ୍ପର ନିର୍ଦ୍ଧାରିତ ସମୟ ସୀମା ଶେଷ ହୋଇ ସାରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଲଖନପୁର ବ୍ଲକର ୧୭ଟି ପଞ୍ଚାୟତକୁ ଜଳ ଜୀବନ ମିଶନ ଯୋଜନାରେ ମେଗା ପାନୀୟ ଜଳ ଯୋଗାଣ ପାଇଁ ୨୦୧୮ ଜୁନ୍‌ ୨୭ରେ ଚୁକ୍ତିନାମା ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୭ଟି ପଞ୍ଚାୟତର ୬୫ଟି ଗାଁରେ ପାଣି ପହଞ୍ଚତ୍ବ। ଏଥିପାଇଁ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇ ୨୦୨୩ ସେପ୍ଟେମ୍ବର ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଧାର୍ଯ୍ୟ ହୋଇଥିଲା। ସେହିପରି ଲଖନପୁର ବ୍ଲକର ଆଉ ୧୬ଟି ପଞ୍ଚାୟତର ୭୯ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନା ପାଇଁ ୨୦୧୯ ଅଗଷ୍ଟ ୨୧ରେ ଚୁକ୍ତିନାମା ହୋଇଥିଲା। ୧୨୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ୨୦୨୩ ଅଗଷ୍ଟ ସୁଦ୍ଧା ଶେଷ ହେବା ଲକ୍ଷ୍ୟ ଥିଲା। ସେହିପରି ୩୨୭ କୋଟି ଟଙ୍କା ବ୍ୟୟରେ ଜିଲାର ଅନ୍ୟ ୪୨ଟି ପଞ୍ଚାୟତର ୧୯୪ଟି ଗାଁକୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ୨୦୧୯ ଅଗଷ୍ଟ ୨୧ରେ ଚୁକ୍ତିନାମା ହୋଇଥିବା ବେଳେ ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ ହେବାର ଥିଲା। ୩ଟି ପ୍ରକଳ୍ପର ଅବଧି ଶେଷ ହୋଇଥିଲେ ହେଁ ଗୋଟିଏ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ। ବର୍ଷ ପରେ ବର୍ଷ ବିତୁଛି ହେଲେ ଶେଷ ହେଉ ନାହିଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। କେଉଁଠି ପାଇପ ପୋତାଯାଇଛି ତ କେଉଁଠି କେବଳ ଟେପ ସଂଯୋଗ ହୋଇଛି। କେତେକ ଗାଁରେ ଟାଙ୍କି ନିର୍ମାଣ ହୋଇଥିବାବେଳେ କେଉଁଠି ପାଇପ୍‌ ସଂଯୋଗ ପାଇଁ କେବେଳ ଗାତ ଖୋଳି ଛାଡି ଦେଇଛନ୍ତି ଠିକାଦାର। ବର୍ଷ ବର୍ଷ ଧରି ସଂଯୋଗ ହୋଇଥିବା ପାଇପ୍‌ଗୁଡିକରେ କଳଙ୍କି ଲାଗିଲାଣି। ଫଳରେ ଆଜି ବି ଲୋକେ ସ୍ବଚ୍ଛ ପାନୀୟ ଜଳ ନ ପାଇ ହଇରାଣ ହେଉଛନ୍ତି। ସକାଳ ହେଲେ ମହିଳାମାନେ ବାଧ୍ୟ ହୋଇ ଗରା ବାଲ୍ଟି ଧରି ନଳକୂଅକୁ ଯାଉଛନ୍ତି। ତେବେ ଖରା ଦିନେ ନଳ କୂଅଗୁଡିକରୁ ମଧ୍ୟ ପାଣି ଶୁଖିଯାଏ, ଯେଉଁଥି ପାଇଁ ବେଶ ହଇରାଣ ହୁଅନ୍ତି ଝାରସୁଗୁଡା ଜନସାଧାରଣ। ଶୀଘ୍ର ପ୍ରକଳ୍ପ କାମ ଶେଷ କରି ଘରକୁ ଘର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ମହିଳାମାନେ ଦାବି କରିଛନ୍ତି। ଏ ନେଇ ଝାରସୁଗୁଡ଼ା ଜିଲାପାଳ କହିଛନ୍ତି ପ୍ରତି ସପ୍ତାହରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମୀକ୍ଷା କରାଯାଉଛି। ଲଖନପୁର ପ୍ରୋଜେକ୍ଟ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଥିବାବେଳେ ଝାରସୁଗୁଡ଼ା ପ୍ରକଳ୍ପ ମଧ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri