ପ୍ରହସନ ନୁହେଁ ତ

ସୌଭାଗ୍ୟ ରଞ୍ଜନ ମହାନ୍ତି

 

ନିକଟରେ ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବ୍ଲକସ୍ତରରୁ ଆରମ୍ଭ କରି ଲୋକସେବା ଭବନରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ସଚିବ, ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତି ନ କରିବା ଲାଗି ଶପଥ ନେଇଛନ୍ତି। ମାତ୍ର ଦୁର୍ନୀତି କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ସବୁଠୁ ଉଦ୍‌ବେଗର ଘଟଣା ହେଉଛି ଯେ, ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟରେ ଲାଞ୍ଚ ନେବା ଏବଂ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଇଞ୍ଜିନିୟର, କିରାଣି ପର୍ଯ୍ୟନ୍ତ ୬ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ଧରିବା ସହ କୋଟି କାଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ କରିଛି। ଗତ ୨୦୧୮ରୁ ୨୦୨୩ ମଧ୍ୟରେ ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ଅଢେଇ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ୯୦୦ରୁ ଊର୍ଦ୍ଧ୍ୱ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ପ୍ରାୟ ୫୯୭ କୋଟିରୁ ଅଧିକ ଟଙ୍କାର ବେଆଇନ ସମ୍ପତ୍ତି ଜବତ ହୋଇଛି। ସେହିପରି ଚଳିତ ବର୍ଷ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୧୦ମାସ ମଧ୍ୟରେ ୩୦୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଯେଉଁମାନଙ୍କ ମଧ୍ୟରେ ୩୮ ପ୍ରଥମ ଶ୍ରେଣୀ କର୍ମଚାରୀ, ୩୭ ଜଣ ଦ୍ୱିତୀୟ ଶ୍ରେଣୀ, ୧୬୧ ଜଣ ତୃତୀୟ ଶ୍ରେଣୀ ଓ ୭ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନ୍ତର୍ଭୁକ୍ତ । ଆହୁରି ମଧ୍ୟ ୪୮ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଅର୍ଥାତ୍‌ ଇଞ୍ଜିନିୟର ଏବଂ ୭୪ଜଣ ବାହାର ବ୍ୟକ୍ତି ଅଛନ୍ତି। ଏଥିରୁ ଦୁର୍ନୀତିର ଚେର ଯେ ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ବ୍ୟାପିଛି, ଏହା ନିଃସନ୍ଦେହରେ କୁହାଯାଇପାରେ।
ରାଜ୍ୟରେ ବିଭିନ୍ନ ସ୍ତରରେ ଦୁର୍ନୀତିର ମୂଳୋପତ୍ାଟନ ପାଇଁ ଭିଜିଲାନ୍ସଠାରୁ ଆରମ୍ଭ କରି ବହୁ ସଂସ୍ଥା ରହିଛି। ଆଇନ ମଧ୍ୟ ଅଛି। ଏହା ସତ୍ତ୍ୱେ ଦୁର୍ନୀତି ବଢିଚାଲିଛି। ଆଇନକୁ ଯେପରି ସେମାନଙ୍କର ପରବାୟ ନାହିଁ। ରାଜ୍ୟ ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତାର ପ୍ରଦର୍ଶନ କରିବା ସହ ଗତ ୫ ବର୍ଷ ମଧ୍ୟରେ ୧୧ଶହ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ କେତେକଙ୍କ ଅବସରକାଳୀନ ପେନ୍‌ସନ ଏବଂ ସରକାରୀ ସୁବିଧା ସୁଯୋଗ ବନ୍ଦ କରିଦିଆଯାଇଛି। ଏହା ସତ୍ତ୍ୱେ ଦୁର୍ନୀତିଗ୍ରସ୍ତଙ୍କ ଉପରେ ଆଇନ କିମ୍ବା ସରକାରଙ୍କର କଠୋର ଆଭିମୁଖ୍ୟର କୌଣସି ପ୍ରଭାବ ପଡୁଥିବା ମନେ ହୁଏ ନାହିଁ। ଦିନକୁ ଦିନ ଦୁର୍ନୀତିଗ୍ରସ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହା ନିଶ୍ଚିତ ଯେ, ଦୁର୍ନୀତିଗ୍ରସ୍ତଙ୍କ ସଂଖ୍ୟା ଯେଉଁ ମାତ୍ରାରେ ବଢୁଛି, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)ର ଚଢାଉ ଅଭିଯାନ ମଧ୍ୟ ସେତିକି ତୀବ୍ର ହେଉଛି। ଭିଜିଲାନ୍ସର ଚଢ଼ାଉ ଏବେ ଦୈନିକ ଗଣମାଧ୍ୟମର ମୁଖ୍ୟ ଶିରୋନାମା ପାଲଟିଛି କହିଲେ ଭୁଲ୍‌ ହେବ ନାହିଁ। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମାମଲା ରୁଜୁ କରୁଛି, ସେମାନଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଉଛି। ସେମାନଙ୍କ ଦ୍ୱାରା ଅର୍ଜିତ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ କରୁଛି। ମାତ୍ର ଅଦାଲତରେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦଣ୍ଡବିଧାନ ହାର ଅତିନଗଣ୍ୟ, ଅଦାଲତରେ ମଧ୍ୟ ଭିଜିଲାନ୍ସର ବଳିଷ୍ଠ ପ୍ରମାଣ ଅଭାବରୁ ବହୁ ଦୁର୍ନୀତିଗ୍ରସ୍ତ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି। ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ, ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଦଣ୍ଡବିଧାନ ହାର ମାତ୍ର ୩ ପ୍ରତିଶତ ରହିଛି। ଅଥଚ ଦୁର୍ନୀତିଗ୍ରସ୍ତଙ୍କଠାରୁ ଚଢାଉ ସମୟରେ ଜବତ ବେଆଇନ ସମ୍ପତ୍ତି ରିପୋର୍ଟରେ ଆଖିଖୋସି ହୋଇଯାଉଛି। କେତେକ କ୍ଷେତ୍ରରେ ମଧ୍ୟ ଭିଜିଲାନ୍ସ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଅଦାଲତରେ ଅଭିଯୋଗ ଫର୍ଦ୍ଦ (ଚାର୍ଜଶିଟ୍‌) ଦାଖଲ କରି ନ ପାରିବା ଯୋଗୁ ମାମଲା ଖାରଜ ହୋଇଥିବା ବହୁ ନଜୀର ରହିଛି। ଭିଜିଲାନ୍ସର ଚଢାଉ ଓ ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କୁ ଗିରଫ କରି ସେମାନଙ୍କୁ ଜେଲକୁ ପଠାଇବା ସ୍ବାଗତଯୋଗ୍ୟ। ମାତ୍ର ଅଦାଲତରେ ସେମାନଙ୍କୁ ଦୋଷୀସାବ୍ୟସ୍ତ କରିବ ପାଇଁ ବଳିଷ୍ଠ ପ୍ରମାଣ ସହ ତତ୍ପରତା ପ୍ରକାଶ ନ କରିବା ରହସ୍ୟ କ’ଣ ବୁଝାପଡୁନାହିଁ। ଭିଜିଲାନ୍ସ ଯଦି ଲୋକଦେଖାଣିଆ ଭାବେ କେବଳ ଚଢାଉ କରେ, ମାତ୍ର ଅଦାଲତରେ ସେମାନଙ୍କୁ ଦଣ୍ଡିତ କରିବାରେ ବିଫଳ ହୁଏ, ଦୁର୍ନୀତି ବଢିବ ସିନା କମିବ ନାହିଁ ଏବଂ ଦୁର୍ନୀତି ନିବାରଣ ସପ୍ତାହ ପାଳନ, ଶପଥ ଗ୍ରହଣ କେବଳ ପ୍ରହସନ ବୋଲି କହିଲେ ହୁଏତ ଅତିରଞ୍ଜିତ ହେବ ନାହିଁ।
ମୋ:୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?