
ନୂଆଦିଲ୍ଲୀ,୧୧।୧୨: ବର୍ଷ ୨୦୨୪ ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ୨୦୨୫ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ତେବେ ୨୦୨୫କୁ ନେଇ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି ଭବିଷ୍ୟତବକ୍ତା ନେଷ୍ଟ୍ରାଦମସ । ଜ୍ୟୋତିଷ ତଥା ଚିକିତ୍ସକ ମିସେଲ ଡି ନୋଷ୍ଟ୍ରାଦମସ ଆଡଲଫ ହିଟଲରର ଉଦୟ, ଜଳବାୟୁ ପରିବର୍ତ୍ତନ, କ୍ରାନ୍ତି, ଯୁଦ୍ଧ, ଆମେରିକାର ୯/୧୧ ଆକ୍ରମଣ ଏବଂ କରୋନା ମହାମାରୀ ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଭବିଷ୍ୟତବାଣୀ କରିଥିଲେ, ଯାହା ସତ ପ୍ରମାଣିତ ହୋଇଛି । ୨୦୨୫ରେ ନେଷ୍ଟ୍ରାଦମସ ଏହି ୬ରାଶି ପାଇଁ ଭବିଷ୍ୟବାଣୀ କରିଛନ୍ତି ଯାହାଙ୍କ ଉପରେ ବେଶୀ ପ୍ରଭାବ ପଡି।
ମେଷ: ଆସନ୍ତା ବର୍ଷ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ସେମାନଙ୍କ ଆର୍ଥିକ ସମସ୍ୟାର ସମାଧାନ ହେବ ଏବଂ ଆର୍ଥିକ ଲାଭ ପାଇବେ । ଯେଉଁ କାମରେ ହାତ ଦେବେ, ତାହା ସଫଳ ହେବ । ଆପଣ ସଫଳ ହେବା ସହ କୋଟିପତି ହୋଇପାରନ୍ତି ।
ବୃଷ: ବୃଷ ରାଶିର ଲୋକମାନଙ୍କ ପ୍ରକୃତି ସ୍ଥିର ଓ ଏମାନେ ସୌନ୍ଦର୍ଯ୍ୟ ଦ୍ୱାରା ଆକର୍ଷିତ ହୁଅନ୍ତି । ୨୦୨୫ ବର୍ଷରେ ବୃଷରାଶିର ଲୋକେ ବୁଝିଶୁଝି ନିବେଶ କରିବେ, ଯାହା ତାଙ୍କୁ ବିପୁଳ ଲାଭ ଦେବ । ନୂଆ ବର୍ଷରେ ଏମାନେ ଧନୀ ହେବାର ସମସ୍ତ ସମ୍ଭାବନା ଅଛି ।
ମକର: ଏହି ରାଶିର ଲୋକମାନେ କଠିନ ପରିଶ୍ରମୀ ଏବଂ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରନ୍ତି । ଆସନ୍ତା ବର୍ଷ ଶନି ଆପଣଙ୍କ ରାଶିଫଳରେ ଏକ ମଜଭୁତ ସ୍ଥିତିରେ ରହିବେ, ଯେଉଁଥିପାଇଁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉପକୃତ ହେବେ । ସବୁ କ୍ଷେତ୍ରରେ ସଫଳ ହେବା ସହ ଏମାନଙ୍କୁ ବ ଦାୟିତ୍ୱ ମିଳିପାରେ ।
ସିଂହ: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏବର୍ଷ ଭଲ ରହିବ । ସୃଜନଶୀଳ ଚିନ୍ତାଧାରା ସହିତ ଜୀବନର ଲକ୍ଷ୍ୟ ହାସଲ କରିବା ସହଜ ହେବ । ଆପଣ ଏକ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ ଯେଉଁଥିରେ ଆପଣ ସଫଳତା ପାଇବେ । ବିଦେଶ ଭ୍ରମଣ କରିବାର ସୱପ୍ନ ସାକାର ହୋଇପାରେ ।
କର୍କଟ : କର୍କଟ ରାଶିର ଲୋକଙ୍କୁ ରଣନୀତିଜ୍ଞ ଭାବେ ବିବେଚନା କରାଯାଏ । ଏମାନେ କଠିନ ପରିଶ୍ରମ ଏବଂ ସାମର୍ଥ୍ୟ ହେତୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଧୀରେ ଧୀରେ ଆଗକୁ ବିବେ ।
କନ୍ୟା ରାଶି: ଚଳିତ ବର୍ଷ ଭିନ୍ନ ଭିନ୍ନ କ୍ଷେତ୍ରରେ ଟଙ୍କା ବିନିଯୋଗ କଲେ ଆପଣଙ୍କୁ ଭଲ ରିଟର୍ନ ମିଳିପାରେ । ଖର୍ଚ୍ଚ ତୁଳନାରେ ଆୟ ଅନେକ ଗୁଣା ବିଯିବ, ଯେଉଁଥିପାଇଁ ଲାଭରେ ରହିବେ ।