Posted inଜାତୀୟ

ରାଜ୍‌ ଠାକ୍‌ରେଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ

ମୁମ୍ବାଇ,୪ା୫: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେଙ୍କ ବିରୋଧରେ ଏକ ୧୪ ବର୍ଷର ପୁରୁଣା ମାମଲାରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି କରାଯାଇଛି। ସାଙ୍ଗଲି ଜିଲାର ଏକ କୋର୍ଟ ତାଙ୍କୁ ଗିରଫ କରି ଅଦାଲତରେ ହାଜର କରାଇବା ପାଇଁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୮ରେ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ରାଜଙ୍କ ବିରୋଧରେ ଆଇପିସିର ଦଫା ୧୦୯ ଓ ୧୧୭ ବଳରେ ମାମଲା ରୁଜୁ ହୋଇଥିଲା। ସେହିପରି ଔରଙ୍ଗାବାଦରେ ରବିବାର ଅନୁଷ୍ଠିତ ରାଲିରେ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଲିର ଆୟୋଜନ କରିଥିବା ୩ ଜଣଙ୍କ ନାଁ ମଧ୍ୟ ଏତଲାରେ ରହିଛି। ମୁମ୍ବାଇରେ ଥିବା ମସ୍‌ଜିଦଗୁଡ଼ିକରୁ ଡାକବାଜି ଯନ୍ତ୍ର ହଟାଇବା ପାଇଁ ଗତ ମାସରେ ରାଜ୍‌ ଠାକ୍‌ରେ ଶିବସେନା ନେତୃତ୍ୱାଧୀନ ମେଣ୍ଟ ସରକାରକୁ ଆହ୍ବାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ମେ’ ୩ ସୁଦ୍ଧା ଡାକବାଜି ଯନ୍ତ୍ର ନ ହଟିଲେ ମସ୍‌ଜିଦ ବାହାରେ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ତାଙ୍କ କର୍ମୀମାନେ ଆଜାନକୁ ବିରୋଧ କରି ହନୁମାନ ଚାଳିଶା ଗାନ କରିବେ ବୋଲି ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ଚେତାବନୀ ଦେଇଥିଲେ। ଗତ ରବିବାର ସେ ଔରଙ୍ଗାବାଦ ରାଲିରେ ପୁଣି ଥରେ ଉକ୍ତ ଚେତାବନୀର ପୁନରାବୃତ୍ତି କରିଥିଲେ। ୩ ତାରିଖ ଇଦ୍‌ ହୋଇଥିବାରୁ ୪ ସୁଦ୍ଧା ଡାକବାଜି ଯନ୍ତ୍ର ହଟା ନ ଗଲେ ମସ୍‌ଜିଦ ଆଗରେ ଦୁଇଗୁଣା ଶବ୍ଦରେ ହନୁମାନ ଚାଳିଶା ଗାନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇ-ଭାରତ ମଧ୍ୟରେ ୨୩ରୁ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ/ଦୁବାଇ,୨୧।୬: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଏବଂ ଭାରତ ମଧ୍ୟରେ ଆସନ୍ତା ୨୩ତାରିଖରୁ ବିମାନ ସେବା ଆରମ୍ଭ ହେବ। ୟୁଏଇ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ଇଣ୍ଡିଆର ଅଂଶ ହୋଇ ରହିବ ନାହିଁ ଏଏପି, ସୁଖପାଲ ସିଂ ଖେରାଙ୍କ ଗିରଫଦାରୀ ପରେ ଏଏପି ଏମ୍‌ପିଙ୍କ ଜବାବ

ନୂଆଦିଲ୍ଲୀ,୨୮।୯: ବିଧାୟକ ସୁଖପାଲ ସିଂ ଖେରା ଗିରଫ ହେବା ପରେ ପଞ୍ଜାବରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି(ଏଏପି)ମଧ୍ୟରେ ବିବାଦ ବୃଦ୍ଧି ପାଇଛି। କଂଗ୍ରେସ ଏଏପି...

ଟେଣ୍ଟ ଭୁଶୁଡ଼ି ୩୦ ଆହତ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କସରଗୋଡ଼,୨୨।୧୦: କେରଳର କସରଗୋଡ଼ ସହର ଅଧୀନ ଏକ ବିଦ୍ୟାଳୟରେ ବିଜ୍ଞାନ ମେଳା ଚାଲିଥିବା ବେଳେ ଅଘଟଣ ଘଟିଛି। ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ପିଲା...

କଂଗ୍ରେସ ମଙ୍ଗ ଧରିବାକୁ ପ୍ରିୟଙ୍କା ଅମଙ୍ଗ

ନୂଆଦିଲ୍ଲୀ,୨୫ା୭: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦଳର ମଙ୍ଗ ଧରିବା ପାଇଁ ମନାକରିଦେଇଛନ୍ତି। ସେ ଅଧ୍ୟକ୍ଷ ପଦରେ ଆସୀନ ହେବା ପାଇଁ...

ଟୁଇଟରରେ ମୋଦି ଏକ ନମ୍ବର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ୍‌ ଉପରେ ପ୍ରତିବନ୍ଧକ ଲାଗିଛି। ଫଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ନୂଆ ରେକର୍ଡ...

ନାମାଙ୍କନ ପତ୍ର ଦାଖଲ କଲେ ଡିମ୍ପଲ

ଲକ୍ଷ୍ନୌ,୧୪।୧୧: ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ ସୋମବାର ଉତ୍ତରପ୍ରଦେଶରେ ମୈନପୁରୀ ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଡିମ୍ପଲ ଯାଦବଙ୍କ ସହ ସ୍ବାମୀ ତଥା...

ନର୍ମଦା ବିପଦ ସଙ୍କେତ ଟପିଲା: ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ୧୧ ଘଣ୍ଟା ପାଇଁ ବନ୍ଦ…

ମୁମ୍ବାଇ,୧୮।୯ : ଗୁଜରାଟର ଭାରୁଚ ଏବଂ ଅଙ୍କଲେଶ୍ୱର ଷ୍ଟେଶନ ମଧ୍ୟରେ ପ୍ରବାହିତ ନର୍ମଦା ନଦୀ ଏହାର ବିପଦ ସଙ୍କେତଠାରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି। ଏହି...

ଅରୁଣାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବ ଏଏପି…

ଇଟାନଗର,୨।୭ : ଆମ ଆଦମୀ ପାର୍ଟି (ଏଏପି) ଆଉ ଏକ ବଡ଼ ଘୋଷଣା କରିଛି। ଦେଶର ରାଜଧାନୀ ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାକୁ ଆସିବାର କିଛି...

Advertisement
Archives

Model This Week