ଉତ୍ତର କୋରିଆ ଦେଖାଇଲା ପରମାଣୁ ଆକ୍ରମଣ କରିବାର କ୍ଷମତା

ସିଓଲ,୨୪ ।୨: ଉତ୍ତର କୋରିଆ ଗୁରୁବାର ପରମାଣୁ ଆକ୍ରମଣ କରିବାର କ୍ଷମତା ପ୍ରଦର୍ଶନ କରିଛି । ଉତ୍ତର କୋରିଆର କେସିଏନଏ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ଉତ୍ତର କୋରିଆ ଏକ ଅଭ୍ୟାସ ସମୟରେ ୪ଟି କ୍ରୁଜ ମିଶାଇଲର ପରୀକ୍ଷା କରିଛି । ଏହା ଶତ୍ରୁ ପକ୍ଷର ଆକ୍ରମଣକୁ ଜବାବ ଦେବାକୁ ଯାଇ ପରମାଣୁ ଆକ୍ରମଣ କରିବାକୁ ଡିଜାଇନ କରାଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ଦିନ ଏହି ଅଭ୍ୟାସରେ କୋରିଆ ପିପୁଲ୍ସ ଆର୍ମିର ଏକ ଅପରେଟିଭ ଷ୍ଟ୍ରାଟେଜିକ କ୍ରୁଜ କ୍ଷେପଣାସ୍ତ୍ର ୟୁନିଟ ସାମିଲ ହୋଇଛି, ଯାହା ଉତ୍ତର ହାମଗୋଙ୍ଗ ପ୍ରଦେଶର କିମ ଚାକ୍ ଅଞ୍ଚଳରେ ପୂର୍ବ ସମୁଦ୍ର ଆଡକୁ ୪ଟି ‘ହ୍ୱାଲସ-୨’ ମିଶାଇଲ ନିକ୍ଷେପ କରିଛି । ଉତ୍ତର କୋରିଆର ସମାଚାର ଏଜେନ୍ସି କେସିଏନଏ ଏହି ସୂଚନା ଦେଇଛି ।
ମିଡିଆ ରିପୋର୍ଟରେ କୁହାଯାଇଛି ୪ କ୍ରୁଜ ମିଶାଇଲ ୨୦୦୦ କିଲୋମିଟର ଲମ୍ବା କ୍ଷମତାକୁ ୧୦,୨୦୮ ସେକେଣ୍ଡରୁ ୧୦,୨୨୪ ସେକେଣ୍ଡ ମଧ୍ୟରେ ଭେଦ କରିଛି । କେସିଏନଏ କହିଛି ଉତ୍ତର କୋରିଆ ଅଭ୍ୟାସ ସମୟରେ, ଶତ୍ରୁଙ୍କ ଶକ୍ତି ବିରୋଧରେ ପରମାଣୁ ଆକ୍ରମଣ କରିବାର କ୍ଷମତାକୁ ପ୍ରଦର୍ଶନ କରିଛି । ଏହି ମିଶାଇଲ ପରୀକ୍ଷଣ ସମ୍ପର୍କରେ ଦକ୍ଷିଣ କୋରିଆ ଅବା ଜାପାନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଯେଉଁମାନେ ସର୍ବଦା ଉତ୍ତର କୋରିଆର ମିଶାଇଲ ଲଞ୍ଚ କରିବା ଉପରେ ନଜର ରଖିଥାଆନ୍ତି ଓ ସାର୍ବଜନିକ ଭାବେ ରିପୋର୍ଟ କରିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri