ପ୍ରତି ଓ୍ବାର୍ଡରେ ଆମିଷ ହାଟ ନିର୍ମାଣ ପ୍ରହସନ

ଭୁବନେଶ୍ୱର, ୪।୧(ବନ୍ଦନା ସେଠୀ): ରାଜଧାନୀ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ମାଂସ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ପ୍ରତି ଓ୍ବାର୍ଡରେ ମାଂସ ମାର୍କେଟ ନିର୍ମାଣ ହେବା ସହ ଆମିଷ ବ୍ୟବସାୟକୁ ବ୍ୟବସ୍ଥିତ କରାଯିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ବ୍ୟବସାୟୀ ମହାସଂଘକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତିକୁ ୧ ବର୍ଷରୁ ଅଧିକ ସମୟ ହୋଇଯାଇଥିବାବେଳେ ବିଏମ୍‌ସି ଏନେଇ ପାଦେ ମଧ୍ୟ ଆଗେଇ ପାରିନାହିଁ। ସେହିଭଳି ଦୁଇବର୍ଷ ମଧ୍ୟରେ ସବୁ ୱାର୍ଡରେ ମାର୍କେଟ ନିର୍ମାଣ ହେବା ସହ ପ୍ରତି ଦୁଇମାସରେ ଥରେ ବ୍ୟବସାୟୀଙ୍କ ସହ ମେୟର ଆଲୋଚନା କରିବେ ବୋଲି ୨୦୨୨ ଡିସେମ୍ବର ୫ରେ ପ୍ରଥମକରି ବ୍ୟବସାୟୀଙ୍କ ସହ ବିଏମ୍‌ସି ମଧ୍ୟରେ ହୋଇଥିବା ଆଲୋଚନାରେ ନିର୍ଦ୍ଧାରିତ ହୋଇଥିଲା। ମାତ୍ର ଏହାପରେ ନା କୌଣସି ବୈଠକ ହେଲା ନା ଆମିଷ ମାର୍କେଟ ନିର୍ମାଣ ପାଇଁ ଯୋଜନା କରାଗଲା। ଫଳରେ ଏବେ ବି ରାସ୍ତା କଡ଼ରେ ବ୍ୟବସାୟୀମାନେ ଆମିଷ ବିକ୍ରି କରୁଛନ୍ତି। ଲୋକେ ରାସ୍ତା କଡ଼ରେ ଗାଡ଼ି ମଟର ରଖି କିଣାକିଣି କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଆମିଷ ପାଣି ରାସ୍ତା ଉପରକୁ ବୋହିଯାଉଥିବାବେଳେ ଆମିଷ ହାଟର ଆବର୍ଜନା ପରିବେଶକୁ ଦୁର୍ଗନ୍ଧମୟ କରୁଛି। ମାତ୍ର ଏନେଇ ବିଏମ୍‌ସିର ନିଘା ନାହିଁ। କେବଳ ଘାଟିକିଆଠାରେ ଗୋଟିଏ ଆଧୁନିକ ମାଂସ ମାର୍କେଟ କରିଦେଇ ବିଏମ୍‌ସି ତାହାର କାମ ସାରିଦେଇଥିବା ଭାବୁଛି। ଏହି ମାର୍କେଟରେ ମାତ୍ର ୧୨ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯାଇଥିବାବେଳେ ଆହୁରି ଶହଶହ ଆମିଷ ବେପାରୀ ରାସ୍ତାକଡ଼ରେ ବସୁଛନ୍ତି। ସମ୍ପୃକ୍ତ ୧୨ଜଣ ବ୍ୟବସାୟୀଙ୍କ ମଧ୍ୟରୁ କିଏ ୧୫ନଂ. ଓ୍ବାର୍ଡ ଅନ୍ତର୍ଗତ ରେଣ୍ଟାଲ କଲୋନିର ତ ଆଉ କେହି ୨୨ ନଂ. ଓ୍ବାର୍ଡ ଷ୍ଟୁଡିଓ ଛକ ଅଞ୍ଚଳର ବାସିନ୍ଦା ରହିଛନ୍ତି। ଅପରପକ୍ଷେ ରାସ୍ତାଠାରୁ ଟିକେ ଭିତରକୁ ମାଂସ ମାର୍କେଟ ଥିବାବେଳେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ ଜଣ ବ୍ୟବସାୟୀ ରାସ୍ତାକଡ଼ରେ ବସି ବେପାର କରୁଛନ୍ତି। ଏହାଦ୍ୱାରା ଅନେକ ଲୋକ ସେମାନଙ୍କଠାରୁ ଆମିଷ କିଣି ନେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ, ଆଧୁନିକ ମାଂସ ମାର୍କେଟରେ ବସୁଥିବା ବ୍ୟବସାୟୀମାନେ ଏବେ ଭଡ଼ା ଦେବାକୁ ସକ୍ଷମ ହେଉନାହାନ୍ତି। ଅନେକ ବ୍ୟବସାୟୀଙ୍କର ୩-୪ ମାସର ବକେୟା ପଡ଼ିରହିଛି। ଅପରପକ୍ଷେ ସମସ୍ତ ଓ୍ବାର୍ଡରେ ଆମିଷ ବଜାର ପାଇଁ ଜାଗା ଚିହ୍ନଟ କରିବାକୁ ବିଏମ୍‌ସି ମାର୍କେଟ ବିଭାଗ ଉପଆୟୁକ୍ତଙ୍କ ପକ୍ଷରୁ ୨୦୨୩ ମାର୍ଚ୍ଚ ୨୬ରେ ସହର ମୁଖ୍ୟଯନ୍ତ୍ରୀ, ଲ୍ୟାଣ୍ଡ୍‌ ବିଭାଗ ଉପଆୟୁକ୍ତ ଏବଂ ୩ ଜୋନ୍‌ର ଜୋନାଲ ଡେପୁଟି କମିଶନରଙ୍କୁ ଚିଠି କରାଯାଇଥିଲା। ଚିଠି ସଂଖ୍ୟା ୧୩,୫୫୮ରେ ମାର୍କେଟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭୁବନେଶ୍ବର ନନ୍‌ଭେଜ ଫେଡେରେଶନ (ମଟନ) ସମ୍ପାଦକ ଏସ୍‌. କେ. ସର୍ଜନଙ୍କ ଦ୍ବାରା ହୋଇଥିବା ଚିଠିକୁ ଭିତ୍ତିକରି ସବୁ ୱାର୍ଡରେ ଆମିଷ ବଜାର ଲାଗି ଜମି ଚିହ୍ନଟ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏବଂ ମେୟରଙ୍କୁ ଚିଠିର ନକଲ ପ୍ରଦାନ କରାଯିବା ସହ ସ୍ଥାନ ଚିହ୍ନଟ ପରେ ମାର୍କେଟ ବିଭାଗକୁ ଏନେଇ ପ୍ରଥମେ ଅବଗତ କରାଇବାକୁ ଚିଠିରେ ଉଲ୍ଲେଖ ରହିଥିଲା। ତେବେ ବିଜ୍ଞପ୍ତିକୁ ୯ମାସ ପୂରିଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ଅଲ୍‌ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏନେଇ ମହାସଂଘ ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି, ସହରରେ ୩ହଜାର ୩୫୦ରୁ ଊର୍ଦ୍ଧ୍ୱ ଆମିଷ ବ୍ୟବସାୟୀ ରହିଛନ୍ତି। ମାତ୍ର ବ୍ୟବସ୍ଥିତ ଆମିଷ ବଜାର ନ ଥିବାରୁ ଯିଏ ଯେଉଁଠି ପାରୁଛି ବେପାର କରୁଛି। ସେହିପରି ଭୁବନେଶ୍ୱରରେ ଗୋଟିଏ କଂସେଇଖାନା ରହିଛି। ପ୍ରତିଦିନ ସେଠାକୁ ଯାଇ ମାଂସ କାଟି ଆଣି ଦୋକାନରେ ବ୍ୟବସାୟ କରିବା ସମ୍ଭବ ନୁହେଁ। ଗତ ୨୦ବର୍ଷ ଧରି ଝାରପଡ଼ାସ୍ଥିତ କଂସେଇଖାନା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହାର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ବିଏମ୍‌ସି ଶୁଣୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?