Posted inଫୁରସତ

ନାଷ୍ଟ୍ରେଦମସଙ୍କ ବଡ଼ ବଭିଷ୍ୟବାଣୀ, ୨୦୨୫ରେ ଏହି ୬ ରାଶି ଉପରେ ପଡିବ ଅଧିକ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ବର୍ଷ ୨୦୨୪ ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ୨୦୨୫ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ତେବେ ୨୦୨୫କୁ ନେଇ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି ଭବିଷ୍ୟତବକ୍ତା ନେଷ୍ଟ୍ରାଦମସ । ଜ୍ୟୋତିଷ ତଥା ଚିକିତ୍ସକ ମିସେଲ ଡି ନୋଷ୍ଟ୍ରାଦମସ ଆଡଲଫ ହିଟଲରର ଉଦୟ, ଜଳବାୟୁ ପରିବର୍ତ୍ତନ, କ୍ରାନ୍ତି, ଯୁଦ୍ଧ, ଆମେରିକାର ୯/୧୧ ଆକ୍ରମଣ ଏବଂ କରୋନା ମହାମାରୀ ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଭବିଷ୍ୟତବାଣୀ କରିଥିଲେ, ଯାହା ସତ ପ୍ରମାଣିତ ହୋଇଛି । ୨୦୨୫ରେ ନେଷ୍ଟ୍ରାଦମସ ଏହି ୬ରାଶି ପାଇଁ ଭବିଷ୍ୟବାଣୀ କରିଛନ୍ତି ଯାହାଙ୍କ ଉପରେ ବେଶୀ ପ୍ରଭାବ ପଡି।

ମେଷ: ଆସନ୍ତା ବର୍ଷ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ସେମାନଙ୍କ ଆର୍ଥିକ ସମସ୍ୟାର ସମାଧାନ ହେବ ଏବଂ ଆର୍ଥିକ ଲାଭ ପାଇବେ । ଯେଉଁ କାମରେ ହାତ ଦେବେ, ତାହା ସଫଳ ହେବ । ଆପଣ ସଫଳ ହେବା ସହ କୋଟିପତି ହୋଇପାରନ୍ତି ।

ବୃଷ: ବୃଷ ରାଶିର ଲୋକମାନଙ୍କ ପ୍ରକୃତି ସ୍ଥିର ଓ ଏମାନେ ସୌନ୍ଦର୍ଯ୍ୟ ଦ୍ୱାରା ଆକର୍ଷିତ ହୁଅନ୍ତି । ୨୦୨୫ ବର୍ଷରେ ବୃଷରାଶିର ଲୋକେ ବୁଝିଶୁଝି ନିବେଶ କରିବେ, ଯାହା ତାଙ୍କୁ ବିପୁଳ ଲାଭ ଦେବ । ନୂଆ ବର୍ଷରେ ଏମାନେ ଧନୀ ହେବାର ସମସ୍ତ ସମ୍ଭାବନା ଅଛି ।

ମକର: ଏହି ରାଶିର ଲୋକମାନେ କଠିନ ପରିଶ୍ରମୀ ଏବଂ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରନ୍ତି । ଆସନ୍ତା ବର୍ଷ ଶନି ଆପଣଙ୍କ ରାଶିଫଳରେ ଏକ ମଜଭୁତ ସ୍ଥିତିରେ ରହିବେ, ଯେଉଁଥିପାଇଁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉପକୃତ ହେବେ । ସବୁ କ୍ଷେତ୍ରରେ ସଫଳ ହେବା ସହ ଏମାନଙ୍କୁ ବ ଦାୟିତ୍ୱ ମିଳିପାରେ ।

ସିଂହ: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏବର୍ଷ ଭଲ ରହିବ । ସୃଜନଶୀଳ ଚିନ୍ତାଧାରା ସହିତ ଜୀବନର ଲକ୍ଷ୍ୟ ହାସଲ କରିବା ସହଜ ହେବ । ଆପଣ ଏକ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ ଯେଉଁଥିରେ ଆପଣ ସଫଳତା ପାଇବେ । ବିଦେଶ ଭ୍ରମଣ କରିବାର ସୱପ୍ନ ସାକାର ହୋଇପାରେ ।

କର୍କଟ : କର୍କଟ ରାଶିର ଲୋକଙ୍କୁ ରଣନୀତିଜ୍ଞ ଭାବେ ବିବେଚନା କରାଯାଏ । ଏମାନେ କଠିନ ପରିଶ୍ରମ ଏବଂ ସାମର୍ଥ୍ୟ ହେତୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଧୀରେ ଧୀରେ ଆଗକୁ ବିବେ ।

କନ୍ୟା ରାଶି: ଚଳିତ ବର୍ଷ ଭିନ୍ନ ଭିନ୍ନ କ୍ଷେତ୍ରରେ ଟଙ୍କା ବିନିଯୋଗ କଲେ ଆପଣଙ୍କୁ ଭଲ ରିଟର୍ନ ମିଳିପାରେ । ଖର୍ଚ୍ଚ ତୁଳନାରେ ଆୟ ଅନେକ ଗୁଣା ବିଯିବ, ଯେଉଁଥିପାଇଁ ଲାଭରେ ରହିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?