ପାଣି ନାହିଁ: ଜମି ପଡ଼ିଆ, ମରୁଡ଼ି ଆଶଙ୍କା

ରଣପୁର,୨୫ା୮(ସୁକାନ୍ତ କିଶୋର ଡ଼ାକୁଆ): ନୟାଗଡ଼ ଜିଲା ରଣପୁର ଏନ୍‌ଏସି ସହ ବ୍ଲକର ୩୭ଟି ପଞ୍ଚାୟତରେ ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣର ବର୍ଷା ନ ହେବାରୁ ଜମି ପଡ଼ିଆ ପଡ଼ିଥିବା ବେଳେ ମରୁଡ଼ି ହେବା ନେଇ ଚାଷୀ ଆଶା ଆଶଙ୍କାରେ ରହିଛନ୍ତି।
ଜୁନଠାରୁ ରାଜ୍ୟରେ ମୌସୁମୀ ଆସିଥିଲାବେଳେ ରଣପୁର ଅଞ୍ଚଳରେ ସେମିତି ବର୍ଷା ହୋଇନାହିଁ। ଯାହା ବର୍ଷା ହୋଇଛି ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନେ ଚାଷ କାର୍ଯ୍ୟ ପାଇ ମୁଖ୍ୟତଃ ଏଠାରେ ବର୍ଷା ଜଳ ଉପରେ ନିଭୟ କରିଥାନ୍ତି। ହେଲେ ସରକାରଙ୍କ ପକ୍ଷରୁ ଜଳସେଚନ ପାଇ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ତାହା ଚାଷୀମାନଙ୍କ କାର୍ଯ୍ୟରେ ଲାଗିପାରୁନାହିଁ। ଯାହାକୁ ନେଇ ଯେଉଁ ବର୍ଷ ଭଲ ବର୍ଷା ହୋଇଥାଏ ଚାଷୀମାନେ ଭଲ ଫସଲ ଅମଳ କରିଥାନ୍ତି। ଏହା ନ ହେଲେ ମରୁଡି ହୋଇଥାଏ। ସେଥିପାଇଁ ଏହି ଅଞ୍ଚଳର ଚାଷୀମାନେ ଦିନକୁ ଦିନ ଚାଷ କାମ ପାଇ ପାଇଁ ବିମୁଖ ହେଉଥିବା ପ୍ରମାଣ ମିଳିଛି। ବର୍ଷା ହେଉ ନ ଥିବାରୁ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତିର ହେବାର ସମ୍ଭାବନା ଦେଖାଦେଇଛି। ବର୍ଷା ନ ହେବାରୁ କେଉଁଠି ଚାଷ ଜମି ଫାଟି ଅଁା କରିଛି ତ କେଉଁଠାରେ ବିଲ୍‌ ପଡ଼ିଆ ପଡିଛି। ଦେଶୀ କିଶ୍ମୀରଠାରୁ ହାଇବ୍ରିଡ଼ ଧାନ ଓ ସରକାରୀ ଧାନ ଗୁଣାତ୍ମକ ଭାବେ ଅଧିକ ଅମଳ ହୋଇଥାଏ। ସେଥିପାଇଁ ଶତାଧିକ ସଂଖ୍ୟାରେ ଚାଷୀ ସମବାୟ ସମିତି ଓ କୃଷି ବିଭାଗଠାରୁ ଧାନ ବିହନ କିଣି ଆଣି ଧାନ ଚାଷ କରିଥିଲେ। ହେଲେ ଠିକ୍‌ ପରିମାଣରେ ବର୍ଷା ନ ହେବାରୁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରଣପୁର ଏନ୍‌ଏସି ଏବଂ ବ୍ଲକର ୩୭ ପଞ୍ଚାୟତରେ ୧୯,୯୨୫ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ଧାନ ଚାଷ ୧୭,୩୨୫ ହେକ୍ଟର ଜମିରେ ହେଉଥିବା ବେଳେ ୨୬ ହଜାର ହେକ୍ଟର ଚାଷ ଜମିରେ ଅଣ ଧାନ ଚାଷ କରାଯାଏ। ସେଥି ମଧ୍ୟରୁ ବିରି, ମୁଗ, ଆଖୁ, ପନିପରିବା ଉପାଦାନ ହୋଇଥାଏ। ଚାଷ ଦୃଷ୍ଟିରୁ ଏହି ୩୭ ପଞ୍ଚାୟତକୁ ୨ ଭାଗରେ ବିଭକ୍ତ କରାଯାଏ। ଜଳ ସେଚିତ, ଅଣ ଜଳ ସେଚିତ ଜମି ଥିଲା ବେଳେ ଚାଷ କାର୍ଯ୍ୟ କେବଳ ବର୍ଷା ପାଣି ପାଗ ଉପରେ ଚାଷୀମାନେ ନିର୍ଭର କରିଥାନ୍ତି। ୧୫% ଜମି ଜଳ ସେଚିତ ଥିଲା ବେଳେ ଅବଶିଷ୍ଟ ୮୫% ପାଖାପାଖି ହେଉଥିବା ବେଳେ କେବଳ ମୌସୁମୀ ବର୍ଷାକୁ ଭରସା କରି ଚାଷୀମାନେ ଚାଷ କାର୍ଯ୍ୟ କରିଥାନ୍ତି। ଚାଷୀଙ୍କ ସମସ୍ୟା ବହୁତ, କିନ୍ତୁ ସମାଧାନ ନାହିଁ। ସରକାର ଚାଷୀମାନଙ୍କ ପାଇଁ ଜମିରେ କରାଯାଇଥିବା ବୋରୱେଲ ଗୁଡ଼ିକ ଠିକ୍‌ ସମୟରେ କାମ ନ କରିବା, ବିଭିନ୍ନ ନଦୀ ଓ ବନ୍ଧ ଦ୍ୱାରା କରାଯାଇଥିବା ଚେକ୍‌ ଡ୍ୟାମଗୁଡ଼ିକର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ଖରାଦିନେ ସେଥିରେ ଜଳ ରୁହେ ନାହିଁ। କେନାଲ ଖୋଲା ଯାଇଥିଲେ ମଧ୍ୟ ତାହା ଚାଷ କାମରେ ଲାଗେନାହିଁ। ଯାହା ଫଳରେ ଏହି ଅଞ୍ଚଳରେ ଚାଷ କାର୍ଯ୍ୟ ବାରମ୍ବାର ବାଘାତ ହୋଇଥାଏ। ଅପରପକ୍ଷେ ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ପର୍ବ ପାଳନ ପୂର୍ବରୁ ଚାଷୀମାନେ ଅଧିକ ଉପାଦାନ ନେଇ ଆକଳନ କରିଥାନ୍ତି। ୩ ବର୍ଷ ତଳେ ମରୁଡି ଲଗାଣ ବର୍ଷାକୁ ଚାଷୀମାନେ ଭୁଲି ନାହାନ୍ତି। ଏଣୁ ଏ ବର୍ଷ ମଧ୍ୟ ସରକାର ବା ପ୍ରଶାସନକୁ ଦୋଷ ଦେଇ ନୁହେଁ ପରନ୍ତୁ ନିଜ ଭାଗ୍ୟକୁ ନେଇ ଚାଷ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri